ଯୁଦ୍ଧବିରତି ପ୍ରସ୍ତାବ ଗୃହୀତ ହେବା ପରେ ଇସ୍ରାଏଲ ସମର୍ଥନ ହରାଉଛି: ବାଇଡେନ୍

ୱାସିଂଟନ: ଗାଜାରେ ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଅସ୍ତ୍ରବିରତି ପାଇଁ ଜାତିସଂଘ ସାଧାରଣ ସଭାରେ ଏକ ପ୍ରସ୍ତାବ ଗୃହୀତ ହୋଇଛି। ଭାରତ ସମେତ ୧୫୩ଟି ଦେଶ ସପକ୍ଷରେ ଭୋଟ୍ ଦେଇଥିବା ବେଳେ ଇସ୍ରାଏଲ ଓ ଯୁକ୍ତରାଷ୍ଟ୍ର ଆମେରିକା ସମେତ ୧୦ଟି ଦେଶ ଏହା ବିରୋଧରେ ଭୋଟ୍ ଦେଇଛନ୍ତି। ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରୁଚିରା କାମ୍ବୋଜ କହିଛନ୍ତି, ଅନ୍ତର୍ଜାତୀୟ ସମୁଦାୟ ବର୍ତ୍ତମାନ ସମ୍ମୁଖୀନ ହେଉଥିବା ଏକାଧିକ ଆହ୍ୱାନର ମୁକାବିଲା ପାଇଁ ମିଳିତ ମଞ୍ଚ ଖୋଜିବାରେ […]

Samaya Live Picture
Published On

ୱାସିଂଟନ: ଗାଜାରେ ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଅସ୍ତ୍ରବିରତି ପାଇଁ ଜାତିସଂଘ ସାଧାରଣ ସଭାରେ ଏକ ପ୍ରସ୍ତାବ ଗୃହୀତ ହୋଇଛି। ଭାରତ ସମେତ ୧୫୩ଟି ଦେଶ ସପକ୍ଷରେ ଭୋଟ୍ ଦେଇଥିବା ବେଳେ ଇସ୍ରାଏଲ ଓ ଯୁକ୍ତରାଷ୍ଟ୍ର ଆମେରିକା ସମେତ ୧୦ଟି ଦେଶ ଏହା ବିରୋଧରେ ଭୋଟ୍ ଦେଇଛନ୍ତି। ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରୁଚିରା କାମ୍ବୋଜ କହିଛନ୍ତି, ଅନ୍ତର୍ଜାତୀୟ ସମୁଦାୟ ବର୍ତ୍ତମାନ ସମ୍ମୁଖୀନ ହେଉଥିବା ଏକାଧିକ ଆହ୍ୱାନର ମୁକାବିଲା ପାଇଁ ମିଳିତ ମଞ୍ଚ ଖୋଜିବାରେ ସକ୍ଷମ ହୋଇଥିବାରୁ ଭାରତ ଏହାକୁ ସ୍ୱାଗତ କରୁଛି। ସେପଟେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି, ଗାଜାରେ ଆଖିବୁଜା ବୋମାମାଡ଼ ଯୋଗୁଁ ଇସ୍ରାଏଲ ଏବେ ବିଶ୍ୱସ୍ତରରେ ସମର୍ଥନ ହରାଇବା ଆରମ୍ଭ କରିଛି।
ଜାତିସଂଘ ସାଧାରଣ ସଭାରେ ଗାଜା ଅସ୍ତ୍ରବିରତି ସମ୍ପର୍କରେ ଏକ ସଂକଳ୍ପନାମା ପାରିତ ହେବା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ ଇସ୍ରାଏଲକୁ ବର୍ତ୍ତମାନ ଆମେରିକା ଏବଂ ୟୁରୋପୀୟ ସଂଘ ସମେତ ବିଶ୍ୱର ଅଧିକାଂଶ ଲୋକଙ୍କ ସମର୍ଥନ ରହିଛି, କିନ୍ତୁ ସେମାନେ ସେହି ସମର୍ଥନ ହରାଇବା ଆରମ୍ଭ କରିଛନ୍ତି। ଇସ୍ରାଏଲ ପ୍ରତି ପ୍ରତିକୂଳ ବିଶ୍ୱ ମତର ମୁଖ୍ୟ କାରଣ ଭାବେ ଆମେରିକା ରାଷ୍ଟ୍ରପତି ‘ଆଖିବୁଜା ବୋମାମାଡ଼’ ବୋଲି ଦର୍ଶାଇଛନ୍ତି। ୧୯୩ ସଦସ୍ୟ ବିଶିଷ୍ଟ ସାଧାରଣ ସଭାରେ ଗାଜାରେ ମାନବିକ ଅସ୍ତ୍ରବିରତି ଦାବିରେ ମତଦାନ ହୋଇଥିଲା। ଭାରତ ସମେତ ୧୫୩ଟି ଦେଶ ଏହାକୁ ସମର୍ଥନ କରିଥିବା ବେଳେ ୧୦ଟି ବିପକ୍ଷରେ ଭୋଟ୍ ଦେଇଥିଲେ ଏବଂ ୨୩ଟି ଦେଶ ଏଥିରୁ ଦୂରେଇ ରହିଥିଲେ। ଯୁକ୍ତରାଷ୍ଟ୍ର ଆମେରିକା, ଇସ୍ରାଏଲ, ଅଷ୍ଟ୍ରିଆ, ଚେକିଆ, ଗୁଆଟେମାଲା, ଲାଇବେରିଆ, ମାଇକ୍ରୋନେସିଆ, ନାଉରୁ, ପାପୁଆ ନ୍ୟୁ ଗିନି ଏବଂ ପାରାଗୁଏ ଏହି ପ୍ରସ୍ତାବକୁ ବିରୋଧ କରିଥିଲେ।

Tags: