ମେ’ରେ ମହାକାଶ ଯିବେ ଶୁଭାଂଶୁ ଶୁକ୍ଳା
ନୂଆଦିଲ୍ଲୀ: ଭାରତୀୟ ମହାକାଶ ଯାତ୍ରାରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହେବାକୁ ଯାଉଛି। କେନ୍ଦ୍ର ସରକାର ଆଜି ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରି କହିଛନ୍ତି ଯେ ଆସନ୍ତା ମାସରେ ଗଗନଯାନ ମହାକାଶଚାରୀ ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯାତ୍ରା କରିବେ। ମହାକାଶ ଏବଂ ପ୍ରଯୁକ୍ତି ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଆଜି ଏସଂକ୍ରାନ୍ତ ସୂଚନା ଦେଇଛନ୍ତି। ଏହାଦ୍ବାରା ମହାକାଶ ଯାତ୍ରାରେ ଭାରତ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ। ଭାରତ ଗଗନଯାନ ପ୍ରସ୍ତୁତି […]
ନୂଆଦିଲ୍ଲୀ: ଭାରତୀୟ ମହାକାଶ ଯାତ୍ରାରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହେବାକୁ ଯାଉଛି। କେନ୍ଦ୍ର ସରକାର ଆଜି ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରି କହିଛନ୍ତି ଯେ ଆସନ୍ତା ମାସରେ ଗଗନଯାନ ମହାକାଶଚାରୀ ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯାତ୍ରା କରିବେ। ମହାକାଶ ଏବଂ ପ୍ରଯୁକ୍ତି ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଆଜି ଏସଂକ୍ରାନ୍ତ ସୂଚନା ଦେଇଛନ୍ତି। ଏହାଦ୍ବାରା ମହାକାଶ ଯାତ୍ରାରେ ଭାରତ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ। ଭାରତ ଗଗନଯାନ ପ୍ରସ୍ତୁତି ଆରମ୍ଭ କରି ସାରିଛି। ଗ୍ରୁପ କ୍ୟାପଟେନ୍ ଶୁକ୍ଳା ଏଥିପାଇଁ ନାସା ଏବଂ ଘରୋଇ ସ୍ପେସ୍ କମ୍ପାନି ଆକ୍ସିଅମ ସ୍ପେସ୍ରେ ଗତ ୮ ମାସ ହେବ ତାଲିମ ନେଉଛନ୍ତି। ଗ୍ରୁପ୍ କ୍ୟାପଟେନ୍ଙ୍କ ବୟସ ୪୦ ଏବଂ ଇସ୍ରୋ ଏହାର ସବୁଠାରୁ ଜଣେ ଯୁବ ମହାକାଶଚାରୀଙ୍କୁ ଏହି ମିସନ୍ ପାଇଁ ମନୋନୀତ କରିଛି କାରଣ ତାଙ୍କର ଆଗକୁ ଲମ୍ବା ଭବିଷ୍ୟତ ରହିଛି।




