ମୈତେୟୀ ଓ କୁକି ସମ୍ପ୍ରଦାୟ ମଧ୍ୟରେ ଘୃଣା ଶେଷ ପାଇଁ କାମ କରୁଛି : ମଣିପୁର ରାଜ୍ୟପାଳ

ଇମ୍ଫାଲ: ମଣିପୁର ରାଜ୍ୟପାଳ ଅନୁସୂୟା ଉଇକେ କହିଛନ୍ତି, ସେ ମୈତେୟୀ ଓ କୁକି ସମ୍ପ୍ରଦାୟ ମଧ୍ୟରେ ଘୃଣା ଏବଂ ଅବିଶ୍ବାସ ଶେଷ କରିବାପାଇଁ କାମ କରୁଛନ୍ତି। ଏହି ଘୃଣା ଏବଂ ଅବିଶ୍ବାସ କୁକି ଓ ମୈତେୟୀ ସମ୍ପ୍ରଦାୟ ମଧ୍ୟରେ ସମ୍ପର୍କକୁ ଖରାପ କରିଦେଇଛି । ରାଜ୍ୟପାଳ ଉଇକେ ଶନିବାର ଚୁରାଚାନ୍ଦପୁରରେ ଏକ ରିଲିଫ୍‌ ଶିବିର ବୁଲିବା ପରେ ସାମ୍ବାଦିକଙ୍କୁ କହିଛନ୍ତି, ସେ ଉଭୟ କୁକି ଓ ମୈତେୟୀ ସମ୍ପ୍ରଦାୟକୁ ପ୍ରତିନିଧିତ୍ବ କରୁଥିବା ଅନୁଷ୍ଠାନକୁ ଭେଟିଛନ୍ତି ଏବଂ ରାଜ୍ୟରେ […]

Samaya Live Picture
Published On

ଇମ୍ଫାଲ: ମଣିପୁର ରାଜ୍ୟପାଳ ଅନୁସୂୟା ଉଇକେ କହିଛନ୍ତି, ସେ ମୈତେୟୀ ଓ କୁକି ସମ୍ପ୍ରଦାୟ ମଧ୍ୟରେ ଘୃଣା ଏବଂ ଅବିଶ୍ବାସ ଶେଷ କରିବାପାଇଁ କାମ କରୁଛନ୍ତି। ଏହି ଘୃଣା ଏବଂ ଅବିଶ୍ବାସ କୁକି ଓ ମୈତେୟୀ ସମ୍ପ୍ରଦାୟ ମଧ୍ୟରେ ସମ୍ପର୍କକୁ ଖରାପ କରିଦେଇଛି । ରାଜ୍ୟପାଳ ଉଇକେ ଶନିବାର ଚୁରାଚାନ୍ଦପୁରରେ ଏକ ରିଲିଫ୍‌ ଶିବିର ବୁଲିବା ପରେ ସାମ୍ବାଦିକଙ୍କୁ କହିଛନ୍ତି, ସେ ଉଭୟ କୁକି ଓ ମୈତେୟୀ ସମ୍ପ୍ରଦାୟକୁ ପ୍ରତିନିଧିତ୍ବ କରୁଥିବା ଅନୁଷ୍ଠାନକୁ ଭେଟିଛନ୍ତି ଏବଂ ରାଜ୍ୟରେ ଶାନ୍ତି ଓ ସ୍ବାଭାବିକ ସ୍ଥିତି ଫେରାଇ ଆଣିବାପାଇଁ ସେମାନଙ୍କ ସହଯୋଗ ଲୋଡ଼ିଛନ୍ତି। ରାଜ୍ୟପାଳ ଦ୍ବିତୀୟ ଥର ପାଇଁ ଚୁରାଚାନ୍ଦପୁର ଯାଇଛନ୍ତି ଏବଂ ଦୁଃଖରେ ଥିବା ଭାଇ ଏବଂ ଭଉଣୀମାନଙ୍କୁ ଭେଟିଛନ୍ତି । ରାଜ୍ୟପାଳ କହିଛନ୍ତି, ଦୀର୍ଘ ୩ ମାସ ହେବ ଏହି ଲୋକମାନେ ସେମାନଙ୍କ ଘରଠାରୁ ଦୂରରେ ରହିଛନ୍ତି। ଅନେକ ମଧ୍ୟ ଘର ଏବଂ ନିଜର ସବୁକିଛି ହରାଇ ଦେଇଛନ୍ତି। ସେମାନଙ୍କ ପାଖରେ ହରାଇବାପାଇଁ ଆଉ କିଛି ନାହିଁ। ତେବେ ନେତାମାନେ ଏସମୟରେ ରାଜନୀତିରୁ ଊର୍ଦ୍ଧ୍ବକୁ ଉଠି ମଣିପୁରରେ ଶାନ୍ତି ଫେରାଇବା ଦିଗରେ କାର୍ଯ୍ୟ କରିବା ଉଚିତ ବୋଲି ରାଜ୍ୟପାଳ କହିଛନ୍ତି।

Tags: