ମୌସୁମୀ ଅଧିବେଶନର ଚତୁର୍ଥ ଦିନ, ବିହାର ସାର୍ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଜାରି
ନୂଆଦିଲ୍ଲୀ: ବିହାରରେ ଚାଲିଥିବା ଏସ୍ଆଇଆର୍ (ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ) ଉପରେ ଆଲୋଚନା ଦାବି କରି ବିରୋଧୀ ଦଳ ନେତାମାନେ ଆଜି ମଧ୍ୟ ପ୍ରବଳ ହଟ୍ଟଗୋଳ କରିବାରୁ ଆଜି ମଧ୍ୟ ଗୃହକାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି। ଏଥିପାଇଁ ଆଜି ରାଜ୍ୟସଭାକୁ ଦିନକ ପାଇଁ ମୁଲତବୀ ରଖାଯାଇଛି। ୨୫ ଜୁଲାଇ, ଶୁକ୍ରବାର ଦିନ ପୂର୍ବାହ୍ନ ୧୧ଟାରେ ପୁଣିଥରେ ଗୃହକାର୍ଯ୍ୟ ଆରମ୍ଭ ହେବ। ସେହିପରି ବିରୋଧୀ ସାଂସଦଙ୍କର ନିରନ୍ତର ହଙ୍ଗାମା ଏବଂ ଜୋରଦାର ସ୍ଲୋଗାନ ମଧ୍ୟରେ, ଗୁରୁବାର ଦିନ ଲୋକସଭାକୁ […]
ନୂଆଦିଲ୍ଲୀ: ବିହାରରେ ଚାଲିଥିବା ଏସ୍ଆଇଆର୍ (ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ) ଉପରେ ଆଲୋଚନା ଦାବି କରି ବିରୋଧୀ ଦଳ ନେତାମାନେ ଆଜି ମଧ୍ୟ ପ୍ରବଳ ହଟ୍ଟଗୋଳ କରିବାରୁ ଆଜି ମଧ୍ୟ ଗୃହକାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି। ଏଥିପାଇଁ ଆଜି ରାଜ୍ୟସଭାକୁ ଦିନକ ପାଇଁ ମୁଲତବୀ ରଖାଯାଇଛି। ୨୫ ଜୁଲାଇ, ଶୁକ୍ରବାର ଦିନ ପୂର୍ବାହ୍ନ ୧୧ଟାରେ ପୁଣିଥରେ ଗୃହକାର୍ଯ୍ୟ ଆରମ୍ଭ ହେବ। ସେହିପରି ବିରୋଧୀ ସାଂସଦଙ୍କର ନିରନ୍ତର ହଙ୍ଗାମା ଏବଂ ଜୋରଦାର ସ୍ଲୋଗାନ ମଧ୍ୟରେ, ଗୁରୁବାର ଦିନ ଲୋକସଭାକୁ ଦିନସାରା ପାଇଁ ମୁଲତବୀ ରଖାଯାଇଛି। ବିହାର ଏସଆଇଆର ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ବାଧା ସୃଷ୍ଟି ହେବା ଫଳରେ କାର୍ଯ୍ୟ ଠପ୍ ହୋଇ ରହିଥିବାରୁ ଶୁକ୍ରବାର ଦିନ ପୂର୍ବାହ୍ନ ୧୧ଟାରେ ପୁଣିଥରେ ଲୋକସଭାରେ ଗୃହକାର୍ଯ୍ୟ ଆରମ୍ଭ ହେବ। ଆଜି ରାଜ୍ୟସଭାର ଉପାଧ୍ୟକ୍ଷ ହରିବଂଶ ସିଂହ ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନଖରଙ୍କ ଇସ୍ତଫା ଉପରେ ଆଲୋଚନା ପାଇଁ ଆସିଥିବା ସମସ୍ତ ନୋଟିସକୁ ପ୍ରତ୍ୟାଖ୍ୟାନ କରିଛନ୍ତି।




