ମୋଦୀଙ୍କ ସହ କଥା ହେଲେ ଡେନ୍ମାର୍କ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ତାଙ୍କ ଡାନିସ୍ ପ୍ରତିପକ୍ଷ ମେଟ୍ଟେ ଫ୍ରେଡେରିକ୍ସେନଙ୍କ ସହ କଥା ହୋଇଛନ୍ତି। ୨ ନେତା ଦ୍ବିପାକ୍ଷିକ ବାଣିଜ୍ୟ ଏବଂ ବିଭିନ୍ନ ଆଞ୍ଚଳିକ ଓ ବୈଶ୍ବିକ ଗୁରୁତ୍ବ ଥିବା ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ଦ୍ବିପାକ୍ଷିକ ବାଣିଜ୍ୟ, ବିନିଯୋଗ ଏବଂ ଜଳ ପରିଚାଳନା ଭଳି ବିଷୟବସ୍ତୁ ଉପରେ ଆଲୋଚନା ହୋଇଥିବା ପିଏମ୍ଓ ପକ୍ଷରୁ କୁହାଯାଇଛି। ବାଣିଜ୍ୟ, ବିନିଯୋଗ, ଉଦ୍ଭାବନ, ଶକ୍ତି, ଜଳ ପରିଚାଳନା, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ନିରନ୍ତର ବିକାଶ କ୍ଷେତ୍ରରେ ଭାରତ-ଡେନମାର୍କ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ତାଙ୍କ ଡାନିସ୍ ପ୍ରତିପକ୍ଷ ମେଟ୍ଟେ ଫ୍ରେଡେରିକ୍ସେନଙ୍କ ସହ କଥା ହୋଇଛନ୍ତି। ୨ ନେତା ଦ୍ବିପାକ୍ଷିକ ବାଣିଜ୍ୟ ଏବଂ ବିଭିନ୍ନ ଆଞ୍ଚଳିକ ଓ ବୈଶ୍ବିକ ଗୁରୁତ୍ବ ଥିବା ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ଦ୍ବିପାକ୍ଷିକ ବାଣିଜ୍ୟ, ବିନିଯୋଗ ଏବଂ ଜଳ ପରିଚାଳନା ଭଳି ବିଷୟବସ୍ତୁ ଉପରେ ଆଲୋଚନା ହୋଇଥିବା ପିଏମ୍ଓ ପକ୍ଷରୁ କୁହାଯାଇଛି। ବାଣିଜ୍ୟ, ବିନିଯୋଗ, ଉଦ୍ଭାବନ, ଶକ୍ତି, ଜଳ ପରିଚାଳନା, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ନିରନ୍ତର ବିକାଶ କ୍ଷେତ୍ରରେ ଭାରତ-ଡେନମାର୍କ ଗ୍ରିନ୍ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍କୁ ପୁନଃ ସୁଦୃଢ଼ କରିବାପାଇଁ ଉଭୟ ନେତା ସେମାନଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଥିବା ନେଇ ମୋଦୀ ଏକ୍ସରେ ଏକ ପୋଷ୍ଟ୍ କରିଛନ୍ତି। ମୋଦୀ କହିଛନ୍ତି, ‘ଡେନମାର୍କ ପ୍ରଧାନମନ୍ତ୍ରୀ ମେଟ୍ଟେ ଫ୍ରେଡେରିକସେନ୍ଙ୍କ ସହ ଆଜି ଖୁବ୍ ଭଲ କଥାବାର୍ତ୍ତା ହୋଇଛି, ଦ୍ବିପାକ୍ଷିକ ଓ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଆମେ ଆଲୋଚନା କରିଛୁ।’




