ମୋଦୀ ପ୍ରତି ଭାଷଣରେ ‘ପଛୁଆ’ ଶବ୍ଦ ବ୍ୟବହାର କରନ୍ତି କିନ୍ତୁ ଜାତିଗତ ସର୍ଭେ ପାଇଁ ଭୟ କରୁଛନ୍ତି: ରାହୁଲ
ନୂଆଦିଲ୍ଲୀ : ଛତିଶଗଡ଼ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ବିଭିନ୍ନ ଦଳ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ଜୋରଦାର କରିଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ଛତିଶଗଡ଼ରେ ନିର୍ବାଚନ ପ୍ରଚାର କରି ଭୋଟରମାନଙ୍କୁ ବିଭିନ୍ନ ପ୍ରତିଶ୍ରୁତି ଦେଇଛନ୍ତି । ଏଥିସହ ରାହୁଲ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ତୀବ୍ର ବର୍ଷିଛନ୍ତି। କଙ୍କେର ଜିଲ୍ଲାର ଭାନୁପ୍ରତାପପୁର ନିର୍ବାଚନ ମଣ୍ଡଳୀରେ ଏକ ନିର୍ବାଚନ ରାଲିରେ ଉଦ୍ବୋଧନ ଦେଇ ରାହୁଲ ଆଜି ମୋଦୀଙ୍କୁ କଟାକ୍ଷ କରିଛନ୍ତି। ରାହୁଲ କହିଛନ୍ତି […]
ନୂଆଦିଲ୍ଲୀ : ଛତିଶଗଡ଼ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ବିଭିନ୍ନ ଦଳ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ଜୋରଦାର କରିଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ଛତିଶଗଡ଼ରେ ନିର୍ବାଚନ ପ୍ରଚାର କରି ଭୋଟରମାନଙ୍କୁ ବିଭିନ୍ନ ପ୍ରତିଶ୍ରୁତି ଦେଇଛନ୍ତି । ଏଥିସହ ରାହୁଲ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ତୀବ୍ର ବର୍ଷିଛନ୍ତି। କଙ୍କେର ଜିଲ୍ଲାର ଭାନୁପ୍ରତାପପୁର ନିର୍ବାଚନ ମଣ୍ଡଳୀରେ ଏକ ନିର୍ବାଚନ ରାଲିରେ ଉଦ୍ବୋଧନ ଦେଇ ରାହୁଲ ଆଜି ମୋଦୀଙ୍କୁ କଟାକ୍ଷ କରିଛନ୍ତି। ରାହୁଲ କହିଛନ୍ତି , ,ସେମାନେ (ବିଜେପି) ଚାଷୀ ଋଣ ଛାଡ଼ କରିପାରିବନି। ସେମାନେ କେବଳ ଆଦାନୀଙ୍କ ଋଣ ଛାଡ଼ କରିପାରିବେ। ଆମେ କହିଥିଲୁ ଯେ ଆମେ କୃଷକଙ୍କ ଋଣ ଛାଡ଼ କରିବୁ ଏବଂ ଆମେ ତାହା କଲୁ। ମୁଁ ପୁଣିଥରେ ସେହି ପ୍ରତିଜ୍ଞା କରୁଛି ଯେ ଆମେ ପୁଣିଥରେ ଛତିଶଗଡ଼ କୃଷକଙ୍କ କୃଷିଋଣ ଛାଡ଼ କରିବୁ। ଜାତିଗତ ଜନଗଣନା କଥା ଉଠାଇ ରାହୁଲ କହିଛନ୍ତି, ମୋଦୀଜୀ ତାଙ୍କର ପ୍ରତିଟି ଭାଷଣରେ ଓବିସି ଶବ୍ଦ ବ୍ୟବହାର କରୁଛନ୍ତି କିନ୍ତୁ ଜାତିଗତ ଜନଗଣନା ପାଇଁ ସେ ଭୟ କାହିଁକି କରୁଛନ୍ତି। କଂଗ୍ରେସ କେନ୍ଦ୍ରରେ କ୍ଷମତାକୁ ଆସିଲେ ଜାତିଗତ ଜନଗଣନା କରିବ ବୋଲି ରାହୁଲ ଦାବି କରିଛନ୍ତି।




