ମୌସୁମୀ ଅଧିବେଶନ ପରେ ବିରୋଧୀ ବୈଠକ
ନୂଆଦିଲ୍ଲୀ : ଆସନ୍ତା ଜୁଲାଇ ୧୩-୧୪ ତାରିଖ ମଧ୍ୟରେ ବେଙ୍ଗାଲୁରୁରେ ହେବାକୁ ଥିବା ବିରୋଧୀ ବୈଠକ ବର୍ତ୍ତମାନ ପାଇଁ ସ୍ଥଗିତ ରହିଛି। ମୌସୁମୀ ଅଧିବେଶନ ଶେଷ ହେବାପରେ ବୈଠକ ପାଇଁ ନୂଆ ତାରିଖ ଧାର୍ଯ୍ୟ ହେବ। ଜେଡିୟୁ ନେତା କେସି ତ୍ୟାଗି ଆଜି ଏହି ସୂଚନା ଦେଇଛନ୍ତି। ବିହାର ଏବଂ କର୍ଣ୍ଣାଟକ ବିଧାନସଭାର ମୌସୁମୀ ଅଧିବେଶନ ପାଇଁ ବିରୋଧୀ ବୈଠକ ଜୁଲାଇ ମାସରେ ଧାର୍ଯ୍ୟ ତାରିଖରେ ହୋଇପାରିବନି। ଜୁଲାଇ ୧୦-୨୪ ମଧ୍ୟରେ ବିହାର ବିଧାନସଭାରେ ମୌସୁମୀ ଅଧିବେଶନ […]
ନୂଆଦିଲ୍ଲୀ : ଆସନ୍ତା ଜୁଲାଇ ୧୩-୧୪ ତାରିଖ ମଧ୍ୟରେ ବେଙ୍ଗାଲୁରୁରେ ହେବାକୁ ଥିବା ବିରୋଧୀ ବୈଠକ ବର୍ତ୍ତମାନ ପାଇଁ ସ୍ଥଗିତ ରହିଛି। ମୌସୁମୀ ଅଧିବେଶନ ଶେଷ ହେବାପରେ ବୈଠକ ପାଇଁ ନୂଆ ତାରିଖ ଧାର୍ଯ୍ୟ ହେବ। ଜେଡିୟୁ ନେତା କେସି ତ୍ୟାଗି ଆଜି ଏହି ସୂଚନା ଦେଇଛନ୍ତି। ବିହାର ଏବଂ କର୍ଣ୍ଣାଟକ ବିଧାନସଭାର ମୌସୁମୀ ଅଧିବେଶନ ପାଇଁ ବିରୋଧୀ ବୈଠକ ଜୁଲାଇ ମାସରେ ଧାର୍ଯ୍ୟ ତାରିଖରେ ହୋଇପାରିବନି। ଜୁଲାଇ ୧୦-୨୪ ମଧ୍ୟରେ ବିହାର ବିଧାନସଭାରେ ମୌସୁମୀ ଅଧିବେଶନ ଅଛି। ଏହି କାରଣ ପାଇଁ ବୈଠକ ସ୍ଥଗିତ ରଖାଯାଇଛି। ଅନ୍ୟପକ୍ଷେ ଏନ୍ସିପି ଦଳରେ ବିଦ୍ରୋହର ଦିନକ ପରେ ବିରୋଧୀ ବୈଠକ ସ୍ଥଗିତ ରଖିବାପାଇଁ ନିଷ୍ପତ୍ତି ନିଆଯାଇଛି।




