ମୋ ବ୍ୟାଗରେ ବୋମା ଅଛି କହି ବିମାନରେ ଆତଙ୍କ ଖେଳାଇଲେ ଯାତ୍ରୀ
ନୂଆଦିଲ୍ଲୀ: ପୁନେରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ କରୁଥିବା ଆକାଶ ଏୟାରର ଏକ ବିମାନ ଆଜି ମୁମ୍ବାଇ ବିମାନବନ୍ଦରରେ ଜରୁରୀ ଅବତରଣ କରିଛି। ବିମାନରେ ମୋଟ୍ ୧୮୫ ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଯାତ୍ରୀ ତାଙ୍କ ବ୍ୟାଗରେ ବୋମା ଅଛି ବୋଲି ଦାବି କରି ମଝି ଆକାଶରେ ବିମାନରେ ଆତଙ୍କ ଖେଳାଇ ଦେଇଥିଲେ। ଏହାପରେ ବିମାନଟିକୁ ମୁମ୍ବାଇ ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଥିଲା ଏବଂ ବିଡିଡିଏସ୍ (ବମ୍ବ ଡିଟେକସନ୍ ଆଣ୍ଡ ଡିସପୋଜାଲ ସ୍କ୍ବାଡ୍) ଡକାଯାଇ ତାଙ୍କ […]
ନୂଆଦିଲ୍ଲୀ: ପୁନେରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ କରୁଥିବା ଆକାଶ ଏୟାରର ଏକ ବିମାନ ଆଜି ମୁମ୍ବାଇ ବିମାନବନ୍ଦରରେ ଜରୁରୀ ଅବତରଣ କରିଛି। ବିମାନରେ ମୋଟ୍ ୧୮୫ ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଯାତ୍ରୀ ତାଙ୍କ ବ୍ୟାଗରେ ବୋମା ଅଛି ବୋଲି ଦାବି କରି ମଝି ଆକାଶରେ ବିମାନରେ ଆତଙ୍କ ଖେଳାଇ ଦେଇଥିଲେ। ଏହାପରେ ବିମାନଟିକୁ ମୁମ୍ବାଇ ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଥିଲା ଏବଂ ବିଡିଡିଏସ୍ (ବମ୍ବ ଡିଟେକସନ୍ ଆଣ୍ଡ ଡିସପୋଜାଲ ସ୍କ୍ବାଡ୍) ଡକାଯାଇ ତାଙ୍କ ବ୍ୟାଗ୍ ଚେକ୍ କରାଯାଇଥିଲା। କିନ୍ତୁ ବ୍ୟାଗ୍ରୁ କିଛି ମିଳିନଥିଲା। ଉକ୍ତ ଯାତ୍ରୀଙ୍କୁ ମୁମ୍ବାଇ ପୁଲିସ ଗିରଫ କରିଛି ଏବଂ ମାମଲାରେ ତଦନ୍ତ ଜାରି ରଖିଛି।




