ମୌସୁମି ଅଧିବେଶନରେ ଆଗତ ହେବ ସମାନ ନାଗରିକ ସଂହିତା ବିଲ୍
ନୂଆଦିଲ୍ଲୀ : ସଂସଦର ମୌସୁମି ଅଧିବେଶନରେ ସରକାର ୟୁସିସି (ସମାନ ନାଗରିକ ସଂହିତା) ବିଲ୍ ଆଗତ କରିପାରନ୍ତି। ଏକ ବିଶେଷ ସୂତ୍ରରୁ ଏହା ଜଣାପଡ଼ିଛି। ବିଲ୍କୁ ସଂସଦୀୟ ଷ୍ଟାଣ୍ଡିଂ କମିଟି ପଠାଯିବ। କମିଟି ୟୁସିସି ପ୍ରସଙ୍ଗରେ ବିଭିନ୍ନ ପକ୍ଷଙ୍କ ମତାମତ ଶୁଣିବେ। ଜୁଲାଇ ତୃତୀୟ ସପ୍ତାହରେ ସଂସଦର ମୌସୁମି ଅଧିବେଶନ ଆରମ୍ଭ ହେବ। ପୁରୁଣା ସଂସଦ ଭବନରେ ମୌସୁମି ଅଧିବେଶନ ଚାଲିବ ବୋଲି ଜଣାପଡ଼ିଛି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ୟୁସିସି ପ୍ରସଙ୍ଗରେ କଡ଼ା ଆଭିମୁଖ୍ୟ […]
ନୂଆଦିଲ୍ଲୀ : ସଂସଦର ମୌସୁମି ଅଧିବେଶନରେ ସରକାର ୟୁସିସି (ସମାନ ନାଗରିକ ସଂହିତା) ବିଲ୍ ଆଗତ କରିପାରନ୍ତି। ଏକ ବିଶେଷ ସୂତ୍ରରୁ ଏହା ଜଣାପଡ଼ିଛି। ବିଲ୍କୁ ସଂସଦୀୟ ଷ୍ଟାଣ୍ଡିଂ କମିଟି ପଠାଯିବ। କମିଟି ୟୁସିସି ପ୍ରସଙ୍ଗରେ ବିଭିନ୍ନ ପକ୍ଷଙ୍କ ମତାମତ ଶୁଣିବେ। ଜୁଲାଇ ତୃତୀୟ ସପ୍ତାହରେ ସଂସଦର ମୌସୁମି ଅଧିବେଶନ ଆରମ୍ଭ ହେବ। ପୁରୁଣା ସଂସଦ ଭବନରେ ମୌସୁମି ଅଧିବେଶନ ଚାଲିବ ବୋଲି ଜଣାପଡ଼ିଛି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ୟୁସିସି ପ୍ରସଙ୍ଗରେ କଡ଼ା ଆଭିମୁଖ୍ୟ ରଖିଥିଲେ। ମୋଦୀ କହିଥିଲେ ଗୋଟିଏ ପରିବାରରେ ୨ଟି ନିୟମ ଚାଲିପାରିବନି। ସମାନ ନାଗରିକ ସଂହିତା ଉପରେ ଗୁରୁତ୍ବାରୋପ କରି ମୋଦୀ ଏହି ଟିପ୍ପଣୀ ଦେଇଥିଲେ। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ସଂସଦରେ ସମାନ ନାଗରିକ ସଂହିତା ବିଲ୍ ଉପସ୍ଥାପନ ହେବ।




