ମୋଦୀ -ଜିନପିଙ୍ଗ କଥାବାର୍ତ୍ତା

ନୂଆଦିଲ୍ଲୀ : ୧୫ତମ ବ୍ରିକ୍ସ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ କଥାବାର୍ତ୍ତା ହେବାର ଦେଖିବାକୁ ମିଳିଛି। ସମ୍ମିଳନୀ ଆରମ୍ଭରେ ମୋଦୀ ଏବଂ ଜିନପିଙ୍ଗ ନିଜ ନିଜ ଆସନରେ ବସିବା ପୂର୍ବରୁ ପରସ୍ପର ସହ ସଂକ୍ଷିପ୍ପ କଥାବାର୍ତ୍ତା ହୋଇଥିବା ଦେଖିବାକୁ ମିଳିଛି। ଏହା ପୂର୍ବରୁ ଜି-୨୦ ବୈଠକରେ ମୋଦୀ ଏବଂ ଜିନପିଙ୍ଗ କଥାବାର୍ତ୍ତା ହୋଇଥିଲେ। ଲଦାଖ ବିବାଦ ପରେ ଏହା ଥିଲା ୨ ରାଷ୍ଟ୍ର ନେତାଙ୍କ ମଧ୍ୟରେ ପ୍ରଥମ ସାକ୍ଷାତ। […]

Samaya Live Picture
Published On

ନୂଆଦିଲ୍ଲୀ : ୧୫ତମ ବ୍ରିକ୍ସ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ କଥାବାର୍ତ୍ତା ହେବାର ଦେଖିବାକୁ ମିଳିଛି। ସମ୍ମିଳନୀ ଆରମ୍ଭରେ ମୋଦୀ ଏବଂ ଜିନପିଙ୍ଗ ନିଜ ନିଜ ଆସନରେ ବସିବା ପୂର୍ବରୁ ପରସ୍ପର ସହ ସଂକ୍ଷିପ୍ପ କଥାବାର୍ତ୍ତା ହୋଇଥିବା ଦେଖିବାକୁ ମିଳିଛି। ଏହା ପୂର୍ବରୁ ଜି-୨୦ ବୈଠକରେ ମୋଦୀ ଏବଂ ଜିନପିଙ୍ଗ କଥାବାର୍ତ୍ତା ହୋଇଥିଲେ। ଲଦାଖ ବିବାଦ ପରେ ଏହା ଥିଲା ୨ ରାଷ୍ଟ୍ର ନେତାଙ୍କ ମଧ୍ୟରେ ପ୍ରଥମ ସାକ୍ଷାତ। ତେବେ ବ୍ରିକ୍ସ ସମ୍ମିଳନୀ ଅବସରରେ ମୋଦୀ ଜିନପିଙ୍ଗଙ୍କ ସହ ଦ୍ବିପାକ୍ଷିକ କଥାବାର୍ତ୍ତା କରିପାରନ୍ତି। ଏନେଇ କିଛି ସ୍ପଷ୍ଟ କରାଯାଇନଥିଲେ ମଧ୍ୟ ଉଭୟ ରାଷ୍ଟ୍ର ନେତାଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହୋଇପାରେ ବୋଲି ଅନୁମାନ କରାଯାଉଛି। ବ୍ରିକ୍ସ ବିଜନେସ ଫୋରମ ନେତାମାନଙ୍କୁ ଉଦ୍‌ବୋଧନ ଦେଇ ମୋଦୀ କହିଥିଲେ ଯେ ଭାରତ ଖୁବ୍‌ଶୀଘ୍ର ୫ ଟ୍ରିଲିଅନ୍‌ ଡଲାର ଅର୍ଥନୀତିରେ ପରିଣତ ହେବ ଏବଂ ଆଗାମୀ ବର୍ଷମାନଙ୍କରେ ଏହା ବିଶ୍ବର ବିକାଶ ଇଞ୍ଜିନ୍‌ ହେବ।

Tags: