ମୌସୁମୀ ଅଧିବେଶନରେ ୨୩ ବିଲ୍‌ ଗୃହୀତ ହୋଇଛି

ନୂଆଦିଲ୍ଲୀ : ଜୁଲାଇ ୨୦ରେ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନ ଗତ ଶୁକ୍ରବାର ତଥା ଅଗଷ୍ଟ ୧୧ ତାରିଖରେ ଶେଷ ହୋଇଛି। ୨୩ ଦିନରେ ମୋଟ୍‌ ୧୭ଟି କାର୍ଯ୍ୟଦିବସ ରହିଥିଲା। ଚଳିତ ଅଧିବେଶନରେ ମଣିପୁର ପ୍ରସଙ୍ଗରେ ବିରୋଧୀଙ୍କ ହୋହଲ୍ଲା ସତ୍ତ୍ବେ ୨୩ଟି ବିଲ୍‌ ସଂସଦରେ ଗୃହୀତ ‌ହୋଇପାରିଛି। ଦିଲ୍ଲୀ ସର୍ଭିସ ସଂଶୋଧନ ବିଲ୍‌, ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ୍‌, ଜନ୍ମ ଏବଂ ମୃତ୍ୟୁ ପଞ୍ଜିକରଣ ସଂଶୋଧନ ବିଲ୍‌ ସମେତ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ବିଲ୍‌ ଗୃହୀତ ‌ହୋଇଛି। କିନ୍ତୁ […]

Samaya Live Picture
Published On

ନୂଆଦିଲ୍ଲୀ : ଜୁଲାଇ ୨୦ରେ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନ ଗତ ଶୁକ୍ରବାର ତଥା ଅଗଷ୍ଟ ୧୧ ତାରିଖରେ ଶେଷ ହୋଇଛି। ୨୩ ଦିନରେ ମୋଟ୍‌ ୧୭ଟି କାର୍ଯ୍ୟଦିବସ ରହିଥିଲା। ଚଳିତ ଅଧିବେଶନରେ ମଣିପୁର ପ୍ରସଙ୍ଗରେ ବିରୋଧୀଙ୍କ ହୋହଲ୍ଲା ସତ୍ତ୍ବେ ୨୩ଟି ବିଲ୍‌ ସଂସଦରେ ଗୃହୀତ ‌ହୋଇପାରିଛି। ଦିଲ୍ଲୀ ସର୍ଭିସ ସଂଶୋଧନ ବିଲ୍‌, ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ୍‌, ଜନ୍ମ ଏବଂ ମୃତ୍ୟୁ ପଞ୍ଜିକରଣ ସଂଶୋଧନ ବିଲ୍‌ ସମେତ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ବିଲ୍‌ ଗୃହୀତ ‌ହୋଇଛି। କିନ୍ତୁ କେବଳ ଦିଲ୍ଲୀ ସର୍ଭିସ ସଂଶୋଧନ ବିଲ୍‌ ଉପରେ ହିଁ ସଠିକ୍‌ ବିତର୍କ ହୋଇପାରିଛି। ବିସ୍ତୃତ ବିତର୍କ ପରେ ଦିଲ୍ଲୀ ସର୍ଭିସ ସଂଶୋଧନ ବିଲ୍‌ ଗୃହରେ ଗୃହୀତ ହୋଇଥିଲା। ଚଳିତ ଅଧିବେଶନରେ ବିରୋଧୀ ଇଣ୍ଡିଆ ମେଣ୍ଟ ଦ୍ବାରା ଅନାସ୍ଥା ଅଣାଯାଇଥିଲା। ଅନାସ୍ଥା ଉପରେ ଅତ୍ୟନ୍ତ ନାଟକୀୟ ଭାବେ ଗୃହରେ ୩ ଦିନ ଧରି ଆଲୋଚନା ଚାଲିଥିଲା। ୨୦୨୪ ଲୋକସଭା ନିର୍ବାଚନ କଥା ଉଠାଇ ଉଭୟ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀଙ୍କ ଉପରେ ତୀବ୍ର ଆକ୍ରମଣ କରିଥିଲେ।

Tags: