ଯଦି ସିସୋଦିଆ ଏଠି ଥାଆନ୍ତେ ଏମିତି ହୋଇନଥାନ୍ତା : ସ୍ବାତୀ
ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସହଯୋଗୀ ବିଭବ କୁମାରଙ୍କ ଗିରଫକୁ ବିରୋଧ କରି ଆଜି ଆପ୍ର ବରିଷ୍ଠ ନେତାମାନେ ବିଜେପି ମୁଖ୍ୟାଳୟ ପର୍ଯ୍ୟନ୍ତ ଏକ ଆନ୍ଦୋଳନ ପଦଯାତ୍ରା କରିଛନ୍ତି। ଆପ୍ ସାଂସଦ ସ୍ବାତୀ କହିଛନ୍ତି, ତାଙ୍କ ଆକ୍ରମଣ ମାମଲାକୁ ନେଇ ଉପୁଜିଥିବା ରାଜନୈତିକ ବିବାଦ ପାଇଁ ଏହି ଆନ୍ଦୋଳନ ପଦଯାତ୍ରା ହୋଇଛି। ତେବେ ଯେଉଁମାନେ ଦିନେ ଦିଲ୍ଲୀ ଗଣଦୁଷ୍କର୍ମ ପୀଡ଼ିତାଙ୍କ ନ୍ୟାୟ ପାଇଁ ଆନ୍ଦୋଳନ ପଦଯାତ୍ରା କରୁଥିଲେ ଆଜି ସେମାନେ ଅଭିଯୁକ୍ତକୁ ସୁରକ୍ଷା […]
ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସହଯୋଗୀ ବିଭବ କୁମାରଙ୍କ ଗିରଫକୁ ବିରୋଧ କରି ଆଜି ଆପ୍ର ବରିଷ୍ଠ ନେତାମାନେ ବିଜେପି ମୁଖ୍ୟାଳୟ ପର୍ଯ୍ୟନ୍ତ ଏକ ଆନ୍ଦୋଳନ ପଦଯାତ୍ରା କରିଛନ୍ତି। ଆପ୍ ସାଂସଦ ସ୍ବାତୀ କହିଛନ୍ତି, ତାଙ୍କ ଆକ୍ରମଣ ମାମଲାକୁ ନେଇ ଉପୁଜିଥିବା ରାଜନୈତିକ ବିବାଦ ପାଇଁ ଏହି ଆନ୍ଦୋଳନ ପଦଯାତ୍ରା ହୋଇଛି। ତେବେ ଯେଉଁମାନେ ଦିନେ ଦିଲ୍ଲୀ ଗଣଦୁଷ୍କର୍ମ ପୀଡ଼ିତାଙ୍କ ନ୍ୟାୟ ପାଇଁ ଆନ୍ଦୋଳନ ପଦଯାତ୍ରା କରୁଥିଲେ ଆଜି ସେମାନେ ଅଭିଯୁକ୍ତକୁ ସୁରକ୍ଷା ଦେବାପାଇଁ ଏଭଳି ଆନ୍ଦୋଳନ ପଦଯାତ୍ରା କରିଛନ୍ତି । ୨୦୧୨ ଦିଲ୍ଲୀ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲା ପରେ ହୋଇଥିବା ଆନ୍ଦୋଳନକୁ ଇଙ୍ଗିତ କରି ସ୍ବାତୀ ଏହା କହିଛନ୍ତି। ସ୍ବାତୀ କହିଛନ୍ତି, ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଯଦି ଜେଲରେ ନଥାଇ ଏବେ ବାହାରେ ଥାଆନ୍ତେ ତେବେ ଆଜି ତାଙ୍କ ସହ ଏମିତି ହୋଇନଥାନ୍ତା। ଉଲ୍ଲେଖଯୋଗ୍ୟ ଯେ ସ୍ବାତୀ ମଲିୱାଲଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସହଯୋଗୀ ବିଭବ କୁମାର ଦୁର୍ବ୍ୟବହାର କରିଥିଲେ। ୧୩ ତାରିଖରେ ସ୍ବାତୀ କେଜ୍ରିୱାଲଙ୍କ ବାସଭବନ ଯାଇଥିବାବେଳେ ତାଙ୍କୁ ବିଭବ କୁମାର ଦୁର୍ବ୍ୟବହାର କରିଥିବା ସେ ଅଭିଯୋଗ କରିଥିଲେ। ଉକ୍ତ ଘଟଣାକୁ ନେଇ ରାଜନୀତି ଜୋରଦାର ହୋଇଛି। ବିଜେପି ଉକ୍ତ ଘଟଣାକୁ ଲଜ୍ଜାଜନକ କହିଛି।




