ଯୁଦ୍ଧ ମୃତ୍ୟୁସଂଖ୍ୟା ୩୦୦୦ ଟପିଲା , ଗାଜା ଉପରେ ପୁନଃ ନିୟନ୍ତ୍ରଣ ଦାବି କଲା ଇସ୍ରାଏଲ

ନୂଆଦିଲ୍ଲୀ : ଇସ୍ରାଏଲ-ହମାସ ଯୁଦ୍ଧ ଆଜି ପଞ୍ଚମ ଦିନରେ ପହଞ୍ଚିଥିବାବେଳେ ଯୁଦ୍ଧ ମୃତ୍ୟୁୃସଂଖ୍ୟା ୩ ହଜାର ଟପିଯାଇଛି। ଉଭୟ ପକ୍ଷ ମଧ୍ୟରେ ଘମାଘୋଟ ଲଢ଼େଇ ଜାରି ରହିଛି। ହମାସ୍‌ ଗୋଷ୍ଠୀ ଦ୍ବାରା ଇସ୍ରାଏଲରେ ହୋଇଥିବା ବର୍ବର ଆକ୍ରମଣର ପାଲଟା ଜବାବ ଦେଇ ଇସ୍ରାଏଲ ଗାଜା ଷ୍ଟ୍ରିପ୍‌କୁ ଛାରଖାର କରିଚାଲିଛି। ଇସ୍ରାଏଲର ପ୍ରବଳ ପ୍ରତିରୋଧ ପରେ ବି ହମାସ୍‌ ଯୁଦ୍ଧକୁ ଅଧିକ ଭୟଙ୍କର କରିବାରେ ସମର୍ଥ ହୋଇଛି। ହମାସ୍‌ ଏକ ନୂଆ ଧମକ ଦେଇ କହିଛି ଯେ ନାଗରିକଙ୍କୁ […]

Samaya Live Picture
Published On

ନୂଆଦିଲ୍ଲୀ : ଇସ୍ରାଏଲ-ହମାସ ଯୁଦ୍ଧ ଆଜି ପଞ୍ଚମ ଦିନରେ ପହଞ୍ଚିଥିବାବେଳେ ଯୁଦ୍ଧ ମୃତ୍ୟୁୃସଂଖ୍ୟା ୩ ହଜାର ଟପିଯାଇଛି। ଉଭୟ ପକ୍ଷ ମଧ୍ୟରେ ଘମାଘୋଟ ଲଢ଼େଇ ଜାରି ରହିଛି। ହମାସ୍‌ ଗୋଷ୍ଠୀ ଦ୍ବାରା ଇସ୍ରାଏଲରେ ହୋଇଥିବା ବର୍ବର ଆକ୍ରମଣର ପାଲଟା ଜବାବ ଦେଇ ଇସ୍ରାଏଲ ଗାଜା ଷ୍ଟ୍ରିପ୍‌କୁ ଛାରଖାର କରିଚାଲିଛି। ଇସ୍ରାଏଲର ପ୍ରବଳ ପ୍ରତିରୋଧ ପରେ ବି ହମାସ୍‌ ଯୁଦ୍ଧକୁ ଅଧିକ ଭୟଙ୍କର କରିବାରେ ସମର୍ଥ ହୋଇଛି। ହମାସ୍‌ ଏକ ନୂଆ ଧମକ ଦେଇ କହିଛି ଯେ ନାଗରିକଙ୍କୁ ଟାର୍ଗେଟ୍‌ କରି ହେଉଥିବା ପ୍ରତିଟି ବିସ୍ଫୋରଣର ପାଲଟା ଜବାବରେ ପଣବନ୍ଦୀ ରଖାଯାଇଥିବା ଇସ୍ରାଏଲୀ ନାଗରିକଙ୍କୁ ହତ୍ୟା କରାଯିବ ଏବଂ ଏହାର ପ୍ରସାରଣ କରାଯିବ। ଗାଜାରେ ହମାସ ଏବଂ ଅନ୍ୟ ଆତଙ୍କବାଦୀ ଗୋଷ୍ଠୀ ୧୫୦ରୁ ଅଧିକ ଇସ୍ରାଏଲୀ ନାଗରିକ ଏବଂ ସୈନିକଙ୍କୁ ପଣବନ୍ଦୀ କରିନେଇଛି । ଇତିମଧ୍ୟରେ ଗାଜା ନିକଟସ୍ଥ ୧୨ରୁ ଅଧିକ ସହରରୁ ଯୁଦ୍ଧକାଳୀନ ଭିତ୍ତିରେ ହଜାର ହଜାର ଇସ୍ରାଏଲୀଙ୍କୁ ଖାଲି କରାଯାଉଛି। ଗାଜା ସୀମାରେ ଡ୍ରୋନ୍‌ ଏବଂ ଟ୍ୟାଙ୍କ୍‌ ମୁତୟନ କରାଯାଇଛି। ଇସ୍ରାଏଲ ଗାଜାକୁ ପୁନଃ ନିୟନ୍ତ୍ରଣ କରିନେଇଥିବା ଦାବି କରିଛି। ଗାଜା ସୀମା ସଂଲଗ୍ନ ଅଞ୍ଚଳ ଗୁଡ଼ିକୁ ଇସ୍ରାଏଲ ସେନା ହମାସ୍‌ ଆତଙ୍କବାଦୀଙ୍କ କବଳରୁ ପୁନଃ ନିୟନ୍ତ୍ରଣକୁ ନେଇଯାଇଛି। ଗତକାଲି ରାତି ସାରା ଇସ୍ରାଏଲ ହମାସ ମିଲିଟାରି କମାଣ୍ଡର ମହମ୍ମଦ ଡିଫ୍‌ର ବାପାର ଘରକୁ ଟାର୍ଗେଟ୍‌ କରି ବିମାନ ଆକ୍ରମଣ କରିଛି।
ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି, ଆମେ କେବଳ ହମାସ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ ଆରମ୍ଭ କରିଛୁ। ତେବେ ଆମେ‌ ଆମ ଶତ୍ରୁଙ୍କ ସହ ଆଗାମୀ ଦିନରେ ଯାହା କରିବୁ ତାହାର ପ୍ରଭାବ ପିଢ଼ି ପରେ ପିଢ଼ି ଧରି ସେମାନେ ଭୋଗ କରିବେ। ନେତାନ୍ୟାହୁ ହମାସକୁ ଆଇଏସଆଇଏସ ସହ ତୁଳନା କରିଛନ୍ତି।

Tags: