ମୋଷ୍ଟ ୱାଣ୍ଟେଡ ଖଲିସ୍ତାନୀ ଆତଙ୍କବାଦୀ ଅର୍ଶ ଦଲ୍ଲା କାନାଡାରୁ ଗିରଫ

ନୂଆଦିଲ୍ଲୀ: ଭାରତରେ ବିଭିନ୍ନ ଆପରାଧିକ କାର୍ଯ୍ୟକଳାପ ପାଇଁ ମୋଷ୍ଟ ୱାଣ୍ଟେଡ ଥିବା ଖଲିସ୍ତାନୀ ଆତଙ୍କୀ ଅର୍ଶଦୀପ ଦଲ୍ଲା କାନାଡାରୁ ଗିରଫ ହୋଇଛି। ୨୮ ବର୍ଷୀୟ ଦଲ୍ଲା ପତ୍ନୀ ସହ କାନାଡାରେ ରହୁଥିବା ବେଳେ ଆଜି କାନାଡା ପୁଲିସ ତାକୁ ଗିରଫ କରିଥିବା ଭାରତୀୟ ଗୁଇନ୍ଦା ଏଜେନ୍ସି ସୂତ୍ରରୁ ସୂଚନା ମିଳିଛି। ଅକ୍ଟୋବର ୨୭ ଓ ୨୮ ତାରିଖରେ ମିଲ୍ଟନ ସହରରେ ସଶସ୍ତ୍ର ସଂଘର୍ଷରେ ସମ୍ପୃକ୍ତ ଥିବା ସନ୍ଦେହରେ ଦଲ୍ଲାକୁ କାନାଡା ପୁଲିସ ଗିରଫ କରିଥିବା ଜଣାପଡ଼ିଛି। ତେବେ […]

Samaya Live Picture
Published On

ନୂଆଦିଲ୍ଲୀ: ଭାରତରେ ବିଭିନ୍ନ ଆପରାଧିକ କାର୍ଯ୍ୟକଳାପ ପାଇଁ ମୋଷ୍ଟ ୱାଣ୍ଟେଡ ଥିବା ଖଲିସ୍ତାନୀ ଆତଙ୍କୀ ଅର୍ଶଦୀପ ଦଲ୍ଲା କାନାଡାରୁ ଗିରଫ ହୋଇଛି। ୨୮ ବର୍ଷୀୟ ଦଲ୍ଲା ପତ୍ନୀ ସହ କାନାଡାରେ ରହୁଥିବା ବେଳେ ଆଜି କାନାଡା ପୁଲିସ ତାକୁ ଗିରଫ କରିଥିବା ଭାରତୀୟ ଗୁଇନ୍ଦା ଏଜେନ୍ସି ସୂତ୍ରରୁ ସୂଚନା ମିଳିଛି। ଅକ୍ଟୋବର ୨୭ ଓ ୨୮ ତାରିଖରେ ମିଲ୍ଟନ ସହରରେ ସଶସ୍ତ୍ର ସଂଘର୍ଷରେ ସମ୍ପୃକ୍ତ ଥିବା ସନ୍ଦେହରେ ଦଲ୍ଲାକୁ କାନାଡା ପୁଲିସ ଗିରଫ କରିଥିବା ଜଣାପଡ଼ିଛି। ତେବେ ତାକୁ ଛାଡ଼ି ଦେବା ପାଇଁ ଖଲିସ୍ତାନ ଗୋଷ୍ଠୀ ଚାପ ପକାଉଥିବା ବେଳେ ଏହାକୁ ନେଇ କାନାଡା ପୁଲିସ ପ୍ରଶାସନର ଆଭିମୁଖ୍ୟ ସ୍ପଷ୍ଟ ହୋଇନାହିଁ। କାନାଡାର ଆଇନ ପ୍ରବର୍ତ୍ତନକାରୀ ଏଜେନ୍ସି, ବିଶେଷ କରି ହଲ୍‌ଟନ ଆଞ୍ଚଳିକ ପୋଲିସ ସେବା (ଏଚ୍‌ଆରପିଏସ୍‌) ନିକଟରେ ହୋଇଥିବା ଗୁଳିକାଣ୍ଡରେ ଅର୍ଶର ସଂପୃକ୍ତି ଥିବା ଜଣାପଡ଼ିବା ପରେ ତାକୁ ଗିରଫ କରାଯାଇଛି। ଭାରତୀୟ କର୍ତ୍ତୃପକ୍ଷ ଘଟଣାକ୍ରମ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଏବଂ ଅଧିକ ବିବରଣୀ ପାଇଁ କାନାଡା ଅଧିକାରୀଙ୍କ ସହ ସମନ୍ୱୟ ରକ୍ଷା କରୁଛନ୍ତି। ଦଲ୍ଲା ଖଲିସ୍ତାନୀ ଟାଇଗର ଫୋର୍ସର କାର୍ଯ୍ୟକାରୀ ମୁଖ୍ୟ ଥିଲା ଏବଂ ଏବେ ନିହତ ଆତଙ୍କବାଦୀ ହରଦୀପ ସିଂ ନିଜାରର ଉତ୍ତରାଧିକାରୀ ଭାବରେ ପରିଗଣିତ ହେଉଛି।

Tags: