ମୋଦୀ-ସାଉଦି କ୍ରାଉନ ପ୍ରିନ୍ସ ଦ୍ବିପାକ୍ଷିକ କଥାବାର୍ତ୍ତା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସାଉଦି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ଆଜି ଦିଲ୍ଲୀରେ ଦ୍ବିପାକ୍ଷିକ କଥାବାର୍ତ୍ତା କରିଛନ୍ତି। ଶକ୍ତି, କୃଷି, ବାଣିଜ୍ୟ, ଅର୍ଥନୀତି, ପ୍ରତିରକ୍ଷା, ସାଂସ୍କୃତିକ ସହଯୋଗ, ଖାଦ୍ୟ ସୁର ସମେତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଦୁଇ ରାଷ୍ଟ୍ରନେତା ଆଲୋଚନା କରିଛନ୍ତି ବୋଲି ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗ୍ଚି କହିଛନ୍ତି। ସାଉଦି କ୍ରାଉନ୍ ପ୍ରିନ୍ସ ଆଜି ପ୍ରଥମେ ରାଷ୍ଟ୍ରପତି ଭବନରେ ପହଞ୍ଚିବାପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ରାଷ୍ଟ୍ରପତି ଦ୍ରେପଦୀ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସାଉଦି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ଆଜି ଦିଲ୍ଲୀରେ ଦ୍ବିପାକ୍ଷିକ କଥାବାର୍ତ୍ତା କରିଛନ୍ତି। ଶକ୍ତି, କୃଷି, ବାଣିଜ୍ୟ, ଅର୍ଥନୀତି, ପ୍ରତିରକ୍ଷା, ସାଂସ୍କୃତିକ ସହଯୋଗ, ଖାଦ୍ୟ ସୁର ସମେତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଦୁଇ ରାଷ୍ଟ୍ରନେତା ଆଲୋଚନା କରିଛନ୍ତି ବୋଲି ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗ୍ଚି କହିଛନ୍ତି। ସାଉଦି କ୍ରାଉନ୍ ପ୍ରିନ୍ସ ଆଜି ପ୍ରଥମେ ରାଷ୍ଟ୍ରପତି ଭବନରେ ପହଞ୍ଚିବାପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ରାଷ୍ଟ୍ରପତି ଦ୍ରେପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ମନ୍ତ୍ରୀମାନେ ରାଷ୍ଟ୍ରପତି ଭବନରେ ସାଉଦି କ୍ରାଉନ ପ୍ରିନ୍ସଙ୍କୁ ସ୍ବାଗତ କରିଥିଲେ। ଜି-୨୦ ସମ୍ମିଳନୀର ସଫଳ ଅଧ୍ୟକ୍ଷତା ପାଇଁ ସାଉଦି କ୍ରାଉନ ପ୍ରିନ୍ସ ଭାରତକୁ ଅଭିନନ୍ଦନ ଜଣାଇଛନ୍ତି। କ୍ରାଉନ ପ୍ରିନ୍ସ କହିଛନ୍ତି, ଭାରତ ଆସି ମୁଁ ଖୁବ୍ ଖୁସି। ଅନେକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରା ଯାଇଛି ଯାହାଦ୍ବାାରା ଜି-୨୦ ରାଷ୍ଟ୍ର ଏବଂ ସମଗ୍ର ବିଶ୍ବ ଉପକୃତ ହେବେ। ଉଭୟ ରାଷ୍ଟ୍ରର ଉଜ୍ଜ୍ବଳ ଭବିଷ୍ୟତ ପାଇଁ ଆମେ ଏକାଠି କାମ କରିବୁ ବୋଲି ସେ କହିଛନ୍ତି। ଏହାପରେ ସାଉଦି କ୍ରାଉନ ପ୍ରିନ୍ସ ହାଇଦ୍ରାବାଦ ହାଉସରେ ମୋଦୀଙ୍କୁ ଭେଟିଛନ୍ତି। ଫେବୃଆରି ୨୦୧୯ ପରେ ସାଉଦି କ୍ରାଉନ ପ୍ରିନ୍ସଙ୍କର ଏହା ଦ୍ବିତୀୟ ଭାରତ ଗସ୍ତ। ସେପ୍ଟେମ୍ବର ୮ ତାରିଖରେ ସାଉଦି କ୍ରାଉନ ପ୍ରିନ୍ସ ଭାରତରେ ପହଞ୍ଚିଥିଲେ। ମୋଦୀଙ୍କ ସହ ଦ୍ବିପାକ୍ଷିକ କଥାବାର୍ତ୍ତା କରିବାପାଇଁ ସାଉଦି କ୍ରାଉନ୍ ପ୍ରିନ୍ସ ତାଙ୍କ ଗସ୍ତ ସମୟ ବୃଦ୍ଧି କରିଥିଲେ। ସାଉଦି କ୍ରାଉନ ପ୍ରିନ୍ସଙ୍କ ସହ ଅନେକ ବରିଷ୍ଠ ଅଧିକାରୀ ଏବଂ ମନ୍ତ୍ରୀଙ୍କ ସମେତ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ ଭାରତ ଗସ୍ତରେ ଆସିଛନ୍ତି।




