ମୋଦୀ ସାଙ୍ଗିଆ ଟିପ୍ପଣୀ ମାମଲା, ରାହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମନାକ‌ଲେ ଝାଡ଼ଖଣ୍ଡ ହାଇକୋର୍ଟ

ନୂଆଦିଲ୍ଲୀ : ମୋଦୀ ସାଙ୍ଗିଆ ଟିପ୍ପଣୀ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ରୁଜୁ ହୋଇଥିବା ମାନହାନି ମାମଲାରେ ତାଙ୍କ ବିରୋଧରେ କୌଣସି ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବନି। ଝାଡ଼ଖଣ୍ଡ ହାଇକୋର୍ଟ ଆଜି ଏହା କହିଛନ୍ତି। ମାମଲାରେ ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୬ ତାରିଖରେ ଅଛି। ରାଞ୍ଚିର ଜଣେ ଓକିଲ ପ୍ରଦୀପ ମୋଦୀ, ମୋଦୀ ସମ୍ପ୍ରଦାୟ ବିରୋଧରେ ରାହୁଲଙ୍କ ଟିପ୍ପଣୀ ପାଇଁ ତାଙ୍କ ବିରୋଧରେ ୨୦ କୋଟି ଟଙ୍କାର ମାନହାନି ମାମଲା ରୁଜୁ କରିଥିଲେ। ତେବେ […]

Samaya Live Picture
Published On

ନୂଆଦିଲ୍ଲୀ : ମୋଦୀ ସାଙ୍ଗିଆ ଟିପ୍ପଣୀ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ରୁଜୁ ହୋଇଥିବା ମାନହାନି ମାମଲାରେ ତାଙ୍କ ବିରୋଧରେ କୌଣସି ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବନି। ଝାଡ଼ଖଣ୍ଡ ହାଇକୋର୍ଟ ଆଜି ଏହା କହିଛନ୍ତି। ମାମଲାରେ ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୬ ତାରିଖରେ ଅଛି। ରାଞ୍ଚିର ଜଣେ ଓକିଲ ପ୍ରଦୀପ ମୋଦୀ, ମୋଦୀ ସମ୍ପ୍ରଦାୟ ବିରୋଧରେ ରାହୁଲଙ୍କ ଟିପ୍ପଣୀ ପାଇଁ ତାଙ୍କ ବିରୋଧରେ ୨୦ କୋଟି ଟଙ୍କାର ମାନହାନି ମାମଲା ରୁଜୁ କରିଥିଲେ। ତେବେ ଏହି ମାମଲାରେ ରାହୁଲ ରାଞ୍ଚିର ଏମ୍‌ପି/ଏମଏଲଏ କୋର୍ଟରେ ହାଜର ନହେବାପାଇଁ ରାହୁଲଙ୍କ ଓକିଲ ଝାଡ଼ଖଣ୍ଡ ହାଇକୋର୍ଟରେ ଏକ କ୍ରିମିନାଲ ରିଟ୍‌ ପିଟିସନ ଦାଖଲ କରିଥିଲେ। କୋର୍ଟ କହିଛନ୍ତି, ଉକ୍ତ ମାମଲାରେ ରାହୁଲଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବନି। ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷ ମାର୍ଚ୍ଚରେ ରାହୁଲ ଗାନ୍ଧିଙ୍କୁ ଏହି ମାମଲାରେ ସୁରଟ କୋର୍ଟ ଦୋଷୀସାବ୍ୟସ୍ତ କରି ୨ ବର୍ଷ ଜେଲ୍‌ଦଣ୍ଡ‌‌ରେ ଦଣ୍ଡିତ କରିଥିଲେ। ଏହାପରେ ରାହୁଲଙ୍କ ଲୋକସଭା ସଦସ୍ୟତା ରଦ୍ଦ ‌ହେଲା।

Tags: