ମେ’ ୨୦ ପର୍ଯ୍ୟନ୍ତ ମଣିପୁରରେ ଇଣ୍ଟରନେଟ୍ ସେବା ବନ୍ଦ

ଇମ୍ଫାଲ : ମେ’ ୨୦ ତାରିଖ ପର୍ଯ୍ୟନ୍ତ ମଣିପୁରରେ ଇଣ୍ଟରନେଟ୍ ସେବା ବନ୍ଦ ରହିବ। ହିଂସା ଯୋଗୁଁ ମେ’ ୩ ତାରି୍ଖରୁ ମଣିପୁରରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଥିଲା। ଏହି ଅବଧିକୁ ସରକାର ପୁଣି ମେ’ ୨୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ମଣିପୁର ଗୃହ ବିଭାଗ ଦ୍ବାରା ଜାରି ହୋଇଥିବା ଏକ ବିବୃତି ଅନୁଯାୟୀ ମଣିପୁରର ପ୍ରମୁଖ ସମ୍ପ୍ରଦାୟର ଯୁବଗୋଷ୍ଠୀଙ୍କ ମଧ୍ୟରେ ହିଂସା ଜାରି ରହିଛି। ହିଂସା ବଢ଼ାଇବାପାଇଁ ସୋସିଆଲ ମିଡିଆର ବ୍ୟବହାର କରାଯାଉଛି ବୋଲି […]

Samaya Live Picture
Published On

ଇମ୍ଫାଲ : ମେ’ ୨୦ ତାରିଖ ପର୍ଯ୍ୟନ୍ତ ମଣିପୁରରେ ଇଣ୍ଟରନେଟ୍ ସେବା ବନ୍ଦ ରହିବ। ହିଂସା ଯୋଗୁଁ ମେ’ ୩ ତାରି୍ଖରୁ ମଣିପୁରରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଥିଲା। ଏହି ଅବଧିକୁ ସରକାର ପୁଣି ମେ’ ୨୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ମଣିପୁର ଗୃହ ବିଭାଗ ଦ୍ବାରା ଜାରି ହୋଇଥିବା ଏକ ବିବୃତି ଅନୁଯାୟୀ ମଣିପୁରର ପ୍ରମୁଖ ସମ୍ପ୍ରଦାୟର ଯୁବଗୋଷ୍ଠୀଙ୍କ ମଧ୍ୟରେ ହିଂସା ଜାରି ରହିଛି। ହିଂସା ବଢ଼ାଇବାପାଇଁ ସୋସିଆଲ ମିଡିଆର ବ୍ୟବହାର କରାଯାଉଛି ବୋଲି ଜଣାପଡ଼ିଛି। ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବାପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଇତି ମଧ୍ୟରେ ମଣିପୁର ସୁରକ୍ଷା ପରାମର୍ଶଦାତା କୁଲଦିପ ସିଂହ କହିଛନ୍ତି, ଆମେ ଏକ ଫୋନ ନମ୍ବର ଜାରି କରିଛୁ। କିଛି ଗୁଜବକୁ ନେଇ ଯଦି କାହାର କୌଣସି ସନ୍ଦେହ ଥାଏ ତେବେ ସେ ଏହି ନମ୍ବରରେ ଫୋନ୍ କରି କଥା ବିସ୍ତୃତ ଭାବେ ବୁଝିପାରିବେ। ଉଲ୍ଲେଖଯୋଗ୍ୟ ଯେ ମଣିପୁରରେ ହିଂସା ଯୋଗୁଁ ୭୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୨୩୦ ଲୋକ ଆହତ ହୋଇଛନ୍ତି। ୧୭୦୦ରୁ ଅଧିକ ଘର ଜଳିଯାଇଛି।

Tags: