ମୋଦୀଙ୍କୁ ଖଡ଼ଗେଙ୍କ ସମାଲୋଚନା, ସଂସଦ ଆସୁନାହାନ୍ତି କିନ୍ତୁ ରାଜସ୍ଥାନରେ ରାଜନୈତିକ ଭାଷଣ ଦେଉଛନ୍ତି
ନୂଆଦିଲ୍ଲୀ : କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଖଡ଼ଗେ କହିଛନ୍ତି, ପ୍ରଧାନମନ୍ତ୍ରୀ ସଂସଦରେ ମଣିପୁର ପ୍ରସଙ୍ଗରେ ଟିପ୍ପଣୀ ରଖୁନାହାନ୍ତି। କିନ୍ତୁ ରାଜସ୍ଥାନ ଯାଇ ରାଜନୈତିକ ଭାଷଣ ଦେଉଛନ୍ତି। ଲୋକମାନେ ସଚେତନ ହୋଇଗଲେଣି ଏବଂ ସେମାନେ ଲଢ଼ିବେ। ଏହାର ଅର୍ଥ ହେଉଛି ଆପଣ ସଂସଦରେ ଟିପ୍ପଣୀ ରଖିବାକୁ ଚାହୁନାହାନ୍ତି କିନ୍ତୁ ରାଜସ୍ଥାନରେ ମେଡିକାଲ କଲେଜର ଶୁଭାରମ୍ଭ କରି ରାଜନୈତିକ ଭାଷଣ ଦେଉଛନ୍ତି। ସଂସଦ ବାହାରେ ସାମ୍ବାଦିକଙ୍କ ସହ କଥା […]
ନୂଆଦିଲ୍ଲୀ : କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଖଡ଼ଗେ କହିଛନ୍ତି, ପ୍ରଧାନମନ୍ତ୍ରୀ ସଂସଦରେ ମଣିପୁର ପ୍ରସଙ୍ଗରେ ଟିପ୍ପଣୀ ରଖୁନାହାନ୍ତି। କିନ୍ତୁ ରାଜସ୍ଥାନ ଯାଇ ରାଜନୈତିକ ଭାଷଣ ଦେଉଛନ୍ତି। ଲୋକମାନେ ସଚେତନ ହୋଇଗଲେଣି ଏବଂ ସେମାନେ ଲଢ଼ିବେ। ଏହାର ଅର୍ଥ ହେଉଛି ଆପଣ ସଂସଦରେ ଟିପ୍ପଣୀ ରଖିବାକୁ ଚାହୁନାହାନ୍ତି କିନ୍ତୁ ରାଜସ୍ଥାନରେ ମେଡିକାଲ କଲେଜର ଶୁଭାରମ୍ଭ କରି ରାଜନୈତିକ ଭାଷଣ ଦେଉଛନ୍ତି। ସଂସଦ ବାହାରେ ସାମ୍ବାଦିକଙ୍କ ସହ କଥା ହୋଇଛି ଖଡ଼ଗେ ଆଜି ଏହି ଟିପ୍ପଣୀ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବା ପରଠାରୁ ବିରୋଧୀ ସାଂସଦମାନେ ପ୍ରବଳ ହଙ୍ଗାମା ଏବଂ ହୋହଲ୍ଲା କରିଛନ୍ତି। ସେମାନେ ମଣିପୁର ପ୍ରସଙ୍ଗରେ ଗୃହରେ ପ୍ରଧାନମନ୍ତ୍ରୀଙ୍କ ଟିପ୍ପଣୀ ଦାବି କରି ଲଗାତାର ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିଛନ୍ତି।




