ମୋ ମୁଣ୍ଡରେ ୧୦ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି ଅଯୋଧ୍ୟା ସାଧୁ : ଉଦୟନିଧି
ନୂଆଦିଲ୍ଲୀ: ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନଙ୍କ ‘ସନାତନ ଧର୍ମ’ ଟିପ୍ପଣୀ ପାଇଁ ତାଙ୍କୁ ଜୋରଦାର ବିରୋଧ ସାମ୍ନା କରିବାକୁ ପଡ଼ିଛି। ଉଦୟନିଧି ଷ୍ଟାଲିନ ଦାବି କରିଛନ୍ତି ଯେ ଅଯୋଧ୍ୟାର ଜଣେ ସାଧୁ ତାଙ୍କ ମୁଣ୍ଡରେ ୧୦ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି। ଅଯୋଧ୍ୟା ସାଧୁ ପରମହଂସ ଆଚାର୍ଯ୍ୟ ଏକ ଭିଡିଓ ଜାରି କରିଛନ୍ତି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ପରମହଂସ ଗୋଟିଏ ହାତରେ ଉଦିୟନିଧିଙ୍କ ପୋଷ୍ଟର ଧରିଛନ୍ତି […]
ନୂଆଦିଲ୍ଲୀ: ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନଙ୍କ ‘ସନାତନ ଧର୍ମ’ ଟିପ୍ପଣୀ ପାଇଁ ତାଙ୍କୁ ଜୋରଦାର ବିରୋଧ ସାମ୍ନା କରିବାକୁ ପଡ଼ିଛି। ଉଦୟନିଧି ଷ୍ଟାଲିନ ଦାବି କରିଛନ୍ତି ଯେ ଅଯୋଧ୍ୟାର ଜଣେ ସାଧୁ ତାଙ୍କ ମୁଣ୍ଡରେ ୧୦ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି। ଅଯୋଧ୍ୟା ସାଧୁ ପରମହଂସ ଆଚାର୍ଯ୍ୟ ଏକ ଭିଡିଓ ଜାରି କରିଛନ୍ତି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ପରମହଂସ ଗୋଟିଏ ହାତରେ ଉଦିୟନିଧିଙ୍କ ପୋଷ୍ଟର ଧରିଛନ୍ତି ଏବଂ ଅନ୍ୟ ହାତରେ ଖଣ୍ଡା ଧରିଛନ୍ତି। ଡିଏମ୍କେ ମନ୍ତ୍ରୀଙ୍କ ମୁଣ୍ଡକାଟ ପାଇଁ ଏହା ଏକ ସଙ୍କେତ ଦେଉଛି। ସେ ମଧ୍ୟ ପୋଷ୍ଟରରେ ନିଆଁ ଲଗାଇ ଦେଇଥିବା ଦେଖିବାକୁ ମିଳିଛି। ଭିଡିଓରେ ପ୍ରତିକ୍ରିୟା ପ୍ରକାଶ କରି ଉଦୟନିଧି କହିଛନ୍ତି, ‘ ଆଜି ଜଣେ ସ୍ବାମୀ ମୋ ମୁଣ୍ଡରେ ୧୦ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି। ,ତେବେ ସେ ଜଣେ ବାସ୍ତବ ସାଧୁ ନା’ ଡୁପ୍ଲିକେଟ୍ ସାଧୁ। ମୋ ମୁଣ୍ଡକୁ ଆପଣ କାହିଁକି ଏତେ ଭଲ ପାଉଛନ୍ତି। ଏତେ ଟଙ୍କା ଆପଣଙ୍କ ପାଖକୁ ଆସୁଛି ବି କେମିତି। ମୋ ମୁଣ୍ଡ କୁଣ୍ଡାଇବାପାଇଁ ୧୦ କୋଟି କାହିଁକି ଘୋଷଣା କରୁଛ। ମତେ ୧୦ ଟଙ୍କାର ପାନିଆ ଦେଲେ ମୁଁ ନିଜେ ମୋ ମୁଣ୍ଡ କୁଣ୍ଡାଇଦେବି ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ଉଦୟନିଧି କହିଛନ୍ତି, ସେ କିଛି ଭୁଲ୍ କହିନାହାନ୍ତି। ସେ ହିନ୍ଦୁ ସମ୍ପ୍ରଦାୟକୁ ଟାର୍ଗେଟ୍ କରିନାହାନ୍ତି ବୋଲି କହିଛନ୍ତି।




