ଯମୁନାରେ ବଡ଼ ଧରଣର ବନ୍ୟା, ଦିଲ୍ଲୀ-ଏନ୍‌ସିଆର୍‌ ଅଚଳ

ନୂଆଦିଲ୍ଲୀ: ଲଗାଣ ବର୍ଷାରେ ଦିଲ୍ଲୀ ସହର ଅଚଳ ହୋଇଯାଇଛି । ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଦିଲ୍ଲୀ-ଏନ୍‌ସିଆର୍‌ ଏବଂ ପଡ଼ୋଶୀ ନୋଏଡ଼ା, ଗୁରୁଗ୍ରାମ, ଗାଜିଆବାଦ ଏବଂ ଫରିଦାବାଦରେ ଜଳବନ୍ଦି ସମସ୍ୟା ସାଂଘାତିକ ରୂପ ନେଇଛି। ଯମୁନା ନଦୀ ଲଗାତାର ଫୁଲୁଥିବାରୁ ଦିଲ୍ଲୀରେ ରାସ୍ତାଘାଟରେ ଏବେ ବନ୍ୟା ପାଣିର ସୁଅ ଛୁଟିଛି। ତଳିଆ ଅଞ୍ଚଳର ଅନେକ ଘର ଜଳମଗ୍ନ ହୋଇଯାଇଛି। ‘ମଜନୁ କା ତିଲାର‌’ ଅଂଚଳରେ ଲୋକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ସ୍ଥାନାନ୍ତର କରାଯାଇଛି। ମଦନପୁର ଖଦର ଏବଂ […]

ଯମୁନାରେ ବଡ଼ ଧରଣର ବନ୍ୟା, ଦିଲ୍ଲୀ-ଏନ୍‌ସିଆର୍‌ ଅଚଳ
Samaya Live Picture
Published On

ନୂଆଦିଲ୍ଲୀ: ଲଗାଣ ବର୍ଷାରେ ଦିଲ୍ଲୀ ସହର ଅଚଳ ହୋଇଯାଇଛି । ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଦିଲ୍ଲୀ-ଏନ୍‌ସିଆର୍‌ ଏବଂ ପଡ଼ୋଶୀ ନୋଏଡ଼ା, ଗୁରୁଗ୍ରାମ, ଗାଜିଆବାଦ ଏବଂ ଫରିଦାବାଦରେ ଜଳବନ୍ଦି ସମସ୍ୟା ସାଂଘାତିକ ରୂପ ନେଇଛି। ଯମୁନା ନଦୀ ଲଗାତାର ଫୁଲୁଥିବାରୁ ଦିଲ୍ଲୀରେ ରାସ୍ତାଘାଟରେ ଏବେ ବନ୍ୟା ପାଣିର ସୁଅ ଛୁଟିଛି। ତଳିଆ ଅଞ୍ଚଳର ଅନେକ ଘର ଜଳମଗ୍ନ ହୋଇଯାଇଛି। ‘ମଜନୁ କା ତିଲାର‌’ ଅଂଚଳରେ ଲୋକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ସ୍ଥାନାନ୍ତର କରାଯାଇଛି। ମଦନପୁର ଖଦର ଏବଂ ବଦରପୁରରେ ଶତାଧିକ ପରିବାର ଏବେ ଅସ୍ଥ‌ାୟୀ ଶିବିରରେ ରହୁଛନ୍ତି। ବୁଧବାର ଅପରାହ୍ନରୁ ଯମୁନା ନଦୀ ଜଳ ୨୦୭ ମିଟର ଉପରେ ପ୍ରବାହିତ ହେଉଛି। କର୍ତ୍ତୃପକ୍ଷ ଦିଲ୍ଲୀର ତଳିଆ ଅଞ୍ଚଳରୁ ୧୦ ହଜାରରୁ ଅଧିକ ଲୋକଙ୍କୁ ଖାଲି କରିବା ସହ ରିଲିଫ୍‌ ଓ ଥଇଥାନ ବ୍ୟବସ୍ଥା ତ୍ବରାନ୍ବିତ କରିଛନ୍ତି। ୨୮ଟି ସ୍ଥାନରୁ ୧୦ ହଜାରରୁ ଅଧିକ ଲୋକ ଏବେ ରିଲିଫ୍‌ ଶିବିରରେ ଅଛନ୍ତି । ଯମୁନା ବନ୍ୟା ଜଳ ରିଲିଫ୍‌ ଶିବିରରେ ମଧ୍ୟ ପ୍ରବେଶ କରିବାରୁ ‌ସେଠାରୁ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଦିଲ୍ଲୀରେ ସମସ୍ତ ସ୍କୁଲ୍‌ ବନ୍ଦ ରହିଛି ଏବଂ ସର୍ବାଧିକ ପ୍ରଭାବିତ ଅଂଚଳରେ ଉଦ୍ଧାର ଅପରେସନ ଜାରି ରହିଛି।

Tags: