ମୋଦୀ ପୁଣି କ୍ଷମତାକୁ ଫେରିବେ: ଶାହ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣିଥରେ କ୍ଷମତାକୁ ଫେରିବେ । ଆଜି ଦିଲ୍ଲୀଠାରେ ଭାରତୀୟ ଜନତା ପାର୍ଟିର ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କରି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏଭଳି ଦୃଢ଼ୋକ୍ତି ବାଢ଼ିଛନ୍ତି। ଶାହ ନିଜ ଅଭିଭାଷଣରେ କଂଗ୍ରେସ ଦଳକୁ କଡ଼ା ସମାଲୋଚନା କରିଛନ୍ତି। ଶାହ କହିଛନ୍ତି, ଯଦି ବିଜେପିର ପାରିବାରିକ ରାଜନୀତି ଥାଆନ୍ତା ତେବେ ଜଣେ ଚା ବିକ୍ରେତା କଦାପି ଦେଶର ପ୍ରଧାନମନ୍ତ୍ରୀ ହୋଇପାରିନଥାନ୍ତେ। ମୋଦୀଙ୍କ ନେତୃତ୍ବରେ ଦେଶର ଅନେକ ବିକାଶ ହୋଇଛି। ପ୍ରଧାନମନ୍ତ୍ରୀ […]

Samaya Live Picture
Published On

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣିଥରେ କ୍ଷମତାକୁ ଫେରିବେ । ଆଜି ଦିଲ୍ଲୀଠାରେ ଭାରତୀୟ ଜନତା ପାର୍ଟିର ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କରି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏଭଳି ଦୃଢ଼ୋକ୍ତି ବାଢ଼ିଛନ୍ତି। ଶାହ ନିଜ ଅଭିଭାଷଣରେ କଂଗ୍ରେସ ଦଳକୁ କଡ଼ା ସମାଲୋଚନା କରିଛନ୍ତି। ଶାହ କହିଛନ୍ତି, ଯଦି ବିଜେପିର ପାରିବାରିକ ରାଜନୀତି ଥାଆନ୍ତା ତେବେ ଜଣେ ଚା ବିକ୍ରେତା କଦାପି ଦେଶର ପ୍ରଧାନମନ୍ତ୍ରୀ ହୋଇପାରିନଥାନ୍ତେ। ମୋଦୀଙ୍କ ନେତୃତ୍ବରେ ଦେଶର ଅନେକ ବିକାଶ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ ଦେଶର ସୁରକ୍ଷାକୁ ପ୍ରାଥମିକତା ଦେଇଛନ୍ତି। ସେ ଭାରତକୁ ବିଶ୍ବମିତ୍ର ଭାବେ ସ୍ଥାପିତ କରିବାକୁ ଉଦ୍ୟମ କରୁଛନ୍ତି, ବର୍ତମାନ ସମସ୍ତେ ବସୁଧୈବ କୁଟୁମ୍ବକମ୍, ଅର୍ଥାତ୍ ଏହି ସମଗ୍ର ବିଶ୍ବ ଏକ ପରିବାର ବୋଲି ଅନୁଭବ କରୁଛନ୍ତି । କଂଗ୍ରେସ ଓ ଇଣ୍ଡିଆ ମେଣ୍ଟ ଦେଶର ଗାଣତାନ୍ତ୍ରିକ ବ୍ୟବସ୍ଥାକୁ ଧ୍ବସ୍ତ କରୁଛି। ସେମାନେ ଗଣତନ୍ତ୍ରକୁ ଦୁର୍ନୀତି, ପ୍ରିୟାପ୍ରୀତିତୋଷଣ, ପରିବାରବାଦ ଓ ଜାତିବାଦରେ ଭ୍ରଷ୍ଟ କରିସାରିଛନ୍ତି ବୋଲି ଶାହ କହିଛନ୍ତି।

Tags: