ମୋଦି ଓ ଯୋଗୀଙ୍କୁ ହତ୍ୟା ଧମକ ଦେଇଥିବା ଛାତ୍ର ଗିରଫ

ଲ‌କ୍ଷ୍ନୌ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଇ-ମେଲ ଯୋଗେ ମିଳିଥିବା ହତ୍ୟା ଧମକ ଘଟଣାରେ ପୁଲିସ୍ ଜଣେ ସ୍କୁଲ୍ଛାତ୍ରକୁ ଧରିବାକୁ ସକ୍ଷମ ହୋଇଛି। ଛାତ୍ର ଜଣଙ୍କ ଧମକପୂର୍ଣ୍ଣ ଇ-ମେଲକୁ ଗୋଟିଏ ମିଡିଆ ହାଉସକୁ ପଠାଇଥିଲେ। ଶୁକ୍ରବାର ନୋଏଡା ପୁଲିସ୍ ସଂପୃକ୍ତ ଛାତ୍ରଙ୍କୁ ଧରିବା ପରେ ଜୁଭେନାଇଲ କୋର୍ଟରେ ହାଜର କରିଥିଲା। ତେବେ ତାଙ୍କ ନାଁରେ କୋହଳ ଦଫା ଲାଗିଥିବାରୁ ତାଙ୍କୁ ଜାମିନରେ ଖଲାସ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ୧୬ […]

Samaya Live Picture
Published On

ଲ‌କ୍ଷ୍ନୌ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଇ-ମେଲ ଯୋଗେ ମିଳିଥିବା ହତ୍ୟା ଧମକ ଘଟଣାରେ ପୁଲିସ୍ ଜଣେ ସ୍କୁଲ୍ଛାତ୍ରକୁ ଧରିବାକୁ ସକ୍ଷମ ହୋଇଛି। ଛାତ୍ର ଜଣଙ୍କ ଧମକପୂର୍ଣ୍ଣ ଇ-ମେଲକୁ ଗୋଟିଏ ମିଡିଆ ହାଉସକୁ ପଠାଇଥିଲେ। ଶୁକ୍ରବାର ନୋଏଡା ପୁଲିସ୍ ସଂପୃକ୍ତ ଛାତ୍ରଙ୍କୁ ଧରିବା ପରେ ଜୁଭେନାଇଲ କୋର୍ଟରେ ହାଜର କରିଥିଲା। ତେବେ ତାଙ୍କ ନାଁରେ କୋହଳ ଦଫା ଲାଗିଥିବାରୁ ତାଙ୍କୁ ଜାମିନରେ ଖଲାସ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ୧୬ ବର୍ଷୀୟ ଛାତ୍ରର ଘର ବିହାରରେ। ପୁଲିସ୍ ତାଙ୍କୁ ଲକ୍ଷ୍ନୌର ଚିନହାଟ ଅଞ୍ଚଳରୁ ଧରିଥିଲା। ନୋଏଡା ଏସିପି ରଜନୀଶ ବର୍ମା କହିଛନ୍ତି ଯେ, ମାମଲା ରୁଜୁ ହେବା ପରେ ଟେକ୍ନିକାଲ ଟିମ ସହାୟତାରେ ମିଳିଥିବା ଧମକପୂର୍ଣ୍ଣ ଇ-ମେଲର ଯାଞ୍ଚ କରାଯାଇଥିଲା। ତଦନ୍ତ ବେଳେ ଜଣା ପଡ଼ିଥିଲା ଯେ ଇ-ମେଲଟି ଚିନହାଟ ଅଞ୍ଚଳରୁ ଆସିଛି। ପୁଲିସ୍ ଟିମ ଏହାକୁ ଆଧାର କରି ସେଠାରେ ପହଞ୍ଚିଥିବା ବେଳେ ଇ-ମେଲ ପ୍ରେରକ ଜଣଙ୍କ ଜଣେ ସ୍କୁଲ ପିଲା ବୋଲି ଜଣାପଡ଼ିଥିଲା। ପିଲାଟି ନିକଟରେ ଏକାଦଶ ଶ୍ରେଣୀ ପାସ କରିଛି। ଚଳିତ ଶିକ୍ଷା ବର୍ଷରୁ ସେ ଦ୍ୱାଦଶ ଶ୍ରେଣୀରେ ପଢ଼ୁଛି। ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ଥିବା ଗୋଟିଏ ଇ-ମେଲ ପ୍ରଥମେ ସ୍ଥାନୀୟ ମିଡିଆ ହାଉସକୁ ଆସିଥିଲା। ଏହାପରେ ସଂସ୍ଥାର ଜଣେ ପ୍ରତିନିଧି ପୁଲିସ୍ର ଦ୍ୱାରସ୍ଥ ହୋଇ ଅଭିଯୋଗ କରିଥିଲେ। ଆଇପିସିର ଧାରା ୧୫୩ଏ(୧ବି), ୫୦୫(୧ବି),୫୦୬,୫୦୭ ସମେତ ଆଇଟି ଆକ୍ଟ ଭଳି ଦଫା ଲଗାଇ ପୁଲିସ୍ ସଂପୃକ୍ତ ଛାତ୍ରକୁ ଗିରଫ କରିଥିଲା

Tags: