ମୋଦୀଙ୍କୁ ଫୋନ୍ କରି କଥା ହେଲେ ଉଜବେକିସ୍ତାନ ରାଷ୍ଟ୍ରପତି
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଉଜ୍ବେକିସ୍ତାନ ରାଷ୍ଟ୍ରପତି ଶବ୍କତ ମିର୍ଜିୟୋୟେବ ଟେଲିଫୋନ୍ରେ କଥା ହୋଇଛନ୍ତି। ଆଗାମୀ ୭୯ତମ ସ୍ବାଧୀନତା ଦିବସ ଅବସରରେ ଉଜବେକିସ୍ତାନ ରାଷ୍ଟ୍ରପତି ମିର୍ଜିୟୋୟେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତର ଲୋକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଉଭୟ ନେତା ବାଣିଜ୍ୟ, ଯୋଗାଯୋଗ, ସ୍ବାସ୍ଥ୍ୟ, ପ୍ରଯୁକ୍ତି ବିଦ୍ୟା ସମେତ ବିଭିନ୍ନ ଦ୍ବିପାକ୍ଷିକ ସହଯୋଗର ପ୍ରମୁଖ ଦିଗ ଗୁଡ଼ିକ ଉପରେ ପ୍ରଗତି ସମୀକ୍ଷା କରିଛନ୍ତି। ଉଭୟ ମୋଦୀ ଏବଂ ମିର୍ଜିୟୋୟେବ ପାରସ୍ପରିକ ସ୍ବାର୍ଥର ଆଞ୍ଚଳିକ ଏବଂ […]
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଉଜ୍ବେକିସ୍ତାନ ରାଷ୍ଟ୍ରପତି ଶବ୍କତ ମିର୍ଜିୟୋୟେବ ଟେଲିଫୋନ୍ରେ କଥା ହୋଇଛନ୍ତି। ଆଗାମୀ ୭୯ତମ ସ୍ବାଧୀନତା ଦିବସ ଅବସରରେ ଉଜବେକିସ୍ତାନ ରାଷ୍ଟ୍ରପତି ମିର୍ଜିୟୋୟେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତର ଲୋକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଉଭୟ ନେତା ବାଣିଜ୍ୟ, ଯୋଗାଯୋଗ, ସ୍ବାସ୍ଥ୍ୟ, ପ୍ରଯୁକ୍ତି ବିଦ୍ୟା ସମେତ ବିଭିନ୍ନ ଦ୍ବିପାକ୍ଷିକ ସହଯୋଗର ପ୍ରମୁଖ ଦିଗ ଗୁଡ଼ିକ ଉପରେ ପ୍ରଗତି ସମୀକ୍ଷା କରିଛନ୍ତି। ଉଭୟ ମୋଦୀ ଏବଂ ମିର୍ଜିୟୋୟେବ ପାରସ୍ପରିକ ସ୍ବାର୍ଥର ଆଞ୍ଚଳିକ ଏବଂ ବୈଶ୍ବିକ ବିକାଶ ଉପରେ ସେମାନଙ୍କ ମତ ଆଦାନ ପ୍ରଦାନ କରିଛନ୍ତି ଏବଂ ଭାରତ ଓ କେନ୍ଦ୍ରୀୟ ଏସିଆ ମଧ୍ୟ ବହୁ ପୁରୁଣା ସମ୍ପର୍କ ସୁଦୃଢ଼ କରିବା ସଂକ୍ରାନ୍ତ ସେମାନଙ୍କ ପ୍ରତିଶ୍ରୁତିକୁ ଦୋହରାଇଛନ୍ତି। ଉଭୟ ନେତା ପରସ୍ପର ସହ ଯୋଗାଯୋଗରେ ରହିବେ ବୋଲି ରାଜି ହୋଇଛନ୍ତି।




