ମେ’ ୯ ବିଜୟ ଦିବସ ପରେଡ୍‌ ପାଇଁ ମୋଦୀଙ୍କୁ ନିମନ୍ତ୍ରଣ କଲା ରୁଷ୍‌

ନୂଆଦିଲ୍ଲୀ: ଆସନ୍ତା ମେ’ ୯ ତାରିଖରେ ମସ୍କୋରେ ହେବାକୁ ଥିବା ବିଜୟ ଦିବସ ଉତ୍ସବ ପାଇଁ ରୁଷ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କରିଛି। ଦ୍ବିତୀୟ ବିଶ୍ବ ଯୁଦ୍ଧରେ ନାଜି ଜର୍ମାନୀ ଉପରେ ସୋଭିଏତ୍‌ ବିଜୟର ଏହା ୮୦ ବର୍ଷ ପୂର୍ତ୍ତି। ଏହି ଅବସରରେ ରୁଷ୍‌ ରାଜଧାନୀ ମ‌ସ୍କୋରେ ଆୟୋଜିତ ବିଜୟ ଦିବସ ପରେଡ୍‌ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଔପଚାରିକ ନିମନ୍ତ୍ରଣ ପଠାଇଛି। ରୁଷ୍‌ର ଉପ ବିଦେଶ ମନ୍ତ୍ରୀ ଆଣ୍ଡ୍ରେ ରୁଡେଙ୍କୋ ଏନେଇ ସୂଚନା ଦେଇଛନ୍ତି। ଏହି […]

ମେ’ ୯ ବିଜୟ ଦିବସ ପରେଡ୍‌ ପାଇଁ ମୋଦୀଙ୍କୁ ନିମନ୍ତ୍ରଣ କଲା ରୁଷ୍‌
Samaya Live Picture
Published On

ନୂଆଦିଲ୍ଲୀ: ଆସନ୍ତା ମେ’ ୯ ତାରିଖରେ ମସ୍କୋରେ ହେବାକୁ ଥିବା ବିଜୟ ଦିବସ ଉତ୍ସବ ପାଇଁ ରୁଷ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କରିଛି। ଦ୍ବିତୀୟ ବିଶ୍ବ ଯୁଦ୍ଧରେ ନାଜି ଜର୍ମାନୀ ଉପରେ ସୋଭିଏତ୍‌ ବିଜୟର ଏହା ୮୦ ବର୍ଷ ପୂର୍ତ୍ତି। ଏହି ଅବସରରେ ରୁଷ୍‌ ରାଜଧାନୀ ମ‌ସ୍କୋରେ ଆୟୋଜିତ ବିଜୟ ଦିବସ ପରେଡ୍‌ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଔପଚାରିକ ନିମନ୍ତ୍ରଣ ପଠାଇଛି। ରୁଷ୍‌ର ଉପ ବିଦେଶ ମନ୍ତ୍ରୀ ଆଣ୍ଡ୍ରେ ରୁଡେଙ୍କୋ ଏନେଇ ସୂଚନା ଦେଇଛନ୍ତି। ଏହି ହାଇ ପ୍ରୋଫାଇଲ୍‌ କାର୍ଯ୍ୟକ୍ରମରେ ମୋଦୀ ଯୋଗଦେବେ ବୋଲି ରୁଷ୍‌ କହିଛି। ତେବେ ଚଳିତ ବର୍ଷର ପରେଡ୍‌ ପାଇଁ ରୁଷ୍‌ ଭାରତ ସମେତ ଅନ୍ୟ ବନ୍ଧୁ ରାଷ୍ଟ୍ରର ନେତାମାନଙ୍କୁ ବି ନିମନ୍ତ୍ରଣ କରିଛି। ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ୨୦୨୪ ଜୁଲାଇରେ ଶେଷ ଥର ପାଇଁ ରୁଷ୍‌ ଗସ୍ତ କରିଥିଲେ। ଏହି ଗସ୍ତ ଅବସରରେ ମୋଦୀ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିଥିଲେ ଏବଂ ତାଙ୍କୁ ଭାରତକୁ ନିମନ୍ତ୍ରଣ କରିଥିଲେ।

Tags: