ମେରିଟ୍ ସିଷ୍ଟମ୍କୁ ତ୍ରୁଟିପୂର୍ଣ୍ଣ କହିଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦେଶରେ ମେରିଟ ସିଷ୍ଟମ୍କୁ ନେଇ ପ୍ରଶ୍ନ ଉଠାଇଛନ୍ତି। ରାହୁଲ କହିଛନ୍ତି, ମେରିଟ ସିଷ୍ଟମ୍ (ଯୋଗ୍ୟତା ବ୍ୟବସ୍ଥା) ସମ୍ପୂର୍ଣ୍ଣ ଭାବେ ତ୍ରୁଟିପୂର୍ଣ୍ଣ। ଜାତିଗତ ଜନଗଣନାକୁ ଯେଉଁମାନେ ବିରୋଧ କରୁଛନ୍ତି ସେମାନଙ୍କୁ ସମାଲୋଚନା କରି ରାହୁଲ କହିଛନ୍ତି, ସେମାନେ ସତ ଲୁଚାଇବାକୁ ଚାହୁଛନ୍ତି। ଏହା ଏକ ଉଚ୍ଚ ଜାତି ଆଖ୍ୟାନ। ଶାସନ ଏବଂ ଶିକ୍ଷା କ୍ଷେତ୍ରରେ ଦଳିତ ଏବଂ ଆଦିବାସୀମାାନେ ସମାନ ସୁବିଧା ପାଇବାପାଇଁ କରୁଥିବା ସଂଘର୍ଷ ପ୍ରସଙ୍ଗରେ ରାହୁଲ ଏହି […]
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦେଶରେ ମେରିଟ ସିଷ୍ଟମ୍କୁ ନେଇ ପ୍ରଶ୍ନ ଉଠାଇଛନ୍ତି। ରାହୁଲ କହିଛନ୍ତି, ମେରିଟ ସିଷ୍ଟମ୍ (ଯୋଗ୍ୟତା ବ୍ୟବସ୍ଥା) ସମ୍ପୂର୍ଣ୍ଣ ଭାବେ ତ୍ରୁଟିପୂର୍ଣ୍ଣ। ଜାତିଗତ ଜନଗଣନାକୁ ଯେଉଁମାନେ ବିରୋଧ କରୁଛନ୍ତି ସେମାନଙ୍କୁ ସମାଲୋଚନା କରି ରାହୁଲ କହିଛନ୍ତି, ସେମାନେ ସତ ଲୁଚାଇବାକୁ ଚାହୁଛନ୍ତି। ଏହା ଏକ ଉଚ୍ଚ ଜାତି ଆଖ୍ୟାନ। ଶାସନ ଏବଂ ଶିକ୍ଷା କ୍ଷେତ୍ରରେ ଦଳିତ ଏବଂ ଆଦିବାସୀମାାନେ ସମାନ ସୁବିଧା ପାଇବାପାଇଁ କରୁଥିବା ସଂଘର୍ଷ ପ୍ରସଙ୍ଗରେ ରାହୁଲ ଏହି ଟିପ୍ପଣୀ ଦେଇଛନ୍ତି। ପ୍ରଫେସର ସୁଖଦେଓ ଥୋରଟଙ୍କ ସହ କଥାବାର୍ତ୍ତା ସମୟରେ ରାହୁଲ ଏହା କହିଛନ୍ତି। ଜାତିଗତ ଜନଗଣନା ଅସମାନତା ଏବଂ ଭେଦଭାବର ସତ ବାହାର କରିବା ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ହେବ ବୋଲି ସେ କହିଛନ୍ତି। ତେବେ ବିଜେପି ରାହୁଲଙ୍କର ଏହି ଟିପ୍ପଣୀ ପାଇଁ ତାଙ୍କୁ କଡ଼ା ସମାଲୋଚନା କରିଛି।




