ମୋଦୀ ସାଙ୍ଗିଆ ଟିପ୍ପଣୀ ମାମଲା, ରାହୁଲଙ୍କ ଦଣ୍ଡାଦେଶ ଉପରେ ରୋକ୍‌ ଲଗାଇଲେନି ଗୁଜରାଟ ହାଇକୋର୍ଟ

ନୂଆଦିଲ୍ଲୀ: ମୋଦୀ ସାଙ୍ଗିଆ ଟିପ୍ପଣୀ ମାମଲାରେ ରାହୁଲ୍ ଗାନ୍ଧୀଙ୍କ ବିରୋଧରେ ସେସନ୍ସ କୋର୍ଟ ଦେଇଥିବା ରାୟ ଆଜି ଗୁଜରାଟ ହାଇକୋର୍ଟ କାଏମ୍ ରଖିଛନ୍ତି। କୋର୍ଟ କହିଛନ୍ତି ଟ୍ରାଏଲ୍ କୋର୍ଟଙ୍କ ଦଣ୍ଡାଦେଶ ଠିକ୍ ଏବଂ ଆଇନ୍ସଙ୍ଗତ। ତେଣୁ ଏହି ରାୟରେ ହସ୍ତକ୍ଷେପ କରିବା ଅନାବଶ୍ୟକ । କୋର୍ଟ କହିଛନ୍ତି ଦଣ୍ଡାଦେଶ ଉପରେ ରୋକ୍ ନଲାଗିଲେ ଏହା ରାହୁଲଙ୍କ ପ୍ରତି କୌଣସି ଅନ୍ୟାୟ ହେବନି। ଦଣ୍ଡାଦେଶ ଉପରେ ରୋକ ଲଗାଇବା ପାଇଁ ସେଭଳି କୌଣସି ଯୁକ୍ତିଯୁକ୍ତ କାରଣ ନାହିଁ। ପୂର୍ବରୁ […]

Samaya Live Picture
Published On

ନୂଆଦିଲ୍ଲୀ: ମୋଦୀ ସାଙ୍ଗିଆ ଟିପ୍ପଣୀ ମାମଲାରେ ରାହୁଲ୍ ଗାନ୍ଧୀଙ୍କ ବିରୋଧରେ ସେସନ୍ସ କୋର୍ଟ ଦେଇଥିବା ରାୟ ଆଜି ଗୁଜରାଟ ହାଇକୋର୍ଟ କାଏମ୍ ରଖିଛନ୍ତି। କୋର୍ଟ କହିଛନ୍ତି ଟ୍ରାଏଲ୍ କୋର୍ଟଙ୍କ ଦଣ୍ଡାଦେଶ ଠିକ୍ ଏବଂ ଆଇନ୍ସଙ୍ଗତ। ତେଣୁ ଏହି ରାୟରେ ହସ୍ତକ୍ଷେପ କରିବା ଅନାବଶ୍ୟକ । କୋର୍ଟ କହିଛନ୍ତି ଦଣ୍ଡାଦେଶ ଉପରେ ରୋକ୍ ନଲାଗିଲେ ଏହା ରାହୁଲଙ୍କ ପ୍ରତି କୌଣସି ଅନ୍ୟାୟ ହେବନି। ଦଣ୍ଡାଦେଶ ଉପରେ ରୋକ ଲଗାଇବା ପାଇଁ ସେଭଳି କୌଣସି ଯୁକ୍ତିଯୁକ୍ତ କାରଣ ନାହିଁ। ପୂର୍ବରୁ ବି ରାହୁଲଙ୍କ ବିରୋଧରେ ୧୦ଟି ଅପରାଧିକ ମାମଲା ରହିଥିବା କୋର୍ଟ କହିଛନ୍ତି। ଏଥିସହ ରାହୁଲଙ୍କ ଆବେଦନ ଆଜି ଗୁଜରାଟ ହାଇକୋର୍ଟ ଖାରଜ କରିଦେଇଛନ୍ତି। ବିଚାରପତି ହେମନ୍ତ ପ୍ରଚାଚକ କହିଛନ୍ତି ଏହି ମାମଲାକୁ ଛାଡ଼ି ରାହୁଲଙ୍କ ବିରୋଧରେ ଆହୁରି କିଛି ମାମଲା ରହିଛି। ସେଥିରୁ ଗୋଟିଏ ମାମଲା ଫାଇଲ୍ କରିଛନ୍ତି ବୀର ସବର୍କରଙ୍କ ନାତି। ସେ ଯାହାହେଉ, ଦଣ୍ଡାଦେଶ ଦିଆଯାଇ ଅନ୍ୟାୟ କରାଯାଇନାହିଁ। ହାଇକୋର୍ଟଙ୍କ ରାୟକୁ ସ୍ବାଗତ ଜଣାଇ ‘ବିଜେପି’ର ଜାତୀୟ ମୁଖପାତ୍ର ଶେଜାଦ୍ ପୁନାୱାଲା ଟୁଇଟ୍ କରି କହିଛନ୍ତି, ସତ୍ୟମେବ ଜୟତେ। ସେସନ୍ସ କୋର୍ଟଙ୍କ ପରେ ଏବେ ହାଇକୋର୍ଟ ରାହୁଲ୍ ଗାନ୍ଧୀଙ୍କ ପିଟିସନ୍ ଖାରଜ କଲେ। ଅପରାଧ ଗୁରୁତର ବୋଲି କହିଲେ। ରାହୁଲ୍ ଗାନ୍ଧୀ ଜଣେ ସିରିଏଲ୍ ଅପରାଧୀ। ‘ଓବିସି’ ସମାଜକୁ କ୍ଷମା ମାଗିବା ପରିବର୍ତ୍ତେ କଂଗ୍ରେସ ବହାଦୁରି ବଖାଣୁଛି। ରାହୁଲ୍ ଗାନ୍ଧୀ ଏହାପରେ ସୁପ୍ରିମ୍ କୋର୍ଟରେ ତାଙ୍କ ଦଣ୍ଡାଦେଶ ବିରୋଧରେ ଆବେଦନ କରିପାରିବେ। ଉଲ୍ଲେଖଯୋଗ୍ୟ ମାର୍ଚ ୨୩ ତାରିଖ ଦିନ ସୁରତ ଚିଫ୍ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ଏଚ୍. ଏଚ୍. ବର୍ମା ରାହୁଲ୍ ଗାନ୍ଧୀଙ୍କୁ ଅପରାଧିକ ମାନହାନୀ ମାମଲାରେ ୨ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଥିଲେ।

Tags: