ମୋବାଇଲ ପାଇଁ ଡ୍ୟାମ୍‌ ଶୁଖାଇଥିବା ବାବୁଙ୍କୁ ୫୩ ହଜାର ଜରିମାନା

ରାୟପୁର: ମୋବାଇଲ ଫୋନ୍‌ ପାଇଁ ଡ୍ୟାମ୍‌ରୁ ୪୧ ଲକ୍ଷ ଲିଟର ଜଳ ଖାଲି କରିଦେଇଥିବା ଛତିଶଗଡ଼ର ଜଣେ ସରକାରୀ ଅଧିକାରୀଙ୍କୁ ୫୩,୦୯୨ ଟଙ୍କା ଜରିମାନା କରାଯାଇଛି। କାଙ୍କେର ଜିଲ୍ଲାର ଫୁଡ୍‌ ଇନ୍ସପେକ୍ଟର ରାଜେଶ ବିଶ୍ବାସଙ୍କ ଉପରେ ଛତିଶଗଡ଼ ଜଳ ସମ୍ପଦ ବିଭାଗ ୫୩ ହଜାର ଟଙ୍କା ଜରିମାନା କରିଛି। ବିଶ୍ବାସଙ୍କୁ ପୂର୍ବରୁ ଏହି ମାମଲାରେ ଚାକିରିରୁ ନିଲମ୍ବନ କରାଯାଇଥିଲା। ବିଶ୍ବାସ ୪,୧୦୪ କ୍ୟୁବିକ ମିଟର ଜଳ ନଷ୍ଟ କରିଛନ୍ତି। ଏହି କାରଣ ପାଇଁ ତାଙ୍କୁ ପ୍ରତି କ୍ୟୁବିକ୍‌ […]

Samaya Live Picture
Published On

ରାୟପୁର: ମୋବାଇଲ ଫୋନ୍‌ ପାଇଁ ଡ୍ୟାମ୍‌ରୁ ୪୧ ଲକ୍ଷ ଲିଟର ଜଳ ଖାଲି କରିଦେଇଥିବା ଛତିଶଗଡ଼ର ଜଣେ ସରକାରୀ ଅଧିକାରୀଙ୍କୁ ୫୩,୦୯୨ ଟଙ୍କା ଜରିମାନା କରାଯାଇଛି। କାଙ୍କେର ଜିଲ୍ଲାର ଫୁଡ୍‌ ଇନ୍ସପେକ୍ଟର ରାଜେଶ ବିଶ୍ବାସଙ୍କ ଉପରେ ଛତିଶଗଡ଼ ଜଳ ସମ୍ପଦ ବିଭାଗ ୫୩ ହଜାର ଟଙ୍କା ଜରିମାନା କରିଛି। ବିଶ୍ବାସଙ୍କୁ ପୂର୍ବରୁ ଏହି ମାମଲାରେ ଚାକିରିରୁ ନିଲମ୍ବନ କରାଯାଇଥିଲା। ବିଶ୍ବାସ ୪,୧୦୪ କ୍ୟୁବିକ ମିଟର ଜଳ ନଷ୍ଟ କରିଛନ୍ତି। ଏହି କାରଣ ପାଇଁ ତାଙ୍କୁ ପ୍ରତି କ୍ୟୁବିକ୍‌ ମିଟର ପିଛା ୧୦.୫୦ ଟଙ୍କା ହିସାବରେ ୪୩,୦୯୨ ଟଙ୍କା ଜରିମାନା କରାଯାଇଛି। ବିନା ଅନୁମତିରେ ସେ ଡ୍ୟାମ୍‌ରୁ ଜଳ ଖାଲି କରିଥିବାରୁ ତାଙ୍କୁ ୧୦ ହଜାର ଜରିମାନା କରାଯାଇଛି। ମୋଟ୍‌ ୫୩,୦୯୨ ଟଙ୍କା ଜରିମାନା ହୋଇଛି। ଗତ ମେ’ ୨୧ ତାରିଖ‌ରେ ବିଶ୍ବାସ ତାଙ୍କ ସାଙ୍ଗମାନଙ୍କ ସହ ଡ୍ୟାମ୍‌କୁ ବୁଲିବାପାଇଁ ଯାଇଥିଲେ। ଏହି ସମୟରେ ତାଙ୍କ ମୋବାଇଲ ଫୋନ୍‌ ଡ୍ୟାମରେ ଖସି ପଡ଼ିଥିଲା। ମୋବାଇଲ ପାଇବାପାଇଁ ସେ ଡ୍ୟାମ୍‌ରୁ ପାଣି ଖାଲି କରିଦେଲେ ।

Tags: