ମୋଦୀ ହେଉଛନ୍ତି ରୁଷ୍ର ସବୁଠୁ ବଡ଼ ବନ୍ଧୁ : ପୁଟିନ
ମସ୍କୋ : ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରୁଷ୍ର ସବୁଠାରୁ ବଡ଼ ବନ୍ଧୁ ବୋଲି କହିଛନ୍ତି । ମସ୍କୋରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପୁଟିନ ମୋଦୀଙ୍କୁ ପ୍ରଶଂସା କରିଛନ୍ତି। ପୁଟିନ କହିଛନ୍ତି ମୋଦୀଙ୍କ ‘ ମେକ୍ ଇନ ଇଣ୍ଡିଆ’ ଅଭିଯାନ ଦେଶର ଅର୍ଥନୀତି ଉପରେ ଅତି ଚମତ୍କାର ପ୍ରଭାବ ପକାଇଛି। ଏଏସ୍ଆଇ (ରସିଆ ଏଜେନ୍ସି ଫର୍ ଷ୍ଟ୍ରାଟେଜିକ୍ ଇନିସିଏଟିଭ୍ସ) ଦ୍ବାରା ମସ୍କୋରେ ପରିଚାଳିତ ଏକ ମଞ୍ଚରେ ପୁଟିନ ଏହି ଟିପ୍ପଣୀ […]
ମସ୍କୋ : ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରୁଷ୍ର ସବୁଠାରୁ ବଡ଼ ବନ୍ଧୁ ବୋଲି କହିଛନ୍ତି । ମସ୍କୋରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପୁଟିନ ମୋଦୀଙ୍କୁ ପ୍ରଶଂସା କରିଛନ୍ତି। ପୁଟିନ କହିଛନ୍ତି ମୋଦୀଙ୍କ ‘ ମେକ୍ ଇନ ଇଣ୍ଡିଆ’ ଅଭିଯାନ ଦେଶର ଅର୍ଥନୀତି ଉପରେ ଅତି ଚମତ୍କାର ପ୍ରଭାବ ପକାଇଛି। ଏଏସ୍ଆଇ (ରସିଆ ଏଜେନ୍ସି ଫର୍ ଷ୍ଟ୍ରାଟେଜିକ୍ ଇନିସିଏଟିଭ୍ସ) ଦ୍ବାରା ମସ୍କୋରେ ପରିଚାଳିତ ଏକ ମଞ୍ଚରେ ପୁଟିନ ଏହି ଟିପ୍ପଣୀ ଦେଇଛନ୍ତି। ପୁଟିନ କହିଛନ୍ତି, ଭାରତରେ ଆମର ବନ୍ଧୁମାନେ ଏବଂ ଆମର ସବୁଠାରୁ ବଡ଼ ବନ୍ଧୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ କିଛି ବର୍ଷ ତଳେ ‘ମେକ୍ ଇନ ଇଣ୍ଡିଆ’ ଆରମ୍ଭ କରିଥିଲେ। ଏହା ଭାରତୀୟ ଅର୍ଥନୀତି ଉପରେ ଅତି ଚମତ୍କାର ପ୍ରଭାବ ପକାଇଛି। ଅନ୍ୟପକ୍ଷେ ମୋଦୀ ଏବଂ ପୁଟିନ ଗତକାଲି ଟେଲିଫୋନ୍ରେ ୟୁକ୍ରେନ ଯୁଦ୍ଧ ଏବଂ ରୁଷ୍ର ୱାଗନର ଗୋଷ୍ଠୀର ବିଦ୍ରୋହ ସଂକ୍ରାନ୍ତରେ କଥା ହୋଇଛନ୍ତି।




