ମେଘାଳୟ ବିଏସଏଫ୍ ଆଉଟପୋଷ୍ଟ୍ ଉପରେ ଆକ୍ରମଣ, ୫ ଆହତ
ନୂଆଦିଲ୍ଲୀ : ମେଘାଳୟର ପୂର୍ବ ଖାସି ପାର୍ବତ୍ୟ ଜିଲ୍ଲାରେ ରବିବାର ରାତିରେ ଏକ ବର୍ଡର ଆଉଟପୋଷ୍ଟ୍ ଉପରେ ଆକ୍ରମଣ ହୋଇଛି। ଉକ୍ତ ଘଟଣାରେ ୨ ବିଏସଏଫ୍ ଯବାନଙ୍କ ସମେତ ୫ ଜଣ ଆହତ ହୋଇଛନ୍ତି। ରାଜ୍ୟ ରାଜଧାନୀ ଶିଲଂଠାରୁ ୧୦ କିମି ଦୂର ଡକି ସହର ନିକଟସ୍ଥ ଉମ୍ସିଏମ ଗ୍ରାମରେ ଏହି ଘଟଣା ଘଟିଛି। କିଛି ବିଶୃଙ୍ଖଳ ଜନତା ଆସି ଆଉଟପୋଷ୍ଟ୍ ଉପରେ ଆକ୍ରମଣ କରିଛନ୍ତି। ବିଏସଏଫ୍ ମେଘାଳୟ ଫ୍ରଣ୍ଟି୍ୟର ଇନ୍ସପେକ୍ଟର ଜେନେରାଲ ପ୍ରଦୀପ କୁମାର କହିଛନ୍ତି, […]
ନୂଆଦିଲ୍ଲୀ : ମେଘାଳୟର ପୂର୍ବ ଖାସି ପାର୍ବତ୍ୟ ଜିଲ୍ଲାରେ ରବିବାର ରାତିରେ ଏକ ବର୍ଡର ଆଉଟପୋଷ୍ଟ୍ ଉପରେ ଆକ୍ରମଣ ହୋଇଛି। ଉକ୍ତ ଘଟଣାରେ ୨ ବିଏସଏଫ୍ ଯବାନଙ୍କ ସମେତ ୫ ଜଣ ଆହତ ହୋଇଛନ୍ତି। ରାଜ୍ୟ ରାଜଧାନୀ ଶିଲଂଠାରୁ ୧୦ କିମି ଦୂର ଡକି ସହର ନିକଟସ୍ଥ ଉମ୍ସିଏମ ଗ୍ରାମରେ ଏହି ଘଟଣା ଘଟିଛି। କିଛି ବିଶୃଙ୍ଖଳ ଜନତା ଆସି ଆଉଟପୋଷ୍ଟ୍ ଉପରେ ଆକ୍ରମଣ କରିଛନ୍ତି। ବିଏସଏଫ୍ ମେଘାଳୟ ଫ୍ରଣ୍ଟି୍ୟର ଇନ୍ସପେକ୍ଟର ଜେନେରାଲ ପ୍ରଦୀପ କୁମାର କହିଛନ୍ତି, ଗତ କିଛି ଦିନ ମଧ୍ୟରେ ଆମେ ବାଂଲାଦେଶକୁ ଚାଲାଣ ହେବାକୁ ଥିବା ବିଶାଳ ସଂଖ୍ୟାରେ ସାମଗ୍ରୀ ଜବତ କରିଛୁ ଏବଂ ଚାଲାଣକାରୀଙ୍କୁ ଚିହ୍ନଟ କରିଛୁ। ଏହି କାରଣ ପାଇଁ ସେମାନେ ଆକ୍ରମଣ କରିଛନ୍ତି। ବିଏସଏଫ୍ ମଧ୍ୟ ପାଲଟା ଜବାବ ଦେଇ ଗୁଳିମାଡ଼ କରିଛି ବୋଲି ସେ ସୂଚନା ଦେଇଛନ୍ତି। ବିଶୃଙ୍ଖଳ ଜନତାଙ୍କ ପଥର ମାଡ଼ରେ ୨ ଜଣ ବିଏସଏଫ୍ ଯବାନ ଆହତ ହୋଇଛନ୍ତି। ୩ ଜଣ ଗ୍ରାମବାସୀ ମଧ୍ୟ ଉକ୍ତ ଘଟଣାରେ ଆହତ ହୋଇଛନ୍ତି।




