ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଥିବା ଚୀନ୍ ଆମେରିକା ପାଇଁ ବିପଦ: ନିକ୍କି

ୱାସିଂଟନ: ଆମେରିକା ଏବଂ ବିଶ୍ବ ପାଇଁ ଚୀନ୍‌ ଏକ ବିପଦ ବୋଲି ବର୍ଣ୍ଣନା କରି ଭାରତୀୟ-ଆମେରିକୀୟ ରିପବ୍ଲିକାନ୍ ରାଷ୍ଟ୍ରପତି ଆଶାୟୀ ନିକ୍କି ହାଲି କହିଛନ୍ତି , ବେଜିଂ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି। ଆମେରିକାକୁ ପରାସ୍ତ କରିବାକୁ ଚୀନ୍ ଅର୍ଦ୍ଧଶତାବ୍ଦୀ ବିତାଇଛି ଏବଂ କେତେକ କ୍ଷେତ୍ରରେ ଚୀନ୍ ସେନା ଆମେରିକାର ସଶସ୍ତ୍ର ବାହିନୀ ସହିତ ସମାନ ହୋଇସାରିଛି ବୋଲି ହାଲି ଶୁକ୍ରବାର ନ୍ୟୁ ହାମ୍ପସାୟରରେ ଅର୍ଥନୀତି ଉପରେ ଏକ ପ୍ରମୁଖ ନୀତି ଭାଷଣରେ କହିଛନ୍ତି। ଭାରତୀୟ-ଆମେରିକୀୟ ରିପବ୍ଲିକାନ […]

Samaya Live Picture
Published On

ୱାସିଂଟନ: ଆମେରିକା ଏବଂ ବିଶ୍ବ ପାଇଁ ଚୀନ୍‌ ଏକ ବିପଦ ବୋଲି ବର୍ଣ୍ଣନା କରି ଭାରତୀୟ-ଆମେରିକୀୟ ରିପବ୍ଲିକାନ୍ ରାଷ୍ଟ୍ରପତି ଆଶାୟୀ ନିକ୍କି ହାଲି କହିଛନ୍ତି , ବେଜିଂ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି। ଆମେରିକାକୁ ପରାସ୍ତ କରିବାକୁ ଚୀନ୍ ଅର୍ଦ୍ଧଶତାବ୍ଦୀ ବିତାଇଛି ଏବଂ କେତେକ କ୍ଷେତ୍ରରେ ଚୀନ୍ ସେନା ଆମେରିକାର ସଶସ୍ତ୍ର ବାହିନୀ ସହିତ ସମାନ ହୋଇସାରିଛି ବୋଲି ହାଲି ଶୁକ୍ରବାର ନ୍ୟୁ ହାମ୍ପସାୟରରେ ଅର୍ଥନୀତି ଉପରେ ଏକ ପ୍ରମୁଖ ନୀତି ଭାଷଣରେ କହିଛନ୍ତି। ଭାରତୀୟ-ଆମେରିକୀୟ ରିପବ୍ଲିକାନ ପ୍ରତିଦ୍ୱନ୍ଦ୍ୱୀ ବିବେକ ରାମସ୍ୱାମୀ ଚୀନ୍ ଉପରେ ଓହିଓରେ ବୈଦେଶିକ ନୀତି ଭାଷଣ ଦେବାର ଦୁଇ ଦିନ ପରେ ହାଲି ଏହି ଭାଷଣ ଦେଇଛନ୍ତି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରେ ଉଭୟ ହାଲି ଓ ରାମସ୍ୱାମୀ ଲୋକପ୍ରିୟ ଜିଓପି ପ୍ରାର୍ଥୀ ଭାବରେ ଉଭା ହୋଇଛନ୍ତି। ହାଲି କହିଛନ୍ତି, ଚୀନ୍ ଆମେରିକାର ଅସ୍ତିତ୍ବ ପାଇଁ ବିପଦ। ଚୀନ୍ ଆମର ନିର୍ମାଣ ଶିଳ୍ପ ଚାକିରିକୁ ଛଡ଼ାଇ ନେଇଛି। ଆମର ଟ୍ରେଡ୍‌ ସିକ୍ରେଟ୍‌ଗୁଡ଼ିକୁ ଚୋରାଇ ନେଇଛି। ବର୍ତ୍ତମାନ ଏହା ଔଷଧଠାରୁ ଆରମ୍ଭ କରି ଉନ୍ନତ ଜ୍ଞାନକୌଶଳ ପର୍ଯ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଶିଳ୍ପଗୁଡିକୁ ନିୟନ୍ତ୍ରଣକୁ ନେଇଛି। ରେକର୍ଡ ସମୟରେ ଏହା ଏକ ଅର୍ଥନୈତିକ ପଛୁଆ ଦେଶରୁ ପୃଥିବୀର ଦ୍ୱିତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି।

Tags: