ମୋଦୀ ସାଙ୍ଗିଆ ଟିପ୍ପଣୀ ମାମଲାରେ ରାହୁଲଙ୍କୁ ଆଶ୍ବସ୍ତି
ନୂଆଦିଲ୍ଲୀ: ମୋଦୀ ସାଙ୍ଗିଆ ଟିପ୍ପଣୀ ମାମଲାରେ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ପାଟନା ହାଇକୋର୍ଟରେ ଆଶ୍ବସ୍ତି ମିଳିଛି। ମୋଦୀ ସାଙ୍ଗିଆ ଟିପ୍ପଣୀ ମାମଲାରେ ପୂର୍ବତନ ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀଙ୍କ ଦ୍ବାରା ହୋଇଥିବା ଅପରାଧିକ ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲଙ୍କୁ ପାଟନା ଏମପି /ଏମଏଲ୍ଏ କୋର୍ଟରେ ମଙ୍ଗଳବାର ହାଜର ହେବାପାଇଁ ସମନ୍ କରାଯାଇଥିଲା। କିନ୍ତୁ ରାହୁଲ ଗାନ୍ଧି ଏହି ସମନ୍ ଉପରେ ରୋକ୍ ଲଗାଇବାପାଇଁ ପାଟନା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ପାଟନା ହାଇକୋର୍ଟ […]
ନୂଆଦିଲ୍ଲୀ: ମୋଦୀ ସାଙ୍ଗିଆ ଟିପ୍ପଣୀ ମାମଲାରେ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ପାଟନା ହାଇକୋର୍ଟରେ ଆଶ୍ବସ୍ତି ମିଳିଛି। ମୋଦୀ ସାଙ୍ଗିଆ ଟିପ୍ପଣୀ ମାମଲାରେ ପୂର୍ବତନ ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀଙ୍କ ଦ୍ବାରା ହୋଇଥିବା ଅପରାଧିକ ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲଙ୍କୁ ପାଟନା ଏମପି /ଏମଏଲ୍ଏ କୋର୍ଟରେ ମଙ୍ଗଳବାର ହାଜର ହେବାପାଇଁ ସମନ୍ କରାଯାଇଥିଲା। କିନ୍ତୁ ରାହୁଲ ଗାନ୍ଧି ଏହି ସମନ୍ ଉପରେ ରୋକ୍ ଲଗାଇବାପାଇଁ ପାଟନା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ପାଟନା ହାଇକୋର୍ଟ ରାହୁଲଙ୍କ ଆବେଦନର ଶୁଣାଣି କରିବା ସହ ମେ’ ୧୫ ତାରିଖ ପର୍ଯ୍ୟନ୍ତ ନିମ୍ନ ଅଦାଲତଙ୍କ ବିଚାର ଉପରେ ରୋକ୍ ଲଗାଇ ଦେଇଛନ୍ତି। ରାହୁଲ ଗାନ୍ଧିଙ୍କ ଓକିଲ ବୀରେନ୍ଦ୍ର ରାଠୋର କହିଛନ୍ତି, ଆମେ ରାହୁଲଙ୍କ ସମନ୍ ନୋଟିସ୍ ଖାରଜ କରିବାପାଇଁ ଆବେଦନ କରିଥିଲୁ। ସୁରଟ କୋର୍ଟରେ ଏହି ମାମଲା ବିଚାରାଧୀନ ଥିବାବେଳେ ପୁଣି ଏହି ସମାନ ମାମଲାର ଅନ୍ୟ ଏକ କୋର୍ଟରେ ବିଚାର ହେବା ବେଆଇନ। ତେଣୁ ଆମେ ଏନେଇ ଆବେଦନ କରିଥିଲୁ। କୋର୍ଟ ରାହୁଲଙ୍କ ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କରିବା ସହ ତାଙ୍କୁ ଆଶ୍ବସ୍ତି ପ୍ରଦାନ କରିଛନ୍ତି। ମେ’ ୧୫ ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ଏବଂ ମେ’ ୧୫ ତାରିଖ ପର୍ଯ୍ୟନ୍ତ ନିମ୍ନ ଅଦାଲତର ବିଚାରଣ ଉପରେ ରୋକ୍ ଲଗାଯାଇଛି। ଇତି ମଧ୍ୟରେ ସୁଶୀଲ ମୋଦୀଙ୍କ ଓକିଲ ଏସ୍ଡି ସଂଜୟ କହିଛନ୍ତି, କୋର୍ଟ ତାଙ୍କୁ ଏହି ମାମଲାରେ ନିଜର ପକ୍ଷ ରଖିବାପାଇଁ କହିଛନ୍ତି।




