ଯମୁନା ଜଳସ୍ତର ବଢ଼ିଚାଲିଛି, ଦିଲ୍ଲୀରେ ଭୀଷଣ ବନ୍ୟା ବିପଦ

ନୂଆଦିଲ୍ଲୀ: ଦିଲ୍ଲୀରେ ଯମୁନା ନଦୀ ଜଳସ୍ତର ଲଗାତାର ଭା‌ବେ ବଢ଼ିଚାଲିଛି। ଯମୁନା ଜଳସ୍ତର ସର୍ବାଧିକ ୨୦୮.୬ ମିଟର ପହଞ୍ଚିଛି। ଯମୁନା ନଦୀ ଜଳସ୍ତର ବଢ଼ୁଥିବାରୁ ତଳିଆ ଅଞ୍ଚଳ ଗୁଡ଼ିକ ଜଳମଗ୍ନ ହୋଇଯାଇଛି। ଦିଲ୍ଲୀରେ ଭୀଷଣ ବନ୍ୟା ବିପଦ ରହିଛି। ବନ୍ୟା ପାଇଁ ୩ଟି ୱାଟର ଟ୍ରିଟମେଣ୍ଟ୍‌ ପ୍ଲାଣ୍ଟ୍‌ ବନ୍ଦ ଥିବାରୁ ଦିଲ୍ଲୀରେ ପାନୀୟ ଜଳ ସଙ୍କଟ ଦେଖାଦେଲାଣି। ଏହା ଅତ୍ୟନ୍ତ ବିପଜ୍ଜନକ ସ୍ଥିତି ବୋଲି କେନ୍ଦ୍ରୀୟ ଜଳ କମିସନ୍‌ କହିଛି। ଦିଲ୍ଲୀରେ ଆସନ୍ତା ରବିବାର ପର୍ଯ୍ୟନ୍ତ ସମସ୍ତ […]

Samaya Live Picture
Published On

ନୂଆଦିଲ୍ଲୀ: ଦିଲ୍ଲୀରେ ଯମୁନା ନଦୀ ଜଳସ୍ତର ଲଗାତାର ଭା‌ବେ ବଢ଼ିଚାଲିଛି। ଯମୁନା ଜଳସ୍ତର ସର୍ବାଧିକ ୨୦୮.୬ ମିଟର ପହଞ୍ଚିଛି। ଯମୁନା ନଦୀ ଜଳସ୍ତର ବଢ଼ୁଥିବାରୁ ତଳିଆ ଅଞ୍ଚଳ ଗୁଡ଼ିକ ଜଳମଗ୍ନ ହୋଇଯାଇଛି। ଦିଲ୍ଲୀରେ ଭୀଷଣ ବନ୍ୟା ବିପଦ ରହିଛି। ବନ୍ୟା ପାଇଁ ୩ଟି ୱାଟର ଟ୍ରିଟମେଣ୍ଟ୍‌ ପ୍ଲାଣ୍ଟ୍‌ ବନ୍ଦ ଥିବାରୁ ଦିଲ୍ଲୀରେ ପାନୀୟ ଜଳ ସଙ୍କଟ ଦେଖାଦେଲାଣି। ଏହା ଅତ୍ୟନ୍ତ ବିପଜ୍ଜନକ ସ୍ଥିତି ବୋଲି କେନ୍ଦ୍ରୀୟ ଜଳ କମିସନ୍‌ କହିଛି। ଦିଲ୍ଲୀରେ ଆସନ୍ତା ରବିବାର ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍‌ ଓ କଲେଜ ବନ୍ଦ ରହିଛି। ଆବଶ୍ୟକ ନଥିଲେ ସରକାରୀ ଅଫିସ ଖୋଲିବନି। ଘରୋଇ କମ୍ପାନି ଗୁଡ଼ିକୁ ୱାର୍କ ଫ୍ରମ୍‌ ହୋମ୍‌ ନିୟମ ପାଳନ କରିବାକୁ କୁହାଯାଇଛି। ଇତି ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ଜଳସ୍ତର କମାଇବାପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଖାଲି ଦିଲ୍ଲୀ ନୁହେଁ ଜମ୍ମୁ -କାଶ୍ମୀର, ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ, ହରିୟାଣା, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରେ ନଦୀ, ଝରଣା ଏବଂ ଡ୍ରେନ୍‌ଗୁଡ଼ିକ ଜଳପୂର୍ଣ୍ଣ ହୋଇଥିବାରୁ ଭିତ୍ତିଭୂମିରେ ବ୍ୟାପକ କ୍ଷତି ଘଟିବା ସହ ଅତ୍ୟାବଶ୍ୟକ ସେବାଗୁଡ଼ିକ ବ୍ୟାହତ ହୋଇଛି। ତେବେ ଦିଲ୍ଲୀ ଏବଂ ହିମାଚଳ ସ୍ଥିତି ସବୁଠୁ କଦର୍ଯ୍ୟ ହୋଇଯାଇଛି।

Tags: