ମୋଦୀ ସରକାରରେ ମହିଳା ମନ୍ତ୍ରୀ

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତ୍ରୀ ନର୍ମଳା ସୀତାମରଣଙ୍କ ସମେତ ମୋଟ୍ ୭ ଜଣ ମହିଳା ସାଂସଦ ମୋଦୀଙ୍କ ନୂ୍ଆ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି। ନୂଆ ମନ୍ତ୍ରିମଣ୍ଡଳରେ ନିର୍ମଳା ସୀତାରମଣ ପୂର୍ବ ପରି ଅର୍ଥମନ୍ତ୍ରୀ ରହିଛନ୍ତି। ତେବେ ନୂଆ ମନ୍ତ୍ରିମଣ୍ଡଳରେ ଅନ୍ୟ ୬ ଜଣ ମହିଳା ମନ୍ତ୍ରୀ ମଧ୍ୟ ଗୁରୁତ୍ବପୂର୍ଣ୍ଣ ବିଭାଗ ପାଇଛନ୍ତି। ମୋଦୀ ୩.୦ରେ ଥିବା ୨ ମହିଳା କ୍ୟାବିନେଟ ମନ୍ତ୍ରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅନ୍ନପୂର୍ଣ୍ଣା ଦେବୀ। ଝାଡ଼ଖଣ୍ଡର ବିଜେପି ସାଂସଦ ଅନ୍ନପୂର୍ଣ୍ଣା ଦେବୀଙ୍କୁ ନୂଆ […]

Samaya Live Picture
Published On

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତ୍ରୀ ନର୍ମଳା ସୀତାମରଣଙ୍କ ସମେତ ମୋଟ୍ ୭ ଜଣ ମହିଳା ସାଂସଦ ମୋଦୀଙ୍କ ନୂ୍ଆ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି। ନୂଆ ମନ୍ତ୍ରିମଣ୍ଡଳରେ ନିର୍ମଳା ସୀତାରମଣ ପୂର୍ବ ପରି ଅର୍ଥମନ୍ତ୍ରୀ ରହିଛନ୍ତି। ତେବେ ନୂଆ ମନ୍ତ୍ରିମଣ୍ଡଳରେ ଅନ୍ୟ ୬ ଜଣ ମହିଳା ମନ୍ତ୍ରୀ ମଧ୍ୟ ଗୁରୁତ୍ବପୂର୍ଣ୍ଣ ବିଭାଗ ପାଇଛନ୍ତି। ମୋଦୀ ୩.୦ରେ ଥିବା ୨ ମହିଳା କ୍ୟାବିନେଟ ମନ୍ତ୍ରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅନ୍ନପୂର୍ଣ୍ଣା ଦେବୀ। ଝାଡ଼ଖଣ୍ଡର ବିଜେପି ସାଂସଦ ଅନ୍ନପୂର୍ଣ୍ଣା ଦେବୀଙ୍କୁ ନୂଆ ମନ୍ତ୍ରିମଣ୍ଡଳରେ ମହିଳା ଏବଂ ଶିଶୁ ବିକାଶ ବିଭାଗ ମିଳିଛି। ଝାଡ଼ଖଣ୍ଡର କୋଡ଼େର୍ମା ଲୋକସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ଅନ୍ନପୂର୍ଣ୍ଣା ଦେବୀ ୨୦୨୧ରୁ ମୋଦୀ ସରକାରରେ କେନ୍ଦ୍ର ଶିକ୍ଷା ବିଭାଗ ରାଷ୍ଟ୍ର ମନ୍ତ୍ରୀ ଥିଲେ। ମଧ୍ୟପ୍ରଦେଶର ଜଣେ ପ୍ରମୁଖ ଆଦିବାସୀ ନେତ୍ରୀ ସାବିତ୍ରୀ ଠାକୁରଙ୍କୁ ମହିଳା ଏବଂ ଶିଶୁ ବିକାଶ ବିଭାଗ ରାଷ୍ଟ୍ରମନ୍ତ୍ରୀ କରାଯାଇଛି। ଗୁଜରାଟର ବିଜେପି ସାଂସଦ ନିମୁବେନ ବମ୍ଭାଣିୟା ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗ ରାଷ୍ଟ୍ରମନ୍ତ୍ରୀ ହୋଇଛନ୍ତି। ନୂଆ ମନ୍ତ୍ରିମଣ୍ଡଳରେ ରକ୍ଷା ଖଡ଼ସେଙ୍କୁ କ୍ରୀଡ଼ା ଏବଂ ଯୁବ ବ୍ୟାପାର ବିଭାଗ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ବ ମିଳିଛି। କର୍ଣ୍ଣାଟକରୁ ୩ ଥର ଲୋକସଭା ସାଂସଦ ହୋଇଥିବା ଶୋଭା କରଣ୍ଡଲାଜେ ଏମଏସଏମଇ , ଶ୍ରମ ଏବଂ ନିଯୁକ୍ତି ବିଭାଗ ରାଷ୍ଟ୍ରମନ୍ତ୍ରୀ ହୋଇଛନ୍ତି। ଏକମାତ୍ର ଅଣବିଜେପି ମହିଳା ମନ୍ତ୍ରୀ ହେଉଛନ୍ତି ଅନୁପ୍ରିୟା ପଟେଲ । ଏନଡିଏର ସହଯୋଗୀ ଦଳ ଅପନା ଦଳ (ସୋନେଲାଲ୍)ର ସେ ମୁଖ୍ୟ। ସେ ନୂଆ ମନ୍ତ୍ରିମଣ୍ଡଳରେ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ରସାୟନ ଓ ସାର ବିଭାଗ ରାଷ୍ଟ୍ରମନ୍ତ୍ରୀ ହୋଇଛନ୍ତି।

Tags: