ମେକ୍ସିକୋରେ ଗୁଳିକାଣ୍ଡ, ୧୦ ମୃତ
ନୂଆଦିଲ୍ଲୀ : ଉତ୍ତର ମେକ୍ସିକୋର ବାଜା କାଲିଫର୍ଣ୍ଣିଆରେ ଆଜି ଗୁଳିକାଣ୍ଡ ହୋଇ ୧୦ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୯ ଜଣ ଆହତ ହୋଇଛନ୍ତି। ଏକ କାର୍ ସୋ ଚାଲିଥିବାବେଳେ ଏହି ଗୁଳିକାଣ୍ଡ ହୋଇଛି। ଶନିବାର ଅପରାହ୍ନ ପ୍ରାୟ ୨ ଟା ସମୟରେ କାର ରେସିଂ ପ୍ରତିଯୋଗିତା ଚାଲିଥିବାବେଳେ ଏହି ସମୟରେ ହଠାତ ଜଣେ ବ୍ୟକ୍ତି ଗାଡ଼ିରୁ ଓହ୍ଲାଇ ଏକ ଲମ୍ବା ବନ୍ଧୁକ ଦ୍ବାରା ପ୍ରତିଯୋଗିତାରେ ଭାଗ ନେଇଥିବା ଅଂଶଗ୍ରହଣକାରୀଙ୍କ ଉପରକୁ ଗୁଳି ଚଳାଇଥିଲା। ଫଳରେ ୧୦ […]
ନୂଆଦିଲ୍ଲୀ : ଉତ୍ତର ମେକ୍ସିକୋର ବାଜା କାଲିଫର୍ଣ୍ଣିଆରେ ଆଜି ଗୁଳିକାଣ୍ଡ ହୋଇ ୧୦ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୯ ଜଣ ଆହତ ହୋଇଛନ୍ତି। ଏକ କାର୍ ସୋ ଚାଲିଥିବାବେଳେ ଏହି ଗୁଳିକାଣ୍ଡ ହୋଇଛି। ଶନିବାର ଅପରାହ୍ନ ପ୍ରାୟ ୨ ଟା ସମୟରେ କାର ରେସିଂ ପ୍ରତିଯୋଗିତା ଚାଲିଥିବାବେଳେ ଏହି ସମୟରେ ହଠାତ ଜଣେ ବ୍ୟକ୍ତି ଗାଡ଼ିରୁ ଓହ୍ଲାଇ ଏକ ଲମ୍ବା ବନ୍ଧୁକ ଦ୍ବାରା ପ୍ରତିଯୋଗିତାରେ ଭାଗ ନେଇଥିବା ଅଂଶଗ୍ରହଣକାରୀଙ୍କ ଉପରକୁ ଗୁଳି ଚଳାଇଥିଲା। ଫଳରେ ୧୦ ଜଣ ଅଂଶଗ୍ରହଣକାରୀଙ୍କ ଏହି ଗୁଳିକାଣ୍ଡରେ ମୃତ୍ୟୁ ହୋଇଛି। ଉକ୍ତ ଘଟଣାରେ ତଦନ୍ତ ଆରମ୍ଭ ହୋଇଛି।




