ମୋଦୀଙ୍କ ୟୁସିସି ଟିପ୍ପଣୀ ପରେ ମୁସଲିମ ଲ ବୋର୍ଡର ରାତି ଅଧିଆ ବୈଠକ

ନୂଆଦିଲ୍ଲୀ : ଏଆଇଏମପିଏଲବି (ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ୍‌) ଗତକାଲି ରାତି ଅଧରେ ଏକ ଏମର୍ଜେନ୍ସି ବୈଠକ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଭୋପାଳରେ ବିଜେପି କର୍ମୀମାନଙ୍କୁ ଉଦ୍‌ବୋଧନ ଦେବା ସମୟରେ ୟୁସିସି (ସମାନ ନାଗରିକ ସଂହିତା)କୁ ଦୃଢ଼ ସମର୍ଥନ କରିବା ସହ ବିରୋଧୀମାନଙ୍କୁ ଯେଉଁଭଳି ସମାଲୋଚନା କରିଛନ୍ତି ଉକ୍ତ ଘଟଣା ପରେ ଏଆଇଏମ୍‌ପିଏଲ୍‌ବି ରାତି ଅଧିଆ ଜରୁରୀ ବୈଠକ କରିଛି। ବୈଠକରେ ସଦସ୍ୟମାନେ ୟୁସିସିକୁ ବି‌ରୋଧ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। […]

Samaya Live Picture
Published On

ନୂଆଦିଲ୍ଲୀ : ଏଆଇଏମପିଏଲବି (ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ୍‌) ଗତକାଲି ରାତି ଅଧରେ ଏକ ଏମର୍ଜେନ୍ସି ବୈଠକ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଭୋପାଳରେ ବିଜେପି କର୍ମୀମାନଙ୍କୁ ଉଦ୍‌ବୋଧନ ଦେବା ସମୟରେ ୟୁସିସି (ସମାନ ନାଗରିକ ସଂହିତା)କୁ ଦୃଢ଼ ସମର୍ଥନ କରିବା ସହ ବିରୋଧୀମାନଙ୍କୁ ଯେଉଁଭଳି ସମାଲୋଚନା କରିଛନ୍ତି ଉକ୍ତ ଘଟଣା ପରେ ଏଆଇଏମ୍‌ପିଏଲ୍‌ବି ରାତି ଅଧିଆ ଜରୁରୀ ବୈଠକ କରିଛି। ବୈଠକରେ ସଦସ୍ୟମାନେ ୟୁସିସିକୁ ବି‌ରୋଧ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ସେମାନେ ଏହାର ନ୍ୟାୟିକ ଦିଗକୁ ଆଲୋଚନା କରିଛନ୍ତି। ମୁସଲିମ ଲ ବୋର୍ଡ ୟୁସିସି ଲ କମିସନ୍‌ରେ ନିଜର ପକ୍ଷ ରଖିବେ ଏବଂ ତଥ୍ୟ ଉପସ୍ଥାପନ କରିବେ। ଅନ୍ୟପକ୍ଷେ ବିରୋଧୀମାନେ କହିଛନ୍ତି, ମୋଦୀ ବିଭାଜନକାରୀ ରାଜନୀତି କରୁଛନ୍ତି। ବିରୋଧୀ ଦଳ ନେତାମାନେ ମଣିପୁର ହିଂସା ପ୍ରସଙ୍ଗରେ ମୋଦୀଙ୍କ ନିରବତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେମାନେ କହିଛନ୍ତି, ମୋଦୀ ହିଂସା, ଦରବୃଦ୍ଧି, ବେକାରୀ ସମସ୍ୟା ସଂକ୍ରାନ୍ତରେ ଆଲୋଚନା କରିବା ପରିବର୍ତ୍ତେ ୟୁସିସି କାର୍ଯ୍ୟକାରୀ କରିବା କଥା କହୁଛନ୍ତି। ଡିଏମ୍‌କେ କହିଛି ୟୁସିସି ପ୍ରଥମେ ହିନ୍ଦୁମାନଙ୍କ କ୍ଷେତ୍ରରେ ଲାଗୁ ହେବା ଉଚିତ।

Tags: