ମୃତ ବାପାକୁ ଚିହ୍ନଟ ପାଇଁ ୮ମାସ ପୁଅର ନମୂନା ସଂଗ୍ରହ

ଅହମଦାବାଦ : ଅହମଦାବାଦରେ ବିମାନ ଦୁର୍ଘଟଣାରେ ୨୪୧ ଜଣଙ୍କର ମୃତ୍ୟୁ ହୋଇଯାଇଛି। ସମସ୍ତ ମୃତକଙ୍କୁ ଚିହ୍ନଟ କରିବାପାଇଁ ଡିଏନ୍‌ଏ ଟେଷ୍ଟ୍‌ କରାଯାଉଛି। ଏଥିପାଇଁ ନମୂନା ସଂଗ୍ରହ କରାଯାଉଛି। ଜଣେ ୮ ମାସର ଶିଶୁ ମଧ୍ୟ ନିଜ ମୃତ ବାପାକୁ ଚିହ୍ନଟ କରିବାପାଇଁ ଆଜି ନମୂନା ପ୍ରଦାନ କରିଛି। ବ୍ରିଟେନର ମହମ୍ମଦ ଆଦନାନ୍‌ ,ପତ୍ନୀ ମନତାଶା ଏବଂ ପୁଅ ଇବ୍ରାହିମ ଗତ ଜୁନ୍‌ ୬ ତାରିଖରେ ଇଦ୍‌ ପାଳିବାପାଇଁ ନିଜ ପରିବାରକୁ ଆସିଥିଲେ। ଆଦନାନ୍‌ ଏକାକୀ ବ୍ରିଟେନ୍‌ ଫେରୁଥିବାବେଳେ […]

ମୃତ ବାପାକୁ ଚିହ୍ନଟ ପାଇଁ ୮ମାସ ପୁଅର ନମୂନା ସଂଗ୍ରହ
Samaya Live Picture
Published On

ଅହମଦାବାଦ : ଅହମଦାବାଦରେ ବିମାନ ଦୁର୍ଘଟଣାରେ ୨୪୧ ଜଣଙ୍କର ମୃତ୍ୟୁ ହୋଇଯାଇଛି। ସମସ୍ତ ମୃତକଙ୍କୁ ଚିହ୍ନଟ କରିବାପାଇଁ ଡିଏନ୍‌ଏ ଟେଷ୍ଟ୍‌ କରାଯାଉଛି। ଏଥିପାଇଁ ନମୂନା ସଂଗ୍ରହ କରାଯାଉଛି। ଜଣେ ୮ ମାସର ଶିଶୁ ମଧ୍ୟ ନିଜ ମୃତ ବାପାକୁ ଚିହ୍ନଟ କରିବାପାଇଁ ଆଜି ନମୂନା ପ୍ରଦାନ କରିଛି। ବ୍ରିଟେନର ମହମ୍ମଦ ଆଦନାନ୍‌ ,ପତ୍ନୀ ମନତାଶା ଏବଂ ପୁଅ ଇବ୍ରାହିମ ଗତ ଜୁନ୍‌ ୬ ତାରିଖରେ ଇଦ୍‌ ପାଳିବାପାଇଁ ନିଜ ପରିବାରକୁ ଆସିଥିଲେ। ଆଦନାନ୍‌ ଏକାକୀ ବ୍ରିଟେନ୍‌ ଫେରୁଥିବାବେଳେ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ତାଙ୍କ ପତ୍ନୀ ମନତାଶା ଏବଂ ପୁଅ ଇବ୍ରାହିମ ଜୁନ୍‌ ୨୧ ତାରିଖରେ ବ୍ରିଟେନ୍‌ ଫେରିଥାନ୍ତେ। କିନ୍ତୁ ଏହା ପୂର୍ବରୁ ଆଦନାନ୍‌ଙ୍କ ମୃତ୍ୟୁ ହୋଇଯାଇଛି। ମନତାଶାଙ୍କ ଭାଇ ଡକ୍ଟର ନବିଲ ଆଜି ୮ ମାସର କୁନି ପୁଅ ଇବ୍ରାହିମ୍‌କୁ ଧରି ନମୂନା ଦେବାପାଇଁ ଧାଡ଼ିରେ ରହିଥିଲେ। ନବିଲ କହିଛନ୍ତି, ଅନ୍ୟ କୌଣସି ଉପାୟ ନାହିଁ। ଭଉଣୀର ରକ୍ତ ନମୂନା କିଛି କାମ ଦେବନାହିଁ। ଆଦନାନ୍‌ଙ୍କ ପରିବାରର ମଧ୍ୟ କେହି ସହରରେ ନାହାନ୍ତି। ତେଣୁ କୁନିପୁଅକୁ ଧରି ନମୂନା ଦେବାପାଇଁ ଆସିଛି।

Tags: