ମୋର କିଛି ଆବଶ୍ୟକ ନାହିଁ, କେବଳ ସ୍ବାମୀଙ୍କୁ ‘ସହିଦ’ ଘୋଷଣା କରାଯାଉ

କାନପୁର: ପହଲଗାମ୍‌ ବୈସାରଣରେ ଆତଙ୍କବାଦୀ ଆକ୍ରମଣରେ ଜୀବନ ହରାଇଥିବା ଉତ୍ତରପ୍ରଦେଶ କାନପୁରର ବ୍ୟବସାୟୀ ଶୁଭମ୍‌ ଦ୍ବିବେଦୀଙ୍କ ପତ୍ନୀ ତାଙ୍କ ପତିଙ୍କୁ ‘ଦେଶପାଇଁ ପ୍ରାଣବଳୀ ଦେଇଥିବା ବ୍ୟକ୍ତି’ ଭାବେ ଘୋଷଣା କରିବାକୁ ଦାବି କରିଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅଶନ୍ୟା କହିଛନ୍ତି, ଆତଙ୍କବାଦୀଙ୍କ ପ୍ରଥମ ଗୁଳି ତାଙ୍କ ପତିଙ୍କୁ ବାଜିଥିଲା। ତାଙ୍କୁ ଯେତେବେଳେ ଆତଙ୍କବାଦୀମାନେ ହିନ୍ଦୁ କି ମୁସଲିମ ବୋଲି ପଚାରିଥିଲେ, ସେ ଏହାର ଉତ୍ତର ଦେବାରେ ବିଳମ୍ବ କରିଥିଲେ। ଏହି ସମୟରେ ଅନ୍ୟମାନେ ଦୌଡ଼ି ପଳାଇଥିଲେ। ପରେ […]

ମୋର କିଛି ଆବଶ୍ୟକ ନାହିଁ, କେବଳ ସ୍ବାମୀଙ୍କୁ ‘ସହିଦ’ ଘୋଷଣା କରାଯାଉ
Samaya Live Picture
Published On

କାନପୁର: ପହଲଗାମ୍‌ ବୈସାରଣରେ ଆତଙ୍କବାଦୀ ଆକ୍ରମଣରେ ଜୀବନ ହରାଇଥିବା ଉତ୍ତରପ୍ରଦେଶ କାନପୁରର ବ୍ୟବସାୟୀ ଶୁଭମ୍‌ ଦ୍ବିବେଦୀଙ୍କ ପତ୍ନୀ ତାଙ୍କ ପତିଙ୍କୁ ‘ଦେଶପାଇଁ ପ୍ରାଣବଳୀ ଦେଇଥିବା ବ୍ୟକ୍ତି’ ଭାବେ ଘୋଷଣା କରିବାକୁ ଦାବି କରିଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅଶନ୍ୟା କହିଛନ୍ତି, ଆତଙ୍କବାଦୀଙ୍କ ପ୍ରଥମ ଗୁଳି ତାଙ୍କ ପତିଙ୍କୁ ବାଜିଥିଲା। ତାଙ୍କୁ ଯେତେବେଳେ ଆତଙ୍କବାଦୀମାନେ ହିନ୍ଦୁ କି ମୁସଲିମ ବୋଲି ପଚାରିଥିଲେ, ସେ ଏହାର ଉତ୍ତର ଦେବାରେ ବିଳମ୍ବ କରିଥିଲେ। ଏହି ସମୟରେ ଅନ୍ୟମାନେ ଦୌଡ଼ି ପଳାଇଥିଲେ। ପରେ ତାଙ୍କ ପତି ନିଜକୁ ହିନ୍ଦୁ ବୋଲି ପରିଚୟ ଦେଇ ମରଣକୁ ଆପଣେଇ ନେଇଥିଲେ ଓ ଅନ୍ୟମାନଙ୍କୁ ବଞ୍ଚାଇଥିଲେ। ତାଙ୍କୁ କୌଣସି ସହାୟତା ଆବଶ୍ୟକ ନାହିଁ, କେବଳ ତାଙ୍କ ପତିଙ୍କୁ ‘ଦେଶପାଇଁ ବଳିଦାନ ଦେଇଥିବା ବ୍ୟକ୍ତି’ ଭାବେ ଘୋଷଣା କରାଯାଉ।

Tags: