ମୋଦୀ ଅତ୍ୟନ୍ତ ବିଜ୍ଞ : ପୁଟିନ

ନୂଆଦିଲ୍ଲୀ: ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ନେତୃତ୍ବ ପାଇଁ ଦୃଢ଼ ପ୍ରଶଂସା କରିଛନ୍ତି। ରୁଷ୍‌ର ନ୍ୟୁଜ୍‌ ପ୍ଲାଟଫର୍ମ ଆର୍‌ଟି ନ୍ୟୁଜ୍‌ ଦ୍ବାରା ଜାରି ହୋଇଥିବା ଏକ ଭିଡିଓରେ ପୁଟିନ ମୋଦୀଙ୍କୁ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି। ପୁଟିନ କହିଛନ୍ତି, ମୋଦୀଙ୍କ ନେତୃତ୍ବରେ ଭାରତର ପ୍ରଗତି ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆମେ ଅତି ଭଲ ରାଜନୈତିକ ସମ୍ପର୍କରେ ରହିଛୁ। ସେ ଅତ୍ୟନ୍ତ ଜ୍ଞାନୀ ଏବଂ ବିଜ୍ଞ ବ୍ୟକ୍ତି। ମୋଦୀଙ୍କ ନେତୃତ୍ବରେ […]

Samaya Live Picture
Published On

ନୂଆଦିଲ୍ଲୀ: ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ନେତୃତ୍ବ ପାଇଁ ଦୃଢ଼ ପ୍ରଶଂସା କରିଛନ୍ତି। ରୁଷ୍‌ର ନ୍ୟୁଜ୍‌ ପ୍ଲାଟଫର୍ମ ଆର୍‌ଟି ନ୍ୟୁଜ୍‌ ଦ୍ବାରା ଜାରି ହୋଇଥିବା ଏକ ଭିଡିଓରେ ପୁଟିନ ମୋଦୀଙ୍କୁ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି। ପୁଟିନ କହିଛନ୍ତି, ମୋଦୀଙ୍କ ନେତୃତ୍ବରେ ଭାରତର ପ୍ରଗତି ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆମେ ଅତି ଭଲ ରାଜନୈତିକ ସମ୍ପର୍କରେ ରହିଛୁ। ସେ ଅତ୍ୟନ୍ତ ଜ୍ଞାନୀ ଏବଂ ବିଜ୍ଞ ବ୍ୟକ୍ତି। ମୋଦୀଙ୍କ ନେତୃତ୍ବରେ ଭାରତରେ ଅତି ଗୁରୁତ୍ବପୂର୍ଣ୍ଣ ପ୍ରଗତି ଏବଂ ବିକାଶ ହୋଇଛି ବୋଲି ପୁଟିନ କହିଛନ୍ତି। ଉଲ୍ଲେଖଯୋଗ୍ୟ, ନିକଟରେ ଦିଲ୍ଲୀରେ ଶେଷ ହୋଇଥିବା ଜି-୨୦ ସମ୍ମିଳନୀରେ ନୂଆଦିଲ୍ଳୀ ଘୋ‌ଷଣାନାମାକୁ ସ୍ବୀକୃତି ମିଳିବାପରେ ପୁଟିନ ମୋଦୀଙ୍କୁ ଏଭଳି ପ୍ରଶଂସା‌ କରିଛନ୍ତି। ଦିଲ୍ଲୀ ଘୋଷଣାନାମାକୁ ରୁଷ୍‌ ଏକ ମାଇଲଖୁଣ୍ଟ କହି ପ୍ରଶଂସା କରିଥିଲା।

Tags: