ମୋଦୀଙ୍କ ସପକ୍ଷରେ ୮୦ ପ୍ରତିଶତ ଭାରତୀୟ

ନୂଆଦିଲ୍ଲୀ: ୮୦ ପ୍ରତିଶତ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପସନ୍ଦ କରନ୍ତି। ପିୟୁ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏହା କୁହାଯାଇଛି। ସର୍ଭେରେ ଭାଗ ନେଇଥିବା ପ୍ରତି ୧୦ ଜଣରୁ ୮ ଜଣ ‌ମୋଦୀଙ୍କ ସପକ୍ଷରେ ମତ ଦେଇଛନ୍ତି। ଏଥିସହ ଗତ କିଛି ବର୍ଷ ମଧ୍ୟରେ ବିଶ୍ବ‌ରେ ଭାରତର ପ୍ରଭାବ ବଢ଼ିଥିବା ବିଷୟ ସର୍ଭେରେ ଭାଗ ନେଇଥିବା ଲୋକମାନେ ମତ ଦେଇଛନ୍ତି। ୫୫ ପ୍ରତିଶତ ଲୋକ ମୋଦୀଙ୍କ ସପକ୍ଷରେ ଅତ୍ୟନ୍ତ ଅନୁକୂଳ ମତ ଦେଇଛନ୍ତି। […]

Samaya Live Picture
Published On

ନୂଆଦିଲ୍ଲୀ: ୮୦ ପ୍ରତିଶତ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପସନ୍ଦ କରନ୍ତି। ପିୟୁ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏହା କୁହାଯାଇଛି। ସର୍ଭେରେ ଭାଗ ନେଇଥିବା ପ୍ରତି ୧୦ ଜଣରୁ ୮ ଜଣ ‌ମୋଦୀଙ୍କ ସପକ୍ଷରେ ମତ ଦେଇଛନ୍ତି। ଏଥିସହ ଗତ କିଛି ବର୍ଷ ମଧ୍ୟରେ ବିଶ୍ବ‌ରେ ଭାରତର ପ୍ରଭାବ ବଢ଼ିଥିବା ବିଷୟ ସର୍ଭେରେ ଭାଗ ନେଇଥିବା ଲୋକମାନେ ମତ ଦେଇଛନ୍ତି। ୫୫ ପ୍ରତିଶତ ଲୋକ ମୋଦୀଙ୍କ ସପକ୍ଷରେ ଅତ୍ୟନ୍ତ ଅନୁକୂଳ ମତ ଦେଇଛନ୍ତି। ଅନ୍ୟପକ୍ଷରେ କେବଳ ୨୦ ପ୍ରତିଶତ ଲୋକ ମୋଦୀଙ୍କ ସଂପର୍କରେ ନକାରାତ୍ମକ ମତ ରଖିଛନ୍ତି। ନୂଆଦିଲ୍ଲୀରେ ଆସନ୍ତାମାସରେ ଜି-୨୦ ଶୀର୍ଷ ସମ୍ମିଳନୀ ହେବାକୁ ଯାଉଥିବାବେଳେ ପିୟୁ ରିସର୍ଚ୍ଚ ପକ୍ଷରୁ ଏଭଳି ରିପୋର୍ଟ ପ୍ରକାଶ ପାଇଛି। ସର୍ଭେରେ ଭାଗ ନେଇଥିବା ୭୦ ପ୍ରତିଶତ ଲୋକ ନିକଟ ଅତୀତରେ ଭାରତର ପ୍ରଭାବ ବିଶ୍ବରେ ବୃଦ୍ଧି ପାଉଥିବା କହିଥିବାବେଳେ ୨୦ ପ୍ରତିଶତରୁ କମ୍ ଲୋକ ଭାରତ ଦୁର୍ବଳ ହେଉଥିବା ମତ ରଖିଛନ୍ତି। ୬୫ ପ୍ରତିଶତ ଭାରତୀୟ ଆମେରିକା ସପକ୍ଷରେ ମତ ଦେଇଥିବାବେଳେ ୪୦ ପ୍ରତିଶତ କହିଛନ୍ତି ଯେ ରୁଷ୍‌ର ପ୍ରଭାବ ମଜଭୁତ ହୋଇଛି। ଚୀନ ବିରୋଧରେ ଭାରତୀୟଙ୍କ ନକାରାତ୍ମକ ମତ ୨୦୧୯ ସର୍ଭେ ତୁଳନାରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଦୁଇ ତୃତୀୟାଂଶ ଲୋକ ଚୀନ ବିରୋଧରେ ପ୍ରତିକୂଳ ମତ ଦେଇଛନ୍ତି। ଏହାବ୍ୟତୀତ ସର୍ଭେରେ ଭାଗ ନେଇଥିବା ୫୭ ପ୍ରତିଶତ ଲୋକ ରୁଷ ସପକ୍ଷରେ ମତ ରଖିଛନ୍ତି। ୫ଟି ୟୁରୋପୀୟ ଦେଶରେ ଭାରତ ସପକ୍ଷରେ ଅନୁକୂଳ ମତ ପୋଷଣ ଚଳିତଥର ୧୦ ପ୍ରତିଶତ ହ୍ରାସ ପାଇଛି। ୨୬୧୧ ଜଣ ଭାରତୀୟଙ୍କୁ ନେଇ ମାର୍ଚ୍ଚ ୨୫ରୁ ମେ ୧୧ ମଧ୍ୟରେ ଉକ୍ତ ସର୍ଭେ ହୋଇଥିବା ପିୟୁ କହିଛି।

Tags: