ମୋ ଲୋକପ୍ରିୟତା ବୃଦ୍ଧିରେ ଅନେକ ଅସନ୍ତୁଷ୍ଟ : ବିବେକ ରାମସ୍ବାମୀ

ୱାସିଂଟନ: ଭାରତୀୟ-ଆମେରିକୀୟ ବ୍ୟବସାୟୀ ବିବେକ ରାମସ୍ୱାମୀ କହିଛନ୍ତି, ତାଙ୍କର ଲୋକପ୍ରିୟତା ବୃଦ୍ଧିକୁ ନେଇ ଅନେକ ଲୋକ ଅସନ୍ତୁଷ୍ଟ ଅଛନ୍ତି। ସେମାନେ ଭାବୁଛନ୍ତି, ସେ ୨୦୨୪ ନିର୍ବାଚନରେ ଆମେରିକାର ରାଷ୍ଟ୍ରପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବା ଲାଗି ବୟସରେ ବହୁତ ଛୋଟ। ‘ଫକ୍ସ ନ୍ୟୁଜ୍ ସନ୍‌ଡେ’ରେ ସାକ୍ଷାତ୍‌କାର ଦେଇ ରାମସ୍ବାମୀ ନିର୍ବାଚନକୁ ନେଇ ନିଜର ପ୍ରତିକ୍ରିୟା ରଖିଥିଲେ। ଅଗଷ୍ଟ ପରଠାରୁ ରାମାସ୍ୱାମୀଙ୍କ ବିରୋଧରେ ନକରାତ୍ମକ ଧାରଣା ୧୨ ପ୍ରତିଶତ ବୃଦ୍ଧି ପାଇଛି ବୋଲି ବ୍ରିମ୍ କହିଛନ୍ତି। ୩୮ ବର୍ଷୀୟ […]

Samaya Live Picture
Published On

ୱାସିଂଟନ: ଭାରତୀୟ-ଆମେରିକୀୟ ବ୍ୟବସାୟୀ ବିବେକ ରାମସ୍ୱାମୀ କହିଛନ୍ତି, ତାଙ୍କର ଲୋକପ୍ରିୟତା ବୃଦ୍ଧିକୁ ନେଇ ଅନେକ ଲୋକ ଅସନ୍ତୁଷ୍ଟ ଅଛନ୍ତି। ସେମାନେ ଭାବୁଛନ୍ତି, ସେ ୨୦୨୪ ନିର୍ବାଚନରେ ଆମେରିକାର ରାଷ୍ଟ୍ରପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବା ଲାଗି ବୟସରେ ବହୁତ ଛୋଟ। ‘ଫକ୍ସ ନ୍ୟୁଜ୍ ସନ୍‌ଡେ’ରେ ସାକ୍ଷାତ୍‌କାର ଦେଇ ରାମସ୍ବାମୀ ନିର୍ବାଚନକୁ ନେଇ ନିଜର ପ୍ରତିକ୍ରିୟା ରଖିଥିଲେ। ଅଗଷ୍ଟ ପରଠାରୁ ରାମାସ୍ୱାମୀଙ୍କ ବିରୋଧରେ ନକରାତ୍ମକ ଧାରଣା ୧୨ ପ୍ରତିଶତ ବୃଦ୍ଧି ପାଇଛି ବୋଲି ବ୍ରିମ୍ କହିଛନ୍ତି। ୩୮ ବର୍ଷୀୟ ନେତା ରିପବ୍ଲିକାନ୍ ପ୍ରାଥମିକ ଦୌଡ଼ରେ ଅଦ୍ଭୁତ ଉନ୍ନତି କରି ଦ୍ବିତୀୟ ସ୍ଥାନରେ ପହଞ୍ଚିଥିବା ବେଳେ ଅନେକ ଆମେରିକୀୟ ତାଙ୍କର ତରୁଣ ବୟସକୁ ନେଇ ନକାରାତ୍ମକ ମତ ଦେଇଛନ୍ତି।
ରାମସ୍ବାମୀ କହିଛନ୍ତି, ଦ୍ୱିତୀୟ ବିତର୍କରେ ମୁଁ ଭଲ ପ୍ରଦର୍ଶନ କରିବା ପରଠାରୁ ଗତ କିଛି ସପ୍ତାହ ଧରି ତୀବ୍ର ପ୍ରତିକ୍ରିୟାର ସମ୍ମୁଖୀନ ହେଉଛି। ଅନେକ ଲୋକ ମୋ ଉତ୍ଥାନରେ ଅସନ୍ତୁଷ୍ଟ ଅଛନ୍ତି ଏବଂ ବିଶ୍ୱାସ କରନ୍ତି ଯେ ଜଣେ ୩୮ ବର୍ଷୀୟ ବ୍ୟକ୍ତି ଆମେରିକାର ରାଷ୍ଟ୍ରପତି ହେବା ପାଇଁ ବୟସରେ ବହୁତ ଛୋଟ। ପ୍ରକୃତ କଥା ହେଉଛି ଟମାସ୍ ଜେଫରସନ ଯେତେବେଳେ ଆମେରିକାର ସ୍ୱାଧୀନତା ଘୋଷଣାନାମା ଲେଖିଥିଲେ ସେତେବେଳେ ତାଙ୍କୁ ୩୩ ବର୍ଷ ବୟସ ହୋଇଥିଲା।

Tags: