ମୋଦୀ, ଶାହ, ଯୋଗୀଙ୍କୁ ରାକ୍ଷୀ ପଠାଇଲେ ସୀମା ହାଇଦର

ନୂଆଦିଲ୍ଲୀ: ପ୍ରେମ ପାଇଁ ସୀମା ପାର କରି ପାକିସ୍ତାନରୁ ଭାରତ ଚାଲି ଆସିଥିବା ପାକିସ୍ତାନୀ ମହିଳା ସୀମା ହାଇଦର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ‌ଯୋଗୀ ଆଦିତ୍ୟନାଥ ଏବଂ ଅନ୍ୟ ଶୀର୍ଷ ନେତାମାନଙ୍କୁ ରାକ୍ଷୀ ପଠାଇଛନ୍ତି। ସୀମା ହାଇଦର ଏନେଇ ଆଜି ଏକ ଭିଡିଓ ଜାରି କରିଛନ୍ତି ଏବଂ ଏହି ଭିଡିଓ ମାଧ୍ୟମରେ ସେ ଏକ ପୋଷ୍ଟାଲ ସ୍ଲିପ୍‌ ଦେଖାଇଛନ୍ତି। ରାକ୍ଷୀ ଉତ୍ସବ ପାଇଁ ସେ ମୋଦୀ, […]

Samaya Live Picture
Published On

ନୂଆଦିଲ୍ଲୀ: ପ୍ରେମ ପାଇଁ ସୀମା ପାର କରି ପାକିସ୍ତାନରୁ ଭାରତ ଚାଲି ଆସିଥିବା ପାକିସ୍ତାନୀ ମହିଳା ସୀମା ହାଇଦର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ‌ଯୋଗୀ ଆଦିତ୍ୟନାଥ ଏବଂ ଅନ୍ୟ ଶୀର୍ଷ ନେତାମାନଙ୍କୁ ରାକ୍ଷୀ ପଠାଇଛନ୍ତି। ସୀମା ହାଇଦର ଏନେଇ ଆଜି ଏକ ଭିଡିଓ ଜାରି କରିଛନ୍ତି ଏବଂ ଏହି ଭିଡିଓ ମାଧ୍ୟମରେ ସେ ଏକ ପୋଷ୍ଟାଲ ସ୍ଲିପ୍‌ ଦେଖାଇଛନ୍ତି। ରାକ୍ଷୀ ଉତ୍ସବ ପାଇଁ ସେ ମୋଦୀ, ଶାହଙ୍କୁ ରାକ୍ଷୀ ପଠାଇଥିବା ସ୍ପଷ୍ଟ କରିଛନ୍ତି। ସୀମା ଭାରତ ଆସିବାପରେ ତିଜ୍‌, ନାଗ ପଞ୍ଚମି ପରି ବିଭିନ୍ନ ଉତ୍ସବ ପାଳନ କରିଛନ୍ତି। ନିକଟରେ ସେ ‘ହର ଘର ତ୍ରିରଙ୍ଗା’ ଅଭିଯାନରେ ଯୋଗ ଦେଇ ନଏଡ଼ା ସ୍ଥିତ ତାଙ୍କ ବାସଭବନରେ ତ୍ରିରଙ୍ଗା ଉଡ଼ାଇଥିଲେ।

Tags: