ମୌସୁମୀ ଅଧିବେଶନରେ ୨୨ ବିଲ୍ ଆଗତ ହୋଇପାରେ
ନୂଆଦିଲ୍ଲୀ: ଆସନ୍ତା ୨୦ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ। ମୌସୁମୀ ଅଧିବେଶନରେ ସରକାର ୨୨ଟି ବିଲ୍ ଆଣିବା ଲାଗି ପ୍ରସ୍ତୁତି ଚଳାଇଛନ୍ତି। ଏହି ଅଧିବେଶନରେ ଦିଲ୍ଲୀ ସର୍ଭିସ, ତଥ୍ୟ ସୁରକ୍ଷା, ଜନ ବିଶ୍ବାସ, ଜଙ୍ଗଲ ସଂରକ୍ଷଣ ସମେତ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ବିଲ୍ ଆଗତ ହେବାର ସମ୍ଭାବନା ରହିଛି। ଜନ ବିଶ୍ବାସ ବିଲ୍ ୨୦୨୨ରେ ୪୨ଟି ଆଇନରେ ୧୮୧ଟି ପ୍ରସ୍ତାବକୁ ସଂଶୋଧନ କରିବା ଏବଂ ଅପରାଧିକ ମାମଲାରେ ରହିଥିବା ବ୍ୟବସ୍ଥାକୁ ଯୁକ୍ତିସଙ୍ଗତ କରିବାକୁ ସରକାର ଉଦ୍ୟମ […]
ନୂଆଦିଲ୍ଲୀ: ଆସନ୍ତା ୨୦ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ। ମୌସୁମୀ ଅଧିବେଶନରେ ସରକାର ୨୨ଟି ବିଲ୍ ଆଣିବା ଲାଗି ପ୍ରସ୍ତୁତି ଚଳାଇଛନ୍ତି। ଏହି ଅଧିବେଶନରେ ଦିଲ୍ଲୀ ସର୍ଭିସ, ତଥ୍ୟ ସୁରକ୍ଷା, ଜନ ବିଶ୍ବାସ, ଜଙ୍ଗଲ ସଂରକ୍ଷଣ ସମେତ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ବିଲ୍ ଆଗତ ହେବାର ସମ୍ଭାବନା ରହିଛି। ଜନ ବିଶ୍ବାସ ବିଲ୍ ୨୦୨୨ରେ ୪୨ଟି ଆଇନରେ ୧୮୧ଟି ପ୍ରସ୍ତାବକୁ ସଂଶୋଧନ କରିବା ଏବଂ ଅପରାଧିକ ମାମଲାରେ ରହିଥିବା ବ୍ୟବସ୍ଥାକୁ ଯୁକ୍ତିସଙ୍ଗତ କରିବାକୁ ସରକାର ଉଦ୍ୟମ ଚଳାଇଛନ୍ତି। ଏଥିସହ ବ୍ୟକ୍ତିଗତ ଡାଟା ସଂରକ୍ଷଣ ବିଲ୍ ଏବଂ ନ୍ୟାସନାଲ ରିସର୍ଚ୍ଚ ଫାଉଣ୍ଡେସନ (ଏନଆରଏଫ) ବିଲ୍ ମଧ୍ୟ ସରକାର ଆଣିପାରନ୍ତି। ପ୍ରଥମେ ପୁରୁଣା ସଂସଦ ଭବନରେ ମୌସୁମୀ ଅଧିବେଶନ ଆରମ୍ଭ ହେବ। ପରେ ନୂଆ ସଂସଦ ଭବନରେ ଅଧିବେଶନ ବସିବ ବୋଲି ଜଣାପଡ଼ିଛି। ଚଳିତ ମୌସୁମୀ ଅଧିବେଶନରେ ବିରୋଧୀ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ସରକାରଙ୍କୁ ଘେରିବାପାଇଁ ଉଦ୍ୟମ କରିବେ।




