ମେ’ ୯ ପର୍ଯ୍ୟନ୍ତ ମୁସଲିମ କୋଟା ପ୍ରତ୍ୟାହାର ନିଷ୍ପତ୍ତି କାର୍ଯ୍ୟକାରୀ ହେବନି : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କର୍ଣ୍ଣାଟକରେ ୪ ପ୍ରତିଶତ ମୁସଲିମ କୋଟା ପ୍ରତ୍ୟାହାର ପାଇଁ କର୍ଣ୍ଣାଟକ ସରକାର ଯେଉଁ ନିଷ୍ପତ୍ତି ନେଇଥିଲେ ତାହା ମେ’ ୯ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକାରୀ ନକରିବାପାଇଁ ଆଜି ସୁପ୍ରିମକୋର୍ଟ କର୍ଣ୍ଣାଟକ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ କେଏମ ଜୋସେଫ ଏବଂ ବିଭି ନାଗରତ୍ନାଙ୍କ ଖଣ୍ଡପୀଠ କହିଛନ୍ତି, ମେ’ ୯ ତାରିଖ ପର୍ଯ୍ୟନ୍ତ ୪ ପ୍ରତିଶତ ମୁସଲିକ କୋଟା ବଳବତ୍ତର ରହିବ। ମେ’ ୯ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ସମୟରେ ଉକ୍ତ ପ୍ରସଙ୍ଗରେ ନିଷ୍ପତ୍ତି ନିଆଯିବ। […]

Samaya Live Picture
Published On

ନୂଆଦିଲ୍ଲୀ: କର୍ଣ୍ଣାଟକରେ ୪ ପ୍ରତିଶତ ମୁସଲିମ କୋଟା ପ୍ରତ୍ୟାହାର ପାଇଁ କର୍ଣ୍ଣାଟକ ସରକାର ଯେଉଁ ନିଷ୍ପତ୍ତି ନେଇଥିଲେ ତାହା ମେ’ ୯ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକାରୀ ନକରିବାପାଇଁ ଆଜି ସୁପ୍ରିମକୋର୍ଟ କର୍ଣ୍ଣାଟକ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ କେଏମ ଜୋସେଫ ଏବଂ ବିଭି ନାଗରତ୍ନାଙ୍କ ଖଣ୍ଡପୀଠ କହିଛନ୍ତି, ମେ’ ୯ ତାରିଖ ପର୍ଯ୍ୟନ୍ତ ୪ ପ୍ରତିଶତ ମୁସଲିକ କୋଟା ବଳବତ୍ତର ରହିବ। ମେ’ ୯ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ସମୟରେ ଉକ୍ତ ପ୍ରସଙ୍ଗରେ ନିଷ୍ପତ୍ତି ନିଆଯିବ। ଉଲ୍ଲେଖଯୋଗ୍ୟ ଯେ କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ କର୍ଣ୍ଣାଟକ ସରକାର ୪ ପ୍ରତିଶତ ମୁସଲିମ କୋଟା ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେଇଥିଲେ। କିନ୍ତୁ କର୍ଣ୍ଣାଟକ ସରକାରଙ୍କ ଏହି ନିଷ୍ପତ୍ତିକୁ ତୀବ୍ର ବିରୋଧ କରାଯାଇଥିଲା। ସୁପ୍ରିମକୋର୍ଟ ଏନେଇ ପ୍ରଶ୍ନ ଉଠାଇଥିଲେ। ସରକାରଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନ ଉପରେ ଏବେ ଶୁଣାଣି ଚାଲିଛି।

Tags: