ଯମୁନା ବିଷ ଟିପ୍ପଣୀକୁ ନେଇ ମୁଖ୍ୟ ନିର୍ବାଚନ କମିସନରଙ୍କୁ ଟାର୍ଗେଟ କଲେ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ : ବିଜେପି ଶାସିତ ହରିୟାଣା ଦିଲ୍ଲୀର ଜଳ ଯୋଗାଣରେ ବାଧା ସୃଷ୍ଟି କରିବା ପାଇଁ ଯମୁନା ପାଣିକୁ ବିଷାକ୍ତ କରିଛି ବୋଲି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ୍ କରିଥିବା ଅଭିଯୋଗକୁ ନେଇ ଆଜି ଇସି (ନିର୍ବାଚନ କମିସନ୍‌) ପୁଣିଥରେ କେଜ୍ରିୱାଲଙ୍କଠାରୁ ତଥ୍ୟଗତ ପ୍ରମାଣ ମାଗିଛନ୍ତି। ତେବେ ଉକ୍ତ ପ୍ରସଙ୍ଗକୁ ନେଇ ଆଜି କେଜ୍ରିୱାଲ ମୁଖ୍ୟ ନିର୍ବାଚନ କମିସନରଙ୍କୁ ଟାର୍ଗେଟ୍‌ କରିଛନ୍ତି। ଅବସର ପରେ ଚାକିରି ଚାହୁଁଥିବା ଅଭିଯୋଗ କରି କେଜ୍ରିଓ୍ଵାଲ କହିଛନ୍ତି ଯେ ସେ କୁମାର […]

Samaya Live Picture
Published On

ନୂଆଦିଲ୍ଲୀ : ବିଜେପି ଶାସିତ ହରିୟାଣା ଦିଲ୍ଲୀର ଜଳ ଯୋଗାଣରେ ବାଧା ସୃଷ୍ଟି କରିବା ପାଇଁ ଯମୁନା ପାଣିକୁ ବିଷାକ୍ତ କରିଛି ବୋଲି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ୍ କରିଥିବା ଅଭିଯୋଗକୁ ନେଇ ଆଜି ଇସି (ନିର୍ବାଚନ କମିସନ୍‌) ପୁଣିଥରେ କେଜ୍ରିୱାଲଙ୍କଠାରୁ ତଥ୍ୟଗତ ପ୍ରମାଣ ମାଗିଛନ୍ତି। ତେବେ ଉକ୍ତ ପ୍ରସଙ୍ଗକୁ ନେଇ ଆଜି କେଜ୍ରିୱାଲ ମୁଖ୍ୟ ନିର୍ବାଚନ କମିସନରଙ୍କୁ ଟାର୍ଗେଟ୍‌ କରିଛନ୍ତି। ଅବସର ପରେ ଚାକିରି ଚାହୁଁଥିବା ଅଭିଯୋଗ କରି କେଜ୍ରିଓ୍ଵାଲ କହିଛନ୍ତି ଯେ ସେ କୁମାର ଏବଂ ତାଙ୍କ ନିର୍ବାଚନ କମିଶନରଙ୍କୁ ୩ ବୋତଲ ଯମୁନା ପାଣି ପଠାଇବେ ଏବଂ ସେମାନେ ଏହି ପାଣି ପିଇବା ପାଇଁ ସେ ଚ୍ୟାଲେଞ୍ଜ କରିଛନ୍ତି। ନିର୍ବାଚନ ଆୟୋଗ ଆପ୍ ମୁଖ୍ୟଙ୍କୁ ଆଉ ଏକ ଚିଠି ଲେଖିବାର କିଛି ଘଣ୍ଟା ପରେ କେଜ୍ରିୱାଲ ଏହି ମନ୍ତବ୍ୟ ଦେଇଛନ୍ତି। ଶୁକ୍ରବାର ପୂର୍ବାହ୍ନ ୧୧ଟା ସୁଦ୍ଧା କେଜ୍ରିଓ୍ଵାଲଙ୍କୁ ତଥ୍ୟଗତ ପ୍ରମାଣ ଦାଖଲ କରିବା ସହ ୫ଟି ପ୍ରଶ୍ନର ଉତ୍ତର ଦେବାକୁ ନିର୍ବାଚନ କମିଶନ କହିଛନ୍ତି, ନଚେତ୍ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Tags: