ମୋଦୀଙ୍କ ପାଇଁ ବାଇଡେନ୍‌ଙ୍କର ସ୍ବତନ୍ତ୍ର ଟି-ସାର୍ଟ ଉପହାର

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ସ୍ବତନ୍ତ୍ର ଟି-ସାର୍ଟ ଦେଇଛନ୍ତି। ଏହି ଟି ସାର୍ଟରେ ମୋଦୀଙ୍କ ପ୍ରସିଦ୍ଧ ଉଦ୍ଧୃତି ତଥା ଭବିଷ୍ୟତ ହେଉଛି ଏଆଇ-ଆମେରିକା ଆଣ୍ଡ ଇଣ୍ଡିଆ ଲେଖା ଅଛି। ଆମେରିକା ସଂସଦରେ ମିଳିିତ ଅଧିବେଶନରେ ଉଦ୍‌ବୋଧନ ଦେଇ ମୋଦୀ କହିଥିଲେ, ଭାରତ-ଆମେରିକାରେ ଅନେକ କିଛି ପରିବର୍ତ୍ତନ ହୋଇଛି। କିନ୍ତୁ ଅନେକ କିଛି ସମାନ ବି ରହିଛି। ଠିକ୍‌ ଯେମିତି ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କ ସୁଦୃଢ଼ କରିବା […]

Samaya Live Picture
Published On

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ସ୍ବତନ୍ତ୍ର ଟି-ସାର୍ଟ ଦେଇଛନ୍ତି। ଏହି ଟି ସାର୍ଟରେ ମୋଦୀଙ୍କ ପ୍ରସିଦ୍ଧ ଉଦ୍ଧୃତି ତଥା ଭବିଷ୍ୟତ ହେଉଛି ଏଆଇ-ଆମେରିକା ଆଣ୍ଡ ଇଣ୍ଡିଆ ଲେଖା ଅଛି। ଆମେରିକା ସଂସଦରେ ମିଳିିତ ଅଧିବେଶନରେ ଉଦ୍‌ବୋଧନ ଦେଇ ମୋଦୀ କହିଥିଲେ, ଭାରତ-ଆମେରିକାରେ ଅନେକ କିଛି ପରିବର୍ତ୍ତନ ହୋଇଛି। କିନ୍ତୁ ଅନେକ କିଛି ସମାନ ବି ରହିଛି। ଠିକ୍‌ ଯେମିତି ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କ ସୁଦୃଢ଼ କରିବା ନେଇ ଆମ ପ୍ରତିବଦ୍ଧତା। ଉଲ୍ଲେଖଯୋଗ୍ୟ ଯେ ମୋଦୀଙ୍କ ଆମେରିକା ଗସ୍ତ ଆଜି ଶେଷ ହୋଇଛି। ମୋଦୀ ଆଜି ଇଜିପ୍ଟ ଗସ୍ତରେ ବାହାରିଛନ୍ତି। ଆମେରିକା ଗସ୍ତ ଅବସରରେ ମୋଦୀ ଗତ ଜୁନ୍‌ ୨୧ ତାରିଖରେ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଜାତିସଂଘରେ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମର ନେତୃତ୍ବ ନେଇଥିଲେ। ମୋଦୀ ୨୪ ପ୍ରମୁଖ ନାଗରିକଙ୍କ ସହ କଥା ହୋଇଥିଲେ ଏବଂ ଆମେରିକା ସଂସଦରେ ଉଦ୍‌ବୋଧନ ଦେଇଛନ୍ତି। ଶେଷ ଦିନରେ ମୋଦୀ ଭାରତୀୟ ସମ୍ପ୍ରଦାୟଙ୍କୁ ଉଦ୍‌ବୋଧନ ଦେଇଛନ୍ତି।

Tags: