ମୋଦୀ ସାଙ୍ଗିଆ ଟିପ୍ପଣୀ ମାମଲା, ଜୁଲାଇ ୨୧ରେ ରାହୁଲଙ୍କ ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ମୋଦୀ ସାଙ୍ଗିଆ ଟିପ୍ପଣୀ ମାମଲା‌ରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଆବେଦନ ଉପରେ ଆସନ୍ତା ଜୁଲାଇ ୨୧ ତାରିଖରେ ସୁପ୍ରିମକୋର୍ଟ ଶୁଣାଣି କରିବେ। ଏହି ମାମଲାରେ ରାହୁଲଙ୍କୁ ମିଳିଥିବା ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ଉପରେ ରହିତାଦେଶ ଲଗାଇବାପାଇଁ ଗୁଜରାଟ ହାଇକୋର୍ଟ ମନା କରିଦେବା ପରେ ରାହୁଲ ସୁପ୍ରିମକୋର୍ଟ ଯାଇଥିଲେ। ରାହୁଲଙ୍କ ପକ୍ଷରୁ ବରିଷ୍ଠ ଓକିଲ ଅଭିଷେକ ସିଂଘଭି ଗତକାଲି କୋର୍ଟରେ ହାଜର ହୋଇ ରାହୁଲଙ୍କ ଆବେଦନର ଶୁଣାଣି ଜୁଲାଇ ୨୧ କିମ୍ବା ଜୁଲାଇ […]

Samaya Live Picture
Published On

ନୂଆଦିଲ୍ଲୀ : ମୋଦୀ ସାଙ୍ଗିଆ ଟିପ୍ପଣୀ ମାମଲା‌ରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଆବେଦନ ଉପରେ ଆସନ୍ତା ଜୁଲାଇ ୨୧ ତାରିଖରେ ସୁପ୍ରିମକୋର୍ଟ ଶୁଣାଣି କରିବେ। ଏହି ମାମଲାରେ ରାହୁଲଙ୍କୁ ମିଳିଥିବା ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ଉପରେ ରହିତାଦେଶ ଲଗାଇବାପାଇଁ ଗୁଜରାଟ ହାଇକୋର୍ଟ ମନା କରିଦେବା ପରେ ରାହୁଲ ସୁପ୍ରିମକୋର୍ଟ ଯାଇଥିଲେ। ରାହୁଲଙ୍କ ପକ୍ଷରୁ ବରିଷ୍ଠ ଓକିଲ ଅଭିଷେକ ସିଂଘଭି ଗତକାଲି କୋର୍ଟରେ ହାଜର ହୋଇ ରାହୁଲଙ୍କ ଆବେଦନର ଶୁଣାଣି ଜୁଲାଇ ୨୧ କିମ୍ବା ଜୁଲାଇ ୨୪ ତାରିଖରେ ତାଲିକାଭୁକ୍ତ କରିବାପାଇଁ ଅନୁରୋଧ କରିଥିଲେ। ତେବେ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ପିଏସ୍‌ ନରସିଂହ ଏବଂ ଜଷ୍ଟିସ ମନୋଜ ମିଶ୍ର ଆସନ୍ତା ଜୁଲାଇ ୨୧ ତାରିଖରେ ମାମଲାର ଶୁଣାଣି ପାଇଁ ରାଜି ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ମୋଦୀ ସାଙ୍ଗିଆ ଟିପ୍ପଣୀ ମାମଲାରେ ସୁରଟ କୋର୍ଟ ରାହୁଲଙ୍କୁ ଗତ ମାର୍ଚ୍ଚ ୨୩ରେ ଦୋଷୀସାବ୍ୟସ୍ତ କରିବା ସହ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଥିଲେ। ରାହୁଲ ତାଙ୍କ ସଂସଦ ସଦସ୍ୟତା ହରାଇ ଦେଇଛନ୍ତି। ସୁପ୍ରିମକୋର୍ଟ ଯଦି ରାହୁଲଙ୍କ ଦଣ୍ଡାଦେଶ ଉପରେ ରୋକ୍‌ ଲଗାନ୍ତି ତେବେ ସେ ତାଙ୍କ ସଦସ୍ୟତା ଫେରି ପାଇବେ।

Tags: