ମୋଦୀଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ସମ୍ମାନ

ପ୍ୟାରିସ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ସମ୍ମାନ ‘ଗ୍ରାଣ୍ଡ୍‌ କ୍ରସ ଅଫ୍‌ ଦି ଲିଜିଅନ୍ ଅଫ୍‌ ଅନର’ ପ୍ରଦାନ କରାଯାଇଛି। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ମୋଦୀ ଫ୍ରାନ୍ସର ଏହି ସମ୍ମାନ ପାଇଛନ୍ତି। ଅତୀତରେ ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ନେଲସନ ମଣ୍ଡେଲା, ୱେଲ୍ସର ତତ୍କାଳୀନ ପ୍ରିନ୍ସ କିଙ୍ଗ ଚାର୍ଲସ, ଜର୍ମାନୀର ପୂର୍ବତନ ଚାନସେଲର ଆଞ୍ଜେଲା ମର୍କେଲ, ଜାତିସଂଘର ପୂର୍ବତନ ମହାସଚିବ ବୁଟ୍ରସ ଘାଲି ପ୍ରମୁଖଙ୍କୁ ଉକ୍ତ ସମ୍ମାନ ମିଳିଛି। ଉକ୍ତ ସମ୍ମାନ ପାଇବା ପରେ […]

Samaya Live Picture
Published On

ପ୍ୟାରିସ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ସମ୍ମାନ ‘ଗ୍ରାଣ୍ଡ୍‌ କ୍ରସ ଅଫ୍‌ ଦି ଲିଜିଅନ୍ ଅଫ୍‌ ଅନର’ ପ୍ରଦାନ କରାଯାଇଛି। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ମୋଦୀ ଫ୍ରାନ୍ସର ଏହି ସମ୍ମାନ ପାଇଛନ୍ତି। ଅତୀତରେ ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ନେଲସନ ମଣ୍ଡେଲା, ୱେଲ୍ସର ତତ୍କାଳୀନ ପ୍ରିନ୍ସ କିଙ୍ଗ ଚାର୍ଲସ, ଜର୍ମାନୀର ପୂର୍ବତନ ଚାନସେଲର ଆଞ୍ଜେଲା ମର୍କେଲ, ଜାତିସଂଘର ପୂର୍ବତନ ମହାସଚିବ ବୁଟ୍ରସ ଘାଲି ପ୍ରମୁଖଙ୍କୁ ଉକ୍ତ ସମ୍ମାନ ମିଳିଛି। ଉକ୍ତ ସମ୍ମାନ ପାଇବା ପରେ ମୋଦୀଙ୍କ ଅନ୍ତର୍ଜାତୀୟ ସମ୍ମାନ ତାଲିକାରେ ଆଉ ଏକ ସଫଳତାର ଫର୍ଦ୍ଦ ଯୋଡ଼ି ହୋଇଛି। ଚଳିତବର୍ଷ ଜୁନରେ ମୋଦୀ ଇଜିପ୍ଟର ସର୍ବୋଚ୍ଚ ସମ୍ମାନ ଅର୍ଡର ଅଫ ଦି ନାଇଲ, ମେ’ ରେ ପପୁଆ ନ୍ୟୁ ଗିନିର ସର୍ବୋଚ୍ଚ ସମ୍ମାନ ଅର୍ଡର ଅଫ ଲୋଗୋହୁ ଏବଂ ଫିଜିର କମ୍ପାନିଅନ ଅଫ ଦି ଅର୍ଡର, ପଲାଉର ଇବାକଲ ଆୱାର୍ଡ ପାଇଛନ୍ତି। ପୂର୍ବରୁ ୨୦୨୧ରେ ଭୁଟାନର ଡ୍ରକ ଗ୍ୟାଲପୋ, ୨୦୨୦ରେ ଆମେରିକାର ଲିଜିଅନ ଅଫ୍ ମେରିଟ, ୨୦୧୯ରେ ବାହାରିନର କିଙ୍ଗ୍‌ ହମାଦ ଅର୍ଡର ଅଫ୍‌ ଦି ରେନେସାଁ ସମ୍ମାନରେ ମୋଦୀ ସମ୍ମାନିତ ହୋଇଥିଲେ। ଏହାବ୍ୟତୀତ ଅନ୍ୟାନ୍ୟ ପୁରସ୍କାର ମଧ୍ୟ ପାଇଛନ୍ତି।

Tags: