ମୋଦୀଙ୍କୁ ମସ୍କଙ୍କ ସ୍ବତନ୍ତ୍ର ଉପହାର

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ୱାସିଂଟନରେ ଆମେରିକାର ସରକାରୀ ଦକ୍ଷତା ବିଭାଗ (ଡିଓଜିଇ)ର ମୁଖ୍ୟ ତଥା ଟେସ୍ଲା ଏବଂ ସ୍ପେସ୍ ଏକ୍ସର ସିଇଓ ଏଲନ୍ ମସ୍କଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଉଦ୍ଭାବନ, ମହାକାଶ ଅନୁସନ୍ଧାନ, କୃତ୍ରିମ ବୁଦ୍ଧିମତା ଏବଂ ନିରନ୍ତର ବିକାଶ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଭାରତ ଏବଂ ଆମେରିକୀୟ ସଂସ୍ଥା ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବା ଉପରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଉଦୀୟମାନ ପ୍ରଯୁକ୍ତିବିଦ୍ୟା, ଉଦ୍ୟୋଗ ଏବଂ […]

ମୋଦୀଙ୍କୁ ମସ୍କଙ୍କ ସ୍ବତନ୍ତ୍ର ଉପହାର
Samaya Live Picture
Published On

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ୱାସିଂଟନରେ ଆମେରିକାର ସରକାରୀ ଦକ୍ଷତା ବିଭାଗ (ଡିଓଜିଇ)ର ମୁଖ୍ୟ ତଥା ଟେସ୍ଲା ଏବଂ ସ୍ପେସ୍ ଏକ୍ସର ସିଇଓ ଏଲନ୍ ମସ୍କଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଉଦ୍ଭାବନ, ମହାକାଶ ଅନୁସନ୍ଧାନ, କୃତ୍ରିମ ବୁଦ୍ଧିମତା ଏବଂ ନିରନ୍ତର ବିକାଶ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଭାରତ ଏବଂ ଆମେରିକୀୟ ସଂସ୍ଥା ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବା ଉପରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଉଦୀୟମାନ ପ୍ରଯୁକ୍ତିବିଦ୍ୟା, ଉଦ୍ୟୋଗ ଏବଂ ସୁଶାସନ କ୍ଷେତ୍ରରେ ସହଯୋଗକୁ ଗଭୀର କରିବାର ସୁଯୋଗ ମଧ୍ୟ ଅନୁସନ୍ଧାନ କରାଯାଇଥିଲା। ତେବେ ଯାହା ଅନେକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ତାହା ହେଲା ମସ୍କ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଇଥିବା ସ୍ୱତନ୍ତ୍ର ଉପହାର । ମହାକାଶକୁ ଯାଇଥିବା ତାଙ୍କର ଷ୍ଟାରସିପ୍ ମହାକାଶଯାନର ଏହା ଏକ ହିଟସିଲ୍ଡ ଟାଇଲ୍ ପରି ମନେ ହେଉଥିଲା।

Tags: