ମୋଦୀଙ୍କୁ ଯଦି ଈଶ୍ବରଙ୍କ ପାଖରେ ବସାଯାଏ, ବ୍ରହ୍ମାଣ୍ଡ କେମିତି ଚାଲୁଛି ସେ ଈଶ୍ବରଙ୍କୁ ବୁଝାଇଦେବେ: ରାହୁଲ
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଏବେ ଆମେରିକା ଗସ୍ତରେ ଅଛନ୍ତି। ଆମେରିକାରେ ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଟାକ୍ଷ କରିଛନ୍ତି। କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟରେ ଉଦ୍ବୋଧନ ଦେଇ ରାହୁଲ କହିଛନ୍ତି, ମୋର ମନେହୁଏ ଆପଣମାନେ ଯଦି ମୋଦୀଜୀଙ୍କୁ ଈଶ୍ବରଙ୍କ ଆଗରେ ବସାଇ ଦିଅନ୍ତି, ବିଶ୍ବ-ବ୍ରହ୍ମାଣ୍ଡ କେମିତି ଚାଲିଛି ସେ ଈଶ୍ବରଙ୍କୁ ବୁଝାଇ ଦେବେ। ତାହା ଶୁଣିବା ପରେ ନିଜେ କ’ଣ ସୃଷ୍ଟି କରିଛନ୍ତି ଭାବି ଈଶ୍ବରଙ୍କ ମୁଣ୍ଡ ଗୋଳମାଳ ହୋଇଯିବ। ରାହୁଲ କହିଛନ୍ତି, ଦଳେ ଲୋକ ଅଛନ୍ତି […]
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଏବେ ଆମେରିକା ଗସ୍ତରେ ଅଛନ୍ତି। ଆମେରିକାରେ ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଟାକ୍ଷ କରିଛନ୍ତି। କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟରେ ଉଦ୍ବୋଧନ ଦେଇ ରାହୁଲ କହିଛନ୍ତି, ମୋର ମନେହୁଏ ଆପଣମାନେ ଯଦି ମୋଦୀଜୀଙ୍କୁ ଈଶ୍ବରଙ୍କ ଆଗରେ ବସାଇ ଦିଅନ୍ତି, ବିଶ୍ବ-ବ୍ରହ୍ମାଣ୍ଡ କେମିତି ଚାଲିଛି ସେ ଈଶ୍ବରଙ୍କୁ ବୁଝାଇ ଦେବେ। ତାହା ଶୁଣିବା ପରେ ନିଜେ କ’ଣ ସୃଷ୍ଟି କରିଛନ୍ତି ଭାବି ଈଶ୍ବରଙ୍କ ମୁଣ୍ଡ ଗୋଳମାଳ ହୋଇଯିବ। ରାହୁଲ କହିଛନ୍ତି, ଦଳେ ଲୋକ ଅଛନ୍ତି ସେମାନେ ସବୁ ବୁଝିପାରନ୍ତି। ସେମାନେ ବୈଜ୍ଞାନିକଙ୍କୁ ବିଜ୍ଞାନ, ଐତିହାସିକମାନଙ୍କୁ ଇତିହାସ, ସେନାକୁ ଯୁଦ୍ଧକୌଶଳ ବତାଇ ଦେଇପାରିବେ। କିନ୍ତୁ, ବାସ୍ତବ କଥା ହେଲା ସେମାନେ କିଛି ଜାଣନ୍ତି ନାହିଁ ବୋଲି ରାହୁଲ୍ ଗାନ୍ଧୀ କହିଛନ୍ତି।
‘ଭାରତ ଯୋଡ଼ୋ ଯାତ୍ରା’ ପ୍ରସଙ୍ଗରେ ରାହୁଲ କହିଛନ୍ତି, ଏଜେନ୍ସିମାନଙ୍କୁ ଅପବ୍ୟବହାର କରାଯାଉଥିବା ଯୋଗୁଁ ରାଜନୈତିକ କାର୍ଯ୍ୟକଳାପ ଚଳାଇବାରେ ଅସୁବିଧାର ସମ୍ମୁଖୀନ ହୋଇ ଆମେ ‘ଭାରତ ଯୋଡ଼ୋ ଯାତ୍ରା’ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲୁ। କିନ୍ତୁ, ଏହି ଯାତ୍ରାକୁ ବନ୍ଦ କରିବା ପାଇଁ ସରକାର ସାଧ୍ୟମତେ ଉଦ୍ୟମ କରିଥିଲେ। ମାତ୍ର ଏହି ଯାତ୍ରାର ପ୍ରଭାବ ବଢ଼ି ବଢ଼ି ଚାଲିଲା।




