ମୋଦୀ-ପୁଟିନ କଥାବାର୍ତ୍ତା, ଦ୍ବିପାକ୍ଷିକ ସମ୍ପର୍କ ଓ ବ୍ରିକ୍ସ ସମ୍ପ୍ରସାରଣ ନେଇ ଆଲୋଚନା
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଟେଲିଫୋନ୍ରେ କଥାବାର୍ତ୍ତା ହୋଇଛନ୍ତି। ଉଭୟ ନେତା ମହାକାଶ ସହଯୋଗ, ବ୍ରିକ୍ସ ସମ୍ପ୍ରସାରଣ ଏବଂ ଆଗାମୀ ଜି-୨୦ ବୈଠକ ସମେତ ବିଭିନ୍ନ କ୍ଷେତ୍ରରେ ଦ୍ବିପାକ୍ଷିକ ସମ୍ପର୍କ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି। ପିଏମ୍ଓ ପକ୍ଷରୁ ଏକ ବିବୃତି ଜାରି କରି ଏହା କୁହାଯାଇଛି। କ୍ରେମଲିନ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି ଯେ ବୃହତ୍ତର ଶକ୍ତି ପ୍ରକଳ୍ପ ସହିତ ଅନ୍ତର୍ଜାତୀୟ ପରିବହନ ଓ ଲଜିଷ୍ଟିକ୍ […]
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଟେଲିଫୋନ୍ରେ କଥାବାର୍ତ୍ତା ହୋଇଛନ୍ତି। ଉଭୟ ନେତା ମହାକାଶ ସହଯୋଗ, ବ୍ରିକ୍ସ ସମ୍ପ୍ରସାରଣ ଏବଂ ଆଗାମୀ ଜି-୨୦ ବୈଠକ ସମେତ ବିଭିନ୍ନ କ୍ଷେତ୍ରରେ ଦ୍ବିପାକ୍ଷିକ ସମ୍ପର୍କ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି। ପିଏମ୍ଓ ପକ୍ଷରୁ ଏକ ବିବୃତି ଜାରି କରି ଏହା କୁହାଯାଇଛି। କ୍ରେମଲିନ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି ଯେ ବୃହତ୍ତର ଶକ୍ତି ପ୍ରକଳ୍ପ ସହିତ ଅନ୍ତର୍ଜାତୀୟ ପରିବହନ ଓ ଲଜିଷ୍ଟିକ୍ ଭିତ୍ତିଭୂମି ସମ୍ପ୍ରସାରଣକୁ କାର୍ଯ୍ୟକାରୀ କରିବାପାଇଁ ଉଭୟ ପୁଟିନ ଏବଂ ମୋଦୀ ରାଜି ଅଛନ୍ତି। ଭାରତର ଚନ୍ଦ୍ରଯାନ-୩ ସଫଳତା ପାଇଁ ପୁଟିନ ପୁଣିଥରେ ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ଭାରତ ସହ ମହାକାଶ ସହଯୋଗ ବୃଦ୍ଧି କରିବା ଉଦ୍ଦେଶ୍ୟ ଜଣାଇଛନ୍ତି । ତେବେ ମୋଦୀଙ୍କ ସହ କଥାବାର୍ତ୍ତା ସମୟରେ ପୁଟିନ ଆସନ୍ତା ସେପ୍ଟେମ୍ବର ୯-୧୦ରେ ନୂଆଦିଲ୍ଲୀରେ ଆୟୋଜିତ ଜି-୨୦ ସମ୍ମିଳନୀରେ ଯୋଗ ଦେଇପାରିବେନି ବୋଲି କହିଛନ୍ତି। ରୁଷ୍ ବିଦେଶ ମନ୍ତ୍ରୀ ସେର୍ଗି ଲାବରୋବ ରୁଷ୍କୁ ଜି-୨୦ ବୈଠକରେ ପ୍ରତିନିଧିତ୍ବ କରିବେ ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ମୋଦୀ ଭାରତର ଜି-୨୦ ଅଧ୍ୟକ୍ଷତା ଅଧୀନରେ ସମସ୍ତ କାର୍ଯ୍ୟକ୍ରମକୁ ରୁଷ୍ ପକ୍ଷରୁ ମିଳିଥିବା ଲଗାତାର ସମର୍ଥନ ପାଇଁ ପୁଟିନଙ୍କୁ ଧନ୍ୟବାଦ ଜଣାଇଛନ୍ତି।




